world environmental day : ଭୁବନେଶ୍ୱର: ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବା ଲାଗି ନିରନ୍ତର ଉଦ୍ୟମ ଜାରି ରଖିଥିବା ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍‌) ପକ୍ଷରୁ ପ୍ଲାଷ୍ଟିକ ପ୍ରଦୂଷଣର ସମାଧାନ ବିଷୟ ଉପରେ ଗୁରୁତ୍ୱ ରଖି ଆର୍ଯ୍ୟପଲ୍ଲୀସ୍ଥିତ ବନ୍ଦର ପରିସରରେ ବିଶ୍ୱ ପରିବେଶ ଦିବସ ୨୦୨୩ ପାଳନ କରାଯାଇଛି ।  ଗୋପାଳପୁର ବନ୍ଦର ଅଭିନବ ଦୀର୍ଘସ୍ଥାୟୀ ବିକାଶ ଓ ବିଶ୍ୱ ପ୍ରାକୃତିକ ସଂରକ୍ଷଣ ଅନୁଯାୟୀ ଜୈବ ବିବିଧତାରେ ଉନ୍ନତି, ଜଳବାୟୁ ପରିବର୍ତ୍ତନର ମୁକାବିଲା ଓ ପରିବେଶ ଯତ୍ନରେ ଉନ୍ନତି ପାଇଁ ନିଜ ଯାତ୍ରା ଜାରି ରଖିଛି ।


COMMERCIAL BREAK
SCROLL TO CONTINUE READING

ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବନ୍ଦର ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ଓ କର୍ମଚାରୀମାନେ ଯୋଗ ଦେଇ ବିଶ୍ୱ ପରିବେଶ ଦିବସ ପାଳନ କରିଥିଲେ।


ଏହି ଅବସରରେ ଉପସ୍ଥିତ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ଗୋପାଳପୁର ବନ୍ଦରର ସିଇଓ ଜନାର୍ଦ୍ଦନ ରାଓ କହିଛନ୍ତି ଯେ ପରିବେଶର ସଂରକ୍ଷଣ ଓ ସୁରକ୍ଷା ପାଇଁ ଜିପିଏଲ୍ ସର୍ବଦା ପ୍ରତିବଦ୍ଧ ରହିଛି। ବନ୍ଦର ପରିଚାଳନା ସହିତ ପରିବେଶ ସୁରକ୍ଷା ଓ ପରିବେଶ ବ୍ୟବସ୍ଥାର ସଂରକ୍ଷଣକୁ ନେଇ ଏକ ସବୁଜ ସମୀକ୍ଷା କରାଯାଇଥିଲା।


ଏହି ଅବସରରେ ବନ୍ଦରର ପରିବେଶ ବିଭାଗର ଡିଜିଏମ୍‌  ଶ୍ରୀ ସଞ୍ଜୟ ଥୋରାଟ, ମୁଖ୍ୟ-ମେରାଇନ୍ ବିଭାଗ, ଏଚ୍‌ଆର୍ ଓ ଆଇଆର୍‌ର ବରିଷ୍ଠ ଉପ ସଭାପତି  ଓ ସିଏଫ୍‌ଓ ନିଜ ଅଭିଭାଷଣରେ ପରିବେଶର ଗୁରୁତ୍ୱ ଓ ପରିବେଶ ସଂରକ୍ଷଣ ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।


ବିଶ୍ୱ ପରିବେଶ ଦିବସକୁ ସଫଳତା ର ସହ ପାଳନ କରିବା ପାଇଁ ଗୋପାଳପୁର ବନ୍ଦରର ପରିବେଶ ବିଭାଗ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରୋପଣ କରାଯାଇଥିବା ଗଛଗୁଡ଼ିକ ଯେଭଳି ବଂଚିବ ଓ ସୁସ୍ଥକର ଭାବେ ବଢ଼ିବ ସେଥିପାଇଁ ତାହାର ଯତ୍ନ ନିଆଯିବ ଆଦି ବିଷୟ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ବନ୍ଦର ଅଂଚଳରେ ବୃକ୍ଷରୋପଣର ନିରନ୍ତର ସମୀକ୍ଷା, ଆଗାମୀ ବୃକ୍ଷରୋପଣ ଅଭିଯାନ କାର୍ଯକ୍ରମ ଓ ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଭଳି ବହୁ ସବୁଜ ଅଭିଯାନ ଉପରେ ଆଲୋକପାତ ରାଯାଇଥିଲା।


Also Read: Road Accident: ରେଳ ଦୁର୍ଘଟଣା ମନରୁ ନ ଲିଭୁଣୁ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ


Also Read: Odisha Train Accident: ଦୁର୍ଘଟଣାର ୫ ଦିନ ପରେ ଆଜିଠୁ ଟ୍ରାକରେ ଦୌଡ଼ିବ କରମଣ୍ଡଳ ଏକ୍ସପ୍ରେସ


Also Read: Ekta Kapoor Birthday: ବାପାଙ୍କ ସେହି ପଦିଏ କଥା ପାଇଁ ଆଜି ଯାଏଁ ବାଡୁଅ ଅଛି: ଏକତା କପୁର