ଭୁବନେଶ୍ୱର: ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟରୁ ଲେଡି ଆକାଉଣ୍ଟାଣ୍ଟ ୯୭ ଲକ୍ଷ ଟଙ୍କା ହଡପ ମାମଲା।  ଝାରଖଣ୍ଡରୁ ଗିରଫ ହେଲା ଲେଡି ଆକାଉଣ୍ଟଙ୍କ ବୟଫ୍ରେଣ୍ଡ । ବୟଫ୍ରେଣ୍ଡ ନାଁ ବିକାଶ କୁମାର । ଝାରଖଣ୍ଡ ପୋଲିସ ସହାୟତାରେ ଗିରଫ ପରେ ଟ୍ରାନ୍ଜିଟ୍ ରିମାଣ୍ଡରେ ଆଣିଲା ତମାଣ୍ଡୋ ଥାନା ପୋଲିସ । ଜେରା ବେଳେ ମିଳିଲା ଅଧିକ ତଥ୍ୟ । ନିଜ ପ୍ରେମିକା ଠାରୁ ଟଙ୍କା ଆଣି ଅନଲାଇନ୍ ଲଟେରୀ ଓ ସେୟାର ମାର୍କେଟରେ ନିବେଶ କରିଥିଲା । ୬୦ରୁ ୬୫ ଲକ୍ଷ ଟଙ୍କା ସେୟାରରେ ବିନିଯୋଗ କରିଛି । ମଝିରେ ମାତ୍ର ୮୦ ହାଜର ଟଙ୍କା ଫେରାଇ ଥିଲା । ତେବେ ଏହି ମାମଲାରେ ଅଧିକ ତଦନ୍ତ କରିବା ପାଇଁ ମୁଖ୍ୟ ଅଭିଯୁକ୍ତ ପ୍ରିୟା ମହାପାତ୍ର ଓ ବିକାଶକୁ ଏକ ସଙ୍ଗେ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ।


COMMERCIAL BREAK
SCROLL TO CONTINUE READING

ପୋଲିସର ସୂଚନା ଅନୁଯାୟୀ, ପ୍ରିୟା ମହାପାତ୍ର ସିଭି ରମଣ ୟୁନିଭର୍ସିଟିରେ ଗତ ସାତ ବର୍ଷ ହେବ ଆକାଉଣ୍ଟାଣ୍ଟ ପୋଷ୍ଟରେ କାମ କରି ଆସୁଥିଲେ । ଏହି ସମୟରେ ଉକ୍ତ ୟୁନିଭର୍ସିଟିରେ ଝାରଖଣ୍ଡରୁ ଆସିଥିବା ଜଣେ ଯୁବକ ପାଠ ପଢୁଥିଲେ । ପ୍ରିୟାଙ୍କ ସହ ତାଙ୍କର ପରିଚୟ ହେବ ପରେ ପ୍ରଥମେ ବନ୍ଧୁତା, ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଅତି ନିବିଡ ହୋଇଥିଲା ପ୍ରେମ । ଛାତ୍ର ଜଣଙ୍କ ପାଠ ପଢି ସାରି ନିଜ ରାଜ୍ୟକୁ ଫେରି ଯାଇଥିଲେ । ହେଲେ ପ୍ରେମ ସେମିତି ଥିଲା ପ୍ରିୟାଙ୍କ ସହ । ଯାହାର ଭରପୁର ଫାଇଦା ଉଠାଇବାକୁ ଯୋଜନା କରିଥିଲା ବିହାରୀ ବୟଫ୍ରେଣ୍ଡ । ନିଜ ବାପାଙ୍କ ଦେହ ଖରାପ ଅଛି, ଏଥିପାଇଁ ବହୁ ଟଙ୍କା ଦରକାର ବୋଲି ସେ କହିଥିଲେ । ଏହାପରେ ପ୍ରିୟା ୟୁନିଭର୍ସିଟି ଟଙ୍କା ହଡ଼ପ ