India Vs Pakistan: ମେଲବୋର୍ଣ୍ଣରୁ ଆସିଲା ଖୁସି ଖବର, ଭାରତ ବନାମ ପାକିସ୍ତାନ ମ୍ୟାଚରୁ ହଟିଲା ସଙ୍କଟର କଳା ବାଦଲ!
Advertisement
Article Detail0/zeeodisha/odisha1406158

India Vs Pakistan: ମେଲବୋର୍ଣ୍ଣରୁ ଆସିଲା ଖୁସି ଖବର, ଭାରତ ବନାମ ପାକିସ୍ତାନ ମ୍ୟାଚରୁ ହଟିଲା ସଙ୍କଟର କଳା ବାଦଲ!

Melbourne Weather Latest Update: ଦୁଇ ଦିନ ପୂର୍ବରୁ ଏକ ଖବର ଥିଲା ଯେ ରବିବାର ଦିନ ମେଲବର୍ଣ୍ଣରେ ପ୍ରବଳ ବର୍ଷା ହେବ ଓ ଏହାର ସମ୍ଭାବନା ୯୬ ପ୍ରତିଶତ ଥିଲା କିନ୍ତୁ କିଛି ଘଣ୍ଟା ପରେ ବର୍ତ୍ତମାନ ଏହି ମ୍ୟାଚକୁ ନେଇ ଆସିଥିବା ସଙ୍କଟର ବାଦଲ ହଟୁଥିବା ଜଣାପଡିଛି । 

ସୌ: ସୋସିଆଲ ମିଡିଆ

Melbourne Weather: ଭାରତ ଏବଂ ପାକିସ୍ତାନ (India Vs Pakistan) ଆଇସିସି ଟି-୨୦ ବିଶ୍ୱକପ ୨୦୨୨ (T20 World Cup 2022) ର ନିଜ ନିଜର ମ୍ୟାଚ ୨୩ ଅକ୍ଟୋବର ଅର୍ଥାତ ରବିବାର ଦିନ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ (Melbourne Cricket Ground) ଖେଳିବେ । ଦୁଇ ଦିନ ପୂର୍ବରୁ, ଏକ ଖବର ଥିଲା ଯେ ରବିବାର ଦିନ ଅର୍ଥାତ ୨୩ ଅକ୍ଟୋବରରେ ମେଲବର୍ଣ୍ଣରେ ପ୍ରବଳ ବର୍ଷା ହେବ ଓ ଏହାର ସମ୍ଭାବନା ୯୬ ପ୍ରତିଶତ ଥିଲା, କିନ୍ତୁ କିଛି ଘଣ୍ଟା ପରେ ବର୍ତ୍ତମାନ ଏହି ମ୍ୟାଚକୁ ନେଇ ଆସିଥିବା ସଙ୍କଟର ବାଦଲ ହଟୁଥିବା ଜଣାପଡିଛି । 

ବାସ୍ତବରେ, ଲଟେଷ୍ଟ ପାଣିପାଗ ରିପୋର୍ଟ ଅନୁଯାୟୀ ରବିବାର ଦିନ ବର୍ଷା ହେବାର ସମ୍ଭାବନା ମାତ୍ର ୨୦ ପ୍ରତିଶତ ରହିଛି । ଶନିବାର ଦିନ ମଧ୍ୟ ମେଲବୋର୍ଣ୍ଣର ପାଣିପାଗ (Melbourne Weather) ପରିଷ୍କାର ରହିଛି ଓ ରବିବାର ଦିନ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଗ ପରିଷ୍କାର ରହିବାର ସମ୍ଭାବନା ରହିଛି । ଯଦିଓ ସନ୍ଧ୍ୟାରେ ବର୍ଷା ହେବାର ସମ୍ଭାବନା ଅଛି, କିନ୍ତୁ ମ୍ୟାଚ୍ ବିନା ବାଧାରେ ଶେଷ ହେବାର ଆଶା କରାଯାଉଛି ।

ଏପରିକି ଭାରତ ବନାମ ପାକିସ୍ତାନ ଟି-୨୦ ବିଶ୍ୱକପ ୨୦୨୨ ଓଭର ହ୍ରାସ କରିବାକୁ ନେଇ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କହିଛନ୍ତି, “ସମସ୍ତେ ୪୦ ଓଭର ମ୍ୟାଚ ଦେଖିବାକୁ ଚାହାଁନ୍ତି, କାରଣ ସମସ୍ତ ପ୍ରଶଂସକ ୨୦ ଓଭର ଲେଖାଏଁ ମ୍ୟାଚ ଦେଖିବା ପାଇଁ ଟିକେଟ କିଣୁଛନ୍ତି, କିନ୍ତୁ ଆମେ ମଧ୍ୟ ମ୍ୟାଚ ପାଇଁ ପ୍ରସ୍ତୁତ ଅଛୁ, ୧୦ ଓଭର ଲେଖାଏଁ ହେଉ କିମ୍ବା ଏହାଠାରୁ ଆହୁରି ଛୋଟ ହେଉ, କାରଣ ପ୍ରତ୍ୟେକ ଦଳ ମ୍ୟାଚ୍ ଖେଳିବାକୁ ଚାହାଁନ୍ତି ।"

ବିଶ୍ୱକପ ପାଇଁ ଉଭୟ ଦଳ:

ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷେଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ସାମୀ ।

ପାକିସ୍ଥାନ: ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (wk), ଶାନ ମସୁଦ, ଫଖର ଜମାନ, ଆସିଫ ଅଲି, ଇଫ୍ତିଖର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ନୱାଜ, ଶଦାବ ଖାନ, ହରିସ ରାଉଫ, ମହମ୍ମଦ ହସନେନ, ନାସିମ ଶାହା ଓ ମହମ୍ମଦ ୱାସିମ ଜୁନିୟର ।

ଏହା ବି ପଢ଼ନ୍ତୁ: Asia Cup 2023: ତେଜୁଛି ଏସିଆ କପ ବିବାଦ: ଜୟ ଶାହାଙ୍କ ଉପରେ ବର୍ଷିଲେ ଓ୍ୱାସିମ ଆକ୍ରମ

ଏହା ବି ପଢ଼ନ୍ତୁ: T20 World Cup 2022: ଶେନ୍ ୱାଟସନଙ୍କ ବଡ଼ ବୟାନ, 'ଏହି ଖେଳାଳି ଏକାକୀ ନିଜ ଦମରେ ଭାରତକୁ ଜିତାଇ ପାରିବେ ବିଶ୍ୱକପ'

ଏହା ବି ପଢ଼ନ୍ତୁ: India vs Pakistan: ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ ନା ନାହିଁ? କ୍ରୀଡ଼ା ମନ୍ତ୍ରୀ ଦେଲେ ଏହି ଜବାବ