Vande Bharat Sleeper Train: ବନ୍ଦେ ଭାରତ ସ୍ଲିପର୍ ଟ୍ରେନକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି। ବନ୍ଦେ ଭାରତ ଟ୍ରେନର ସଫଳତା ପରେ ରେଳବାଇ ଖୁବ୍ ଶୀଘ୍ର ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଚଲାଇବାକୁ ଯୋଜନା କରୁଛି। କୁହାଯାଉଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଲଞ୍ଚ ହେବ। ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ବନ୍ଦେ ଭାରତ ସିରିଜର ତୃତୀୟ ସଂସ୍କରଣ ଅଟେ। ବନ୍ଦେ ଭାରତ ସିରିଜ୍ ଟ୍ରେନ୍ ଗୁଡିକରେ ଚେୟାର-କାର୍ ଟ୍ରେନ୍ ଅନ୍ତର୍ଭୁକ୍ତ ଓ ଏହା ପରେ ଗୁଜୁରାଟରେ ଚାଲୁଥିବା ବନ୍ଦେ ମେଟ୍ରୋ ଚାଲୁଛି। ଜେନେରାଲ୍ ମ୍ୟାନେଜର, ଇଣ୍ଟିଗ୍ରାଲ୍ କୋଚ୍ କାରଖାନା (ଆଇସିଏଫ୍), ଚେନ୍ନାଇ, ୟୁ. ସୁବା ରାଓଙ୍କ ଅନୁଯାୟୀ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଆସନ୍ତା ମାସ ସୁଦ୍ଧା ପ୍ରସ୍ତୁତ ହୋଇଯିବ।


COMMERCIAL BREAK
SCROLL TO CONTINUE READING

ମନି କଣ୍ଟ୍ରୋଲକୁ ସୂଚନା ଦେଇ ରାଓ କହିଛନ୍ତି ଯେ ଭାରତ ଅର୍ଥ ମୁଭର୍ସ ଲିମିଟେଡ (ବିଏମଏଲ) ର ବେଙ୍ଗାଲୁରୁ ପ୍ଲାଣ୍ଟରୁ ସେପ୍ଟେମ୍ବର ୨୦ ସୁଦ୍ଧା ପ୍ରଥମ ଟ୍ରେନର ନିର୍ମାଣ କାର୍ଯ୍ୟ ଶେଷ ହେବ। ରାଓ କହିଛନ୍ତି, "ବିଏମ୍ଏଲ୍ କୋଚ୍ ଗୁଡିକୁ ଏକାଠି କରୁଛି ଓ ଆମେ ଆଶା କରୁଛୁ ୨୦ ସେପ୍ଟେମ୍ବର ସୁଦ୍ଧା ସମସ୍ତ କୋଚ୍ ଆଇସିଏଫ୍ ଚେନ୍ନାଇରେ ପହଞ୍ଚିବେ। ଏହା ପରେ ଆମେ ରେକ୍ ଉତ୍ପାଦନ, ଅନ୍ତିମ ପରୀକ୍ଷଣ ଓ କମିଶନିଂ କରିବୁ, ଯାହା ପ୍ରାୟ ୧୫-୨୦ ଦିନ ଲାଗିବ। ଏହା ପରେ ଏହା ହେବ ମୁଖ୍ୟ ଲାଇନରେ ଟେଷ୍ଟ କରାଯିବ, ଯାହା ଦୁଇ ମାସ ଲାଗିବ। ଏହା ପରେ ଲକ୍ଷ୍ନୌ ଭିତ୍ତିକ ରେଳ ଡିଜାଇନ୍ ଏବଂ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍ (ଆରଡିଏସଓ) ଅଧୀନରେ ଏଥିରେ ଆସିଲେସନ୍ ପରୀକ୍ଷା ମଧ୍ୟ ଅନ୍ତର୍ଭୂକ୍ତ ହେବ। ଏହି ହାଇ ସ୍ପିଡ୍ ଟ୍ରେନର ଟ୍ରାୟଲ ନର୍ଥ ରେଲୱେ ଜୋନରେ ଚାଲିବ।"



