Yogi Aditya Nath Received Death Threats: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ (CM Yogi Aditya Nath) ପୁଣି ଥରେ ହତ୍ୟା ଧମକ । ଅଜଣା ବ୍ୟକ୍ତି ଜଣଙ୍କ ଡ଼ାଏଲ ୧୧୨ରେ ମେସେଜ କରି ଏହି ଧମକ ଦେଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଧମକ ଆସିବା ପରେ ସମଗ୍ର ରାଜ୍ୟରେ ଉତ୍ତେଜନା ଦେଖାଦେଇଛି । ଯୋଗୀଙ୍କୁ (Yogi Aditya Nath) ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ କରାଯାଇଛି । ତେବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଯୋଗୀଙ୍କୁ ଧମକ ମିଳିବାପରେ ସୁଶାନ୍ତ ଗଲ୍ଫ ସିଟି ପୋଲିସ ଷ୍ଟେସନ (Gulf city police station) ) ଅଞ୍ଚଳରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ ଧାରା ୫୦୬, ୫୦୭ ଆଇପିସି ଓ ୬୬ ଆଇଟି ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ (case registered) ହୋଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଏପ୍ରିଲ ୨୩ ତାରିଖ ରାତିରେ ହ୍ବାଟଆପ୍ (Whatsapp) ନମ୍ବରକୁ ଏକ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଏହି ମେସେଜରେ କୁହାଯାଇଥିଲା ଯେ, ସିଏମ ଯୋଗୀଙ୍କୁ ଖୁବଶୀଘ୍ର ଜୀବନରୁ ମାରିଦେବି । ଏହି ମେସଜର ସ୍କ୍ରିନସଟ୍ (screenshot) ନେଇ ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଥିଲେ। ଏହି ମାମଲାରେ ବର୍ତ୍ତମାନ ଲକ୍ଷ୍ନୌର ସୁଶାନ୍ତ ଗଲ୍ଫ ସିଟି ପୋଲିସ ଷ୍ଟେସନରେ (Gulf city police station) ଏକ ମାମଲା ରୁଜୁ ହୋଇଛି। ଧମକ ଦେଉଥିବା ବ୍ୟକ୍ତି କିଏ ବୋଲି ପୋଲିସ ତଦନ୍ତ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ (CM Yogi Aditya Nath) ଧମକ ମିଳିଥିବା ନେଇ ଏହା ପ୍ରଥମ ଘଟଣା ନୁହେଁ, ଯୋଗୀ ସରକାରଙ୍କ (Yogi Government) କଠୋର ପଦକ୍ଷେପ ଯୋଗୁଁ ତାଙ୍କୁ ଅନେକ ଥର ଧମକ ମିଳିସାରିଛି ।


ପ୍ରକାଶ ଥାଉ କି, ଚଳିତ ମାସ ଆରମ୍ଭରୁ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଗଣମାଧ୍ୟମ ସଂସ୍ଥା ଜରିଆରେ ହତ୍ୟା ଧମକ ମିଳିଥିଲା । ଏକ ଫେସବୁକ ପୋଷ୍ଟରେ ଯୋଗୀଙ୍କୁ ଗୁଳି କରି ମାରିବାକୁ ଧମକ ଦିଆଯାଇଥିଲା । ଏହି ପୋଷ୍ଟ ସୋସିଆଲ ମିଡିଆରେ (social media) ଭାଇରାଲ ହୋଇଥିଲା ଏହି ଧମକ ମିଳିବା ପରେ ସେ ନୋଏଡ଼ା ପୋଲିସ ଜଣେ ୧୬ ବର୍ଷୀୟ ସ୍କୁଲ ଛାତ୍ରକୁ ଗିରଫ କରିଥିଲା । ବିହାର ଏହି ଛାତ୍ରଙ୍କୁ ଚିନହାତ ଅଞ୍ଚଳରୁ ଗିରଫ କରାଯାଇଥିଲା । ତେବେ ଏନେଇ ସହକାରୀ ପୋଲିସ କମିଶନର ରଜନୀଶ ବର୍ମା ସୂଚନା ଦେଇଥିଲେ । ପରେ ଛାତ୍ର ଜଣଙ୍କୁ ନୋଏଡ଼ାର ଏକ ଜୁଭେନିଲ କୋର୍ଟରେ ହାଜର କରାଯାଇଥିଲା । ତେବେ ବର୍ତ୍ତମାନ ଅଭିଯୁକ୍ତ ନାବାଳଙ୍କୁ ଜାମିନ ମିଳିଥିବା ପିଟିଆଇ ରିପୋର୍ଟ କରିଛି ।


ଏହା ବି ପଢନ୍ତୁ-Kochi Water Metro: ଆଜିଠାରୁ ପାଣିରେ ଦୌଡ଼ିବ ମେଟ୍ରୋ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି