Dutee Chand: ଖେଳରୁ ଦୂରେଇ ଯିବେ କି ଦୂତି ଚାନ୍ଦ ? ନିଜେ କଲେ ଖୁଲାସା
Advertisement
Article Detail0/zeeodisha/odisha1406451

Dutee Chand: ଖେଳରୁ ଦୂରେଇ ଯିବେ କି ଦୂତି ଚାନ୍ଦ ? ନିଜେ କଲେ ଖୁଲାସା

Dutee Chand: ଓଡ଼ିଆ ଧାବିକା ଦୂତି ଚାନ୍ଦ୍ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି । ହେଲେ ଦୂତିଙ୍କ ବିଷୟରେ କିଛି ଉଡା ଖବର ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଦୂତି ଚାନ୍ଦ୍‌ ଆଉ ୨୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିବେନି କି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କୌଣସି ଗେମରେ ଭାଗ ନେବେ ନାହିଁ ।

ସୌଜନ୍ୟ : ସୋସିଆଲ ମିଡିଆ

Dutee Chand: ଓଡ଼ିଆ ଧାବିକା ଦୂତି ଚାନ୍ଦ୍ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି । ହେଲେ ଦୂତିଙ୍କ ବିଷୟରେ କିଛି ଉଡା ଖବର ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଦୂତି ଚାନ୍ଦ୍‌ ଆଉ ୨୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିବେନି କି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କୌଣସି ଗେମରେ ଭାଗ ନେବେ ନାହିଁ । ଏହି ଖବର ଉପରେ ସତ୍ୟତା ଜାଣିବା ପାଇଁ ଜି ଓଡିଶା ପକ୍ଷରୁ ଦୂତିଙ୍କୁ ଯୋଗାଯୋଗ କରାଯାଇଥିଲା। ଏହି ଖବର ଉପରେ ମଧ୍ୟ ଦୂତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ' ଦୌଡ ପ୍ରତି ମୋର ପୂର୍ବରୁ ଯେପରି ଉତ୍ସାହ ଥିଲା,ଏବେବି ସେମିତି ରହିଛି ଆଗକୁ ମଧ୍ୟ ଏହି ଉତ୍ସାହ ରହିବ । ଜାତୀୟ ଓ ଅନ୍ତର୍ଜୀତୀୟ ଗେମ ପାଇଁ ମୁଁ ନିଜକୁ ପ୍ରସ୍ତୁତ କରୁଛି , ଆଗକୁ ଅଲମ୍ପିକ ଓ ଏସିଆନ୍ ଗେମରେ ଭାଗ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି'।  

ଦୌଡରାଣୀ ଦୂତି ଚାନ୍ଦ ସବୁବେଳେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ।  ସେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ହେଉ କି କ୍ୟାରିୟର ପାଇଁ । ନିକଟର ଦୂତି ଚାନ୍ଦ ଓ ତାଙ୍କ ଭଉଣୀ ସରସ୍ବତୀ ଚାନ୍ଦଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଓ୍ବାର ଆରମ୍ଭ ହୋଇଥିଲା । ତାଙ୍କ ଭଉଣୀ ସରସ୍ବତୀ ଚାନ୍ଦଙ୍କ ବିଷୟରେ ଦୂତି ସାଘାଂତିକ ଖୁଲାସା କରିଥିଲେ , ସେ ଫେସବୁକରେ ଲେଖିଥିଲେ ଯେ, 'ମୋ ଭଉଣୀ ଜଣେ ଝିଅ ସହ ରିଲେସନସିପରେ ଅଛି। ସବୁଠାରୁ ବଡ଼ କଥା ହେଲା, ସେ ଝିଅଟା ଓଡ଼ିଆ ନୁହେଁ ବାଲାଂଦେଶୀ। ଆଉ ଦୁହିଁଙ୍କ ସମ୍ପର୍କ କେବଳ ଖେଳ ପଡିଆ କି କୋଚିଂ ଭିତରେ ସୀମିତ ନାହିଁ ବରଂ ବେଡରୁମ ଯାଏଁ ପହଞ୍ଚି ଯାଇଛି। ପୋଲିସକୁ ଧମକ ଦେଖାଇ ଗୋଟିଏ ବାଂଲାଦେଶୀ ଝିଅକୁ ଜୋର ଜବରଦସ୍ତ ନିଜ ପାଖରେ ରଖିଛନ୍ତି ଭଉଣୀ ସରସ୍ବତୀ ଚାନ୍ଦ 'ଏଭଳି ଆଶ୍ଟର୍ଯ୍ୟ ଜନକ ପୋଷ୍ଟ କରିଥିଲେ। 

ଗତ କିଛି ଦିନ ତଳେ ଏକ ଘରୋଇ ଟିଭି ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ଶୋରେ ଦୂତି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଶେଷ ଥର ପାଇଁ ଦୂତି ଚଳିତ ବର୍ଷର ଜାତୀୟ କ୍ରୀଡ଼ା ୧୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିଥିଲା ବେଳେ ୧୧.୬୯ ସେକେଣ୍ଡ ସହ ଷଷ୍ଠ ସ୍ଥାନରେ ରହିଥିଲେ। ଏଥିପୂର୍ବରୁ ୧୦୦ ମିଟରରେ ଇଣ୍ଡିଆନ୍‌ ଗ୍ରାଁ ପ୍ରିରେ ସେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ (୧୧.୧୭ ସେକେଣ୍ଡ) ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଏହାର ପାଖାପାଖି ସମୟରେ ବି ଦୂତି ପହଞ୍ଚିପାରିନାହାନ୍ତି। ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ୧୧.୫୫ ସେକେଣ୍ଡ ସମୟ ନେଇଥିବାରୁ ସେମିଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ। ଅପରପକ୍ଷେ ୨୦୧୯ ମସିହା ପରଠୁ ସେ ଆଉ ୨୦୦ ମିଟର ଦୌଡ଼ରେ ପ୍ରତିଦ୍ବନ୍ଦ୍ବିତା କରୁନାହାନ୍ତି। ଶେଷ ଥର ପାଇଁ ରାଞ୍ଚିରେ ହୋଇଥିବା ୫୯ତମ ଜାତୀୟ ଓପନ୍‌ ଦୌଡ଼କୁଦରେ ସେ ଭାଗ ନେଇ ପ୍ରଥମ (୨୩.୧୭ ସେକେଣ୍ଡ) ହୋଇଥିଲେ।