୨୦୨୩ ମଇରେ ଆଇସିଏଫ୍ ଚେନ୍ନାଇ ବିଏମ୍ଏଲ୍ ଲିମିଟେଡ୍ ସହିତ ୧୬ଟି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସେଟ୍ ର ୧୦ଟି ରେକ୍ ଡିଜାଇନ୍ ଏବଂ ପ୍ରଡକ୍ସନ ପାଇଁ ଏକ ନିର୍ଦ୍ଦେଶ ଦେଇଥିଲା। ଏହି ଟ୍ରେନ୍ ଘଣ୍ଟା ପ୍ରତି ସର୍ବାଧିକ ୧୬୦ କିଲୋମିଟର ବେଗରେ ଚାଲିବାରେ ସକ୍ଷମ ହେବ। ରାଓ କହିଛନ୍ତି, "ଏହା ହେଉଛି ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍, ତେଣୁ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଟିକିଏ ଅଧିକ ସମୟ ଲାଗୁଛି। ଏହା ୟୁରୋପୀୟ ମାନଦଣ୍ଡ ପୂରଣ କରିବ ଓ ଡିସେମ୍ବର ୨୦୨୪ ସୁଦ୍ଧା ସମସ୍ତ ଟେଷ୍ଟ ସରିବା ପରେ ଚାଲିବ।"



ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସହିତ ଭାରତୀୟ ରେଳବାଇ ୟୁରୋପର ନାଇଟ୍ ଜେଟ୍ ସ୍ଲିପର ଟ୍ରେନ୍ ପରି ରାତି ଯାତ୍ରାରେ ଯାତ୍ରୀମାନଙ୍କୁ ଏକ ବିଶ୍ୱ ସ୍ତରୀୟ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବାକୁ ଯୋଜନା କରିଛି। ରାତିରେ ଲାଇଟ୍ ବନ୍ଦ ଥିବାବେଳେ ଯାତ୍ରୀମାନଙ୍କୁ ୱାଶରୁମକୁ ଯିବା ପାଇଁ ସିଡ଼ି ତଳେ ଏଲଇଡି ଷ୍ଟ୍ରିପ୍ ରହିବ ବୋଲି ଏକ ସୂତ୍ରରୁ ପ୍ରକାଶ। ଏହା ବ୍ୟତୀତ ଟ୍ରେନ୍ କର୍ମଚାରୀଙ୍କ ପାଇଁ ଅଲଗା ବର୍ଥ ମଧ୍ୟ ରହିବ। ୧୬-କୋଚ୍ ବିଶିଷ୍ଟ ବନ୍ଦେ ଭାରତ ସ୍ଲିପର ଟ୍ରେନରେ ସମୁଦାୟ ୮୨୩ ବର୍ଥ ରହିବ, ଯେଉଁଥିରେ ୧୧ଟି ଥାର୍ଡ ଏସି କୋଚ୍ (୬୧୧ ବର୍ଥ), ୪ଟି ସେକେଣ୍ଡ ଏସି କୋଚ୍ (୧୮୮ ବର୍ଥ) ଓ ଗୋଟିଏ ଫାର୍ଷ୍ଟ କ୍ଲାସ୍ (୨୪ ବର୍ଥ) ଅନ୍ତର୍ଭୁକ୍ତ ହେବ। ପୋଲାଣ୍ଡ ଭିତ୍ତିକ ଇଉରୋପୀୟ ରେଳ ପରାମର୍ଶଦାତା ଇସି ଇଞ୍ଜିନିୟରିଂର ଡିଜାଇନ୍ ଇନପୁଟ୍ ସହିତ ବିଏମ୍ଏଲ୍ ଏବଂ ହାଇଦ୍ରାବାଦ ସ୍ଥିତ ମେଡା ସର୍ଭୋ ଡ୍ରାଇଭ୍ସ ଲିମିଟେଡ୍ ଦ୍ୱାରା ଏହି ଟ୍ରେନ୍ ପ୍ରସ୍ତୁତ କରାଯାଇଛି।


Also read: Akkineni Nagarjuna: ଫିଲ୍ମ ଷ୍ଟାର ନାଗାର୍ଜୁନଙ୍କ ବିଲଡିଂ ଉପରେ ଚାଲିଲା ବୁଲଡୋଜର, ଜାଣନ୍ତୁ କାହିଁକି ନିଆଗଲା ଆକ୍ସନ?