ଭୁବନେଶ୍ୱର: ପୁରୀ ବିଜେଡ଼ିରେ ସବୁକିଛି ଠିକ ଚାଲୁନାହିଁ। ଦଳ ମଧ୍ୟରେ ଏକ ବଡ଼ଧରଣର କନ୍ଦଳ ମୁଣ୍ଡ ଟେକିବାକୁ ଯାଉଛି। ଏକଥା ଆମେ କହୁନାହୁଁ ପୁରୀ ୧୧ ନମ୍ବର ଜୋନର ଜିଲ୍ଲା ପରିଷଦଙ୍କ ମୃତ୍ୟୁ ପରେ ଏଭଳି ଅନେକ ରାଜନୈତିକ ମାହୋଲ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ପୁରୀ ରାଜନୀତିରେ କନ୍ଦଳ ପ୍ରସଙ୍ଗକୁ ଯିବା ପୂର୍ବରୁ ଜିଲ୍ଲା ପରିଷଦଙ୍କ ମୃତ୍ୟୁ ମାମଲା ଉପରେ ଆଲୋଚନା କରିବା ଜରୁରୀ। 


COMMERCIAL BREAK
SCROLL TO CONTINUE READING

ପୁରୀ ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ପରଲୋକ ହୋଇଛି। କିଛି ଦିନ ପୂର୍ବରୁ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୀର୍ଘ ଦିନରୁ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ସ୍ୱାଭାବିକ ଜୀବନ ବଞ୍ଚିବାକୁ ପ୍ରୟାସ କରୁଥିବା ଧର୍ମେନ୍ଦ୍ର କିନ୍ତୁ କୌଣସି ଏକ ଅଦୃଶ୍ୟ ଚାପରେ ଜର୍ଜରିତ ହୋଇ ପଡ଼ିଥିଲେ। ସବୁବେଳେ ଅସ୍ତବ୍ୟସ୍ତ ରହୁଥିବା ତାଙ୍କ ନିକଟତମ ସମ୍ପର୍କୀୟମାନେ କହିଛନ୍ତି। ତେବେ ଆତ୍ମହତ୍ୟା କରିବାର କିଛି ସମୟ ପରେ ଆଜି ତାଙ୍କର ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଭୁବନେଶ୍ୱର ବାସଭବନରୁ ତାଙ୍କର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। ସେପଟେ ପାରିପାର୍ଶ୍ୱିକ ସ୍ଥିତି ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି। 


 



ଧର୍ମେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆକୁଦ ଗାଁରେ। ସେ ଭୁବନେଶ୍ୱରରେ ବ୍ୟବସାୟ କରିବା ସହ ପରିବାର ସହ ଭୁବନେଶ୍ୱରରେ ରହୁଥିଲେ। ଜଣେ ପ୍ରତିଷ୍ଠିତ ରାଜନେତା ହୋଇଥିବା ସତ୍ତ୍ୱେ ତାଙ୍କ ପାରିବାରିକ ଜୀବନ ସୁରୁଖୁରୁରେ ଚାଲି ନ ଥିବା ସୂଚନା ମିଳିଛି। ଏପରିକି ଅଧିକାଂଶ ସମୟରେ ନିଶାସକ୍ତ ରହୁଥିବା ବେଳେ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା କହିଛନ୍ତି ତାଙ୍କ ଶ୍ୱଶୁର ।


ଗତକାଲି ବିଳମ୍ବିତ ରାତିରେ ଧର୍ମେନ୍ଦ୍ର ଘରକୁ ଫେରିଥିଲେ। ଏହାପରେ ସେ ନିଜ ବାଲକୋନୀରେ ବେକରେ ଗାମୁଛା ଗୁଡ଼ାଇ ହୋଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ଖବର ପ୍ରଚାରିତ ହୋଇଛି। ଏହାବାଦ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁଥିପାଇଁ ଧର୍ମେନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଲେ, ମୃତ୍ୟୁ ପୂର୍ବରୁ କ'ଣ ଘଟିଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।


ସେପଟେ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବାର ୫ ଘଣ୍ଟା ପୂର୍ବରୁ ମଧ୍ୟ ସୋସିଆଲ ମିଡ଼ିଆରେ ବେଶ ଆକ୍ଟିଭ ଥିଲେ। ସୋସିଆଲ ମିଡ଼ିଆରେ ଶେଷ ପୋଷ୍ଟ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଶେଷ ଥର ପାଇଁ ସେ ଫେସବୁକରେ ମୋ ଫୋନ ଦୁଇଟାରେ ସବୁ ଭିଡ଼ିଓ ରହିଛି। ତାକୁ ଲୋକଲୋଚନକୁ ଆଣିବେ। ସେ ଏଭଳି କାହିଁକି ଲେଖିଲେ ତାହାକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି। ଫୋନରେ କେଉଁ ଭିଡ଼ିଓ ରହିଛି ତାହାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି ହୋଇଚି। ତାଙ୍କର ଏହି ପୋଷ୍ଟ ତାଙ୍କ ମୃତ୍ୟୁକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ମୃତ୍ୟୁ ସ୍ୱାଭାବିକ ନା ହତ୍ୟା ତାହା ଉପରେ ମଧ୍ୟ ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଛି। ଏପରିକି କରିଥିବା ଭିଡ଼ିଓରେ ତାଙ୍କର ଆତ୍ମସମ୍ମାନହାନୀ ପାଇଁ ଜଣେ ସାମ୍ବାଦିକଙ୍କୁ ଦାୟୀ କରିଥିବା ନେଇ ଧର୍ମେନ୍ଦ୍ର କହିଛନ୍ତି। 


ଧର୍ମେନ୍ଦ୍ର ମୃତ୍ୟୁକୁ ନେଇ ପୁରୀ ବିଜେଡ଼ିରେ ହଟଚମଟ ସୃଷ୍ଟି ହୋଇଛି। ଆଲୋଚନା ହେଉଛି କି ଧର୍ମେନ୍ଦ୍ରଙ୍କ ପରିବାର ସହିତ ଜଣେ ରାଜ୍ୟ ରାଜନୀତିର ଜଣେ ବରିଷ୍ଠ ନେତାଙ୍କ ନିବିଡ଼ ସମ୍ପର୍କ ରହିଥିଲା। ଏହି ସମ୍ପର୍କକୁ ନେଇ ତାଙ୍କ ପରିବାର ମଧ୍ୟରେ କନ୍ଦଳ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଧର୍ମେନ୍ଦ୍ର ଅଶାନ୍ତିରେ ରହୁଥିଲେ। ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଗୋପ ରାଜନୀତିରେ ବର୍ତ୍ତମାନ ଉକ୍ତ ରାଜନେତାଙ୍କୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ମୃତ୍ୟୁ ମାମଲାରେ ଉକ୍ତ ବରିଷ୍ଠ ତଥା ଶକ୍ତିଶାଳୀ ନେତା ଛନ୍ଦି ହୋଇଯିବେ କି ବୋଲି ରାଜନୈତିକ ମାହୋଲରେ ଆଲୋଚନା ହୁଏ।