BJP Protest: ଭୁବନେଶ୍ୱର (ଦେବବ୍ରତ ରାୟ): ବହୁ ଚର୍ଚ୍ଚିତ ଅର୍ଚ୍ଚିନା ନାଗ (Archana Nag) ଓ ଧର୍ମେନ୍ଦ୍ର ସାହୁ (Dharmendra Sahu) ହତ୍ୟା ଘଟଣା ଏବେ ରାଜ୍ୟ ସରକାରଙ୍କ (State Government) ଗଳାରେ କଣ୍ଟା ହୋଇ ଲାଗିଛି। ଏହି ଦୁଇ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ହେଉଥିବା ବିରୋଧୀ (Opposition Party) ମାନେ ଅଭିଯୋଗ କରିଛନ୍ତି। ତେବେ ବିରୋଧୀଙ୍କ କୌଣସି କାମ ନାହଁ ବୋଲି କହିଛି ବିଜେଡି।


COMMERCIAL BREAK
SCROLL TO CONTINUE READING

ରାଜ୍ୟ ରାଜଧାନୀରେ (Bhubaneswar) ଅର୍ଚ୍ଚନା ନାଗ (Archana Nag) କେଳେଙ୍କାରୀ ଓ ବିଜେଡି ନେତା ଧର୍ମେନ୍ଦ୍ର ସାହୁ (Dharmendra Sahoo) ହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀଙ୍କ (Mass Education) ସମ୍ପକୃତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଏହି ଦୁଇ ପ୍ରସଙ୍ଗରେ ଶାସକ ଦଳର ମାଳ ମାଳ ମନ୍ତ୍ରୀ ଓ ଗଣ୍ଡା ଗଣ୍ଡା ବିଧାୟକଙ୍କ ବ୍ୟଭିଚାରରେ ଲିପ୍ତ ଥିବା ବେଳେ ତଦନ୍ତ ବାଟବଣା ହେଉଥିବା ପ୍ରତିବାଦ କରି ଆଜି କମିଶନରେଟ ପୋଲିସ ମୁଖ୍ୟାଳୟ ସମ୍ମୁଖିନ ସତ୍ୟାଗ୍ରହ କରିଛି ବିଜେପି । ପୋଲିସ ଶାସକ ଦଳର ଚାପରେ ବଶବର୍ତ୍ତୀ ହୋଇ ମନ୍ତ୍ରୀଙ୍କ ପାଖ ମାଡୁ ନଥିବା ଓ ଅର୍ଚ୍ଚନା ନାଗ ଗୁମର ଖୋଲିରେ ସରକାରଙ୍କ ଅସଲ ମୁଖା ଖୋଲିଯିବ ବୋଲି ବିଜେପି କହିଛି।


ପୁରୀ ଜିଲ୍ଲାର ଗୋପର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ହତ୍ୟା ଘଟଣାରେ ଗଣଶିକ୍ଷା ଶିକ୍ଷା ମନ୍ତ୍ରୀ ସିଧାସଳଖ ସମ୍ପକୃତି ଭାଇରାଲ ଅଡିଓରୁ ପ୍ରମାଣିତ ହେବା ପରେ କାହିଁକି ମନ୍ତ୍ରୀଙ୍କୁ କମିଶନରେଟ ପୋଲିସ ତଦନ୍ତ ପରିସର ଭୁକ୍ତ କରୁନାହିଁ ବୋଲି ପ୍ରଶ୍ନ କରିଛି ବିଜେପି। ସମୀର ଦାସ ମନ୍ତ୍ରୀ ପଦରେ ଥିବା ପର୍ଯ୍ୟନ୍ତ ତଦନ୍ତ ସଠିକ ଢଙ୍ଗରେ ହୋଇ ପାରିବ ନାହିଁ ବୋଲି ବିଜେପି ଅଭିଯୋଗ କରିଛି । 


ଏଥି ସହିତ ମୁଖ୍ୟମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀଙ୍କୁ ସୁରକ୍ଷା ହେଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। କଂଗ୍ରେସ ନେତା ତାରା ବାହିନୀପତି କହିଛନ୍ତି । ପୋଲିସ ସବୁ କଥା ଲୋକ ଲୋଚନକୁ ଆଣିବ ନାହିଁ। ଅର୍ଚ୍ଚନାଙ୍କ ସ୍ଵାମୀଙ୍କ ମୋବାଇଲ, ଲାପଟପ ଓ ଡାୟାରୀରୁ କିଏ ଫୋଟୋ ଡିଲେଟ କରିଛି। ବିଜେଡିର ମାଳ ମାଳ ମନ୍ତ୍ରୀ ଓ ଗଣ୍ଡା ଗଣ୍ଡା ବିଧାୟକ ଅର୍ଚ୍ଚନା ଗଙ୍ଗାରେ ଗାଧେଇଛନ୍ତି। 
ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଅର୍ଚ୍ଚନ ସ୍ୱାମୀଙ୍କୁ ଗିରଫ ଏକ ନାଟକ। 


ତେବେ ବରୋଧୀଙ୍କ ଏହି ଅଭିଯୋଗର ଉତ୍ତର ରଖିଛି ବିଜେଡି।ବିରୋଧୀଙ୍କର କିଛି କାମ ନଥିବା କହିଛନ୍ତି କଟକ ମେୟର ସୁବାସ ସିଂ। ତେବେ ଓଡ଼ିଶାର ବାସୀଙ୍କ ସାମ୍ନାକୁ ଆସିବ ସତ। ପୋଲିସ ସଠିକ ଢଙ୍ଗରେ ତଦନ୍ତ କରିବ ତ ? ନାଁ ଛୋଟ ମାଛ ଧରି ବଡ଼ ମାଛକୁ ଖସେଇ ଦେବ ପୋଲିସ। ତାହା ଉପରେ ରହିଛି ରାଜ୍ୟ ବାସୀଙ୍କ ନଜର।


ଅଧିକ ପଢନ୍ତୁ: ଖେଳରୁ ଦୂରେଇ ଯିବେ କି ଦୂତି ଚାନ୍ଦ ? ନିଜେ କଲେ ଖୁଲାସା


ଅଧିକ ପଢନ୍ତୁ: ମେଲବୋର୍ଣ୍ଣରୁ ଆସିଲା ଖୁସି ଖବର, ଭାରତ ବନାମ ପାକିସ୍ତାନ ମ୍ୟାଚରୁ ହଟିଲା ସଙ୍କଟର କଳା ବାଦଲ!