Archana Nag Blackmailing Case: ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ମାମଲାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଧୀରେ ଧୀରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସାଂଘାତିକ ଷଡ଼ଯନ୍ତ୍ରର ଗୁମର ଖୋଲୁଛି । ଅର୍ଚ୍ଚନା ଏବେ ଝାରପଡା ଜେଲରେ ନ୍ୟାୟିକ ହେପାଜତରେ ଥିବାବେଳେ ଏସଡିଜେଏମ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି । ତେବେ ମଙ୍ଗଳବାର ସୁରକ୍ଷା ଦୃଷ୍ଟିରୁ ଭିଡିଓ କନଫରେନ୍ସିଂ ଜରିଆରେ ଅର୍ଚ୍ଚନାଙ୍କୁ କୋର୍ଟରେ ପୋଲିସ ହାଜର କରିଛି । ତେବେ ନିଜର ପକ୍ଷ ରଖିବା ପାଇଁ ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର, କୋର୍ଟଙ୍କୁ ଅଧିକ ସମୟ ମାଗିଥିବା ସୂଚନା ମିଳିଛି ।
  
ସୋମବାର ଅର୍ଚ୍ଚନା ନାଗ ବିରୁଦ୍ଧରେ ନୟାପଲ୍ଲୀ ଥାନାରେ ଦିଆଯାଇଥିବା ଏତାଲାର କପି ଗଣମାଧ୍ୟମ ହାତରେ ପଡ଼ିଥିଲା । ଯେଉଁଥିରୁ ସେ କେମିତି ବ୍ଲାକମେଲ୍ କରି ଟଙ୍କା ଆଦାୟ କରୁଥିଲେ ତାହା ଜଣାପଡିଥିଲା । ତେବେ ଏହାଭିତରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଷଡ଼ଯନ୍ତ୍ର ସାମ୍ନାକୁ ଆସୁଥିବାବେଳେ ପ୍ରତିଦିନ ଘଟଣାରେ ନୂଆ ଖିଅ ଯୋଡ଼ି ହେଉଛି । ମାମଲାରେ ରାଜନେତାଙ୍କଠାରୁ ଆରମ୍ଭ କରି ବ୍ଯବସାୟୀଙ୍କ ସମ୍ପୃକ୍ତି ରହିଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେଣି ସମାଜସେବୀ । ରାଜ୍ୟ ସରକାରଙ୍କ ତଦନ୍ତ ପ୍ରକ୍ରିୟା ଉପରେ ଭରଷା ନାହିଁ, ତେଣୁ ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ସମାଜସେବୀ ଋତୁପର୍ଣ୍ଣା ମହାନ୍ତି ଦାବି କରିଛନ୍ତି । କାରଣ ଏହି ମାମଲାରେ କାଉଣ୍ଟର ଏଫଆଇଆରକୁ ନେଇ ତଦନ୍ତ କରାଯାଉଥିବାରୁ ଅନେକ ପୀଡ଼ିତା ମୁହଁ ଖୋଲୁ ନାହାଁନ୍ତି କିମ୍ବା ସାମ୍ନାକୁ ଆସୁନାହାନ୍ତି। ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ହେଲେ ମାନବ ଚାଲାଣ, ସେକ୍ସ ରାକେଟ ଓ ହନିଟ୍ରାପ ଭଳି ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ସମାଜସେବୀ କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

Also Read: Archana Nag : ପ୍ରଯୋଜକଙ୍କୁ ୩ କୋଟି ପାଇଁ ବ୍ଲାକମେଲ୍ , ବାହାର ରାଜ୍ୟ ଓ କେଉଁ ସେଲିବ୍ରେଟି ଥିଲେ ଲିଷ୍ଟରେ ?


