Matric Summetiv Exam:  ଭୁବନେଶ୍ୱର: ନଭେମ୍ବର ୨୩ରୁ ନଭେମ୍ବର ୩୦ ଯାଏଁ ମାଟ୍ରିକ ସମେଟିଭ୍ ୧ ପରୀକ୍ଷା। ଦିନ ୧୦ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା। ତେବେ ଗଣିତ ପାଇଁ ଅଧିକ ୧୫ ମିନିଟ ମିଳିବ। ଏଥିପାଇଁ ଆଜି ପରୀକ୍ଷା ସୂଚୀ ପ୍ରକାଶ ପାଇଛି। 


COMMERCIAL BREAK
SCROLL TO CONTINUE READING

୨୩ ରେ ଇଂରାଜୀ ୨୫ ରେ ଗଣିତ ୨୬ ରେ ମାତୃଭାଷା ୨୭ ରେ ପ୍ରାକ୍ଟୀକାଲ୍ ୨୮ ରେ ସାଧାରଣ ବିଜ୍ଞାନ ୨୯ ରେ ସାମାଜିକ ବିଜ୍ଞାନ ୩୦ ରେ ତୃତୀୟ ଭାଷା।୫ ଲକ୍ଷ ୩୨ ହଜାର ୭୧୨ ପରୀକ୍ଷାର୍ଥୀ କରିଛନ୍ତି ଫର୍ମ ଫିଲଅପ୍।୩୦୨୯ ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା।୩୧୬ ନୋଡାଲ ସେଣ୍ଟର ଏଠି ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ।ଆଜିଠୁଁ ବୋର୍ଡ ୱେବସାଇଟ୍ ରୁ ଆଡମିଟ କାର୍ଡ ଡାଉନଲୋଡ କରିହେବ।


ମାଓ ପ୍ରବଣ ଅଞ୍ଚଳ କନ୍ଧମାଳ ୭ ମାଲକାନଗିରି ୧୦ କୋରାପୁଟ ୫ ଥାନାରେ ନୋଡ଼ାଲ ସେଣ୍ଟର୍ ହେବ।ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ କେହି ବି ନେଇପାରିବେ ନାହିଁ।ପରୀକ୍ଷାର୍ଥୀ କେବଳ ପେନ୍ ଓ ଆଡମିଟ କାର୍ଡ ବ୍ୟତୀତ ଅନ୍ୟ କିଛି ନେବେନି।