 


ଅନ୍ୟପଟେ ରାଜନୈତିକ ବୟାନବାଜି ଉଗ୍ରରୂପ ନେଉଛି । ବିଜେପି ଶାସକ ଦଳର ନେତାମାନଙ୍କୁ ଟାର୍ଗେଟ କରିଥିବାବେଳେ ବୁଢିଆଣି ଜାଲରେ ଛନ୍ଦି ହୋଇ ପଡୁଛନ୍ତି ବିଜେଡି ନେତା । ସିବିଆଇ ତଦନ୍ତ ଦାବି କରି ବିଜେପି ଟାର୍ଗେଟ କରିଥିବାବେଳେ  ବିଜେଡି ଓଲଟା ନିଶାନା କରିଛି ବିଜେପିକୁ । ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ତରବରିଆ ଭାବେ ଅର୍ଚ୍ଚନା ନାଗକୁ ପୋଲିସ ଗିରଫ କରିବା ପ୍ରସଙ୍ଗକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିବାବେଳେ କାୟା ବିସ୍ତାର ଭିତରେ କେଉଁ ନେତା,ମନ୍ତ୍ରୀ ଓ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ରହିଛି,ତାକୁ ପୋଲିସ ସ୍ପଷ୍ଟ କରୁନଥିବାରୁ ସଂଶୟ ବଢ଼ିଛି । ତେବେ କାହା ଛତ୍ରଛାୟା ତଳେ ଅର୍ଚ୍ଚନା ନାଗ ଏତେ ବଡ଼ କେଳେଙ୍କାରୀ କରୁଥିଲେ ତାକୁନେଇ ପ୍ରଶ୍ନ ଉଠାଇଛି ଦଳ ।


କଂଗ୍ରେସ ମଧ୍ୟ ଅର୍ଚ୍ଚନା ନାଗ ପ୍ରସଙ୍ଗରେ  ସଠିକ ତଦନ୍ତ ପାଇଁ ଦାବି କରିଛି। ଛାତ୍ର କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ପୂର୍ବରୁ ମଦକୁ ଅଧିକ ପ୍ରୋତ୍ସାହନ ଦେଉଥିଲେ, ଏବେ କିନ୍ତୁ ବେଶ୍ୟାଳୟକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ  । ଅର୍ଚ୍ଚନା ନାଗ ପୋଲିସ ଓ ପ୍ରଶାସନର ଅଗୋଚରରେ କିପରି ସାମ୍ରାଜ୍ୟ ଚଳାଇଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି । ବିଧାନସଭା ଓ ସଚିବାଳୟରେ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ ଅର୍ଚ୍ଚନା କିଭଳି ଅବାଧରେ ପ୍ରବେଶ କରୁଥିଲେ । କାହିଁକି ଭିଡିଓ କନ୍ଫରେନ୍ସିଂରେ ତାଙ୍କୁ କୋର୍ଟରେ ହାଜର କରାଗଲା ବୋଲି ଯୁବ କଂଗ୍ରେସ ଉଠାଇଛି ପ୍ରଶ୍ନ  । SIT ତଦନ୍ତ ଦାବି କରି ଯେଉଁମାନଙ୍କର ସଂପୃକ୍ତି ଅଛି ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ, ନଚେତ୍ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଶୁଣାଇଛି ଛାତ୍ର କଂଗ୍ରେସ  ।


Also Read: ଗୋଟିଏ ଘାଟରେ ପାଣି ପିଉଥିଲେ ସବୁଦଳ, ପୋଲିସର ପାଉନି ବଳ, ଉଜୁଡ଼ିଗଲେ ମୋ ସୁନା ଗ୍ରାହକ


ଏ ପ୍ରସଙ୍ଗରେ  ବିଜେପି ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡି। ମିଛ କଥା କହି ଲୋକଙ୍କ ସହିତ ଛଳନା କରୁଛି କହିବା ସହିତ ,ଉତ୍ତର ଦେବା ଲୋକ ଆଜି ପ୍ରଶ୍ନକର୍ତ୍ତା ସାଜିଛନ୍ତି ବୋଲି କହିଛି ବିଜେଡି। ସିବିଆଇର ଆଳ ଦେଖାଇ ଖସିଯିବାକୁ ଚାହୁଁଛନ୍ତି । ଯଦି ତାଙ୍କ ପାଖରେ କୌଣସି ତଥ୍ୟ ଅଛି ସତ ସାହସ ଥିଲେ ଜନସାଧାରଣରେ ପ୍ରକାଶ କରନ୍ତୁ । ବିଜେପି ଜାଣିରଖିବା ଉଚିତ ଯେ, ତାଙ୍କ ଦଳର ଜଣେ ପଶ୍ଚିମ ଓଡ଼ିଶାର ତୁଙ୍ଗ ନେତାଙ୍କ ଫଟୋ ସାମ୍ନାକୁ ଆସିଛି। ପ୍ରଥମେ ତାର ଉତ୍ତର ରଖନ୍ତୁ ତାପରେ ଅଭିଯୋଗ ଆଣିବେ ବୋଲି ଅତ୍ତର ରଖିଛି ବିଜୋଡି । 


ଓଡ଼ିଆ ପ୍ରଯୋଜକଙ୍କ ଅଭିଯୋଗ ପରେ ବ୍ଲାକମେଲିଙ୍ଗର ମାଷ୍ଟର ମାଇଣ୍ଡ  ଅର୍ଚ୍ଚନା ନାଗଙ୍କୁ କମିସନରେଟ ପୋଲିସ ଗିରଫ କରିଛି । ବ୍ଲାକ ମେଲିଙ୍ଗ କରି ଅର୍ଚ୍ଚନା ନାଗ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଅର୍ଚ୍ଚନାଙ୍କ ଚକ୍ରାନ୍ତରୁ ବଂଚି ନଥିଲେ ସିନେ ପ୍ରଯୋଜକ, ବ୍ୟବସାୟୀ ଓ ପୋଲିସ ଅଧିକାରୀ । ଅର୍ଚ୍ଚନା ନିଜକୁ ଓକିଲ ପରିଚୟ ଦେବା ସହ ରାଜନୈତିକ ଦଳର ସଦସ୍ୟ ବୋଲି ନିଜର ପରିଚୟ ଦେଉଥିଲା । ସୋସିଆଲ ମିଡ଼ିଆ ସାହାଯ୍ୟରେ ବଡ଼ ବଡ଼ ପ୍ରତିଷ୍ଠିତ ଲୋକଙ୍କ ସହ ବନ୍ଧୁତା କରୁଥିଲା । ପରେ ଘରକୁ ଡାକି ଶାରୀରିକ ସମ୍ପର୍କ ରଖିବା ସମୟରେ ଗୁପ୍ତ କ୍ୟାମେରା ଲଗାଇ ରେକର୍ଡ଼ିଂ କରୁଥିଲା ଦୁର୍ବଳ ମୁହୁର୍ତ୍ତର ସମୟକୁ । ଏହାପରେ କାମ କରୁଥିଲା ଅର୍ଚନାର ମାଷ୍ଟର ପ୍ଳାନ। ସିକ୍ରେଟ ଫଟୋ ଏବଂ ଭିଡ଼ିଓ ଦେଖାଇ ବ୍ଲାକ ମେଲ କରି ଅର୍ଚ୍ଚନା ରୋଜଗାର କରୁଥିଲା ଲକ୍ଷାଧିକ ଟଙ୍କା। ଗତ ମେ ମାସରେ ଅର୍ଚ୍ଚନାଙ୍କ ନାଁରେ ଖଣ୍ଡଗିରି ଥନାରେ ମାମଲା ରୁଜୁ ହୋଇଥିବା ବେଳେ ନିକଟରେ ନୟାପଲ୍ଲୀ ଥାନାରେ ବ୍ଲାକମେଲ କରି ୩ କୋଟି ଟଙ୍କା ଡିମାଣ୍ଡ କରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀଙ୍କ ସହ ଏକାଧିକ ରାଜନେତା, ବିଧାୟକ, ବ୍ୟବସାୟୀ ସଂପର୍କରେ ରହିଥିବା କଥା ସାମ୍ନାକୁ ଆସିଛି ଯଦିଓ ପୋଲିସ ଏକଥା ସାମ୍ନାକୁ ଆଣିବାକୁ ଚାହୁଁନାହିଁ ।  ପୂର୍ବରୁ ଅର୍ଚ୍ଚନାଙ୍କ  ନାଁରେ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଏପଟେ ସାମ୍ନାକୁ ଆସିଛି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କ ଫଟୋ । ତେବେ ଖଗେଶ୍ୱର କୁଆଡେ ଗଲେ ସେନେଇ ପୋଲିସ ଅନୁସନ୍ଧାନ ଜାରି ରଖିଛି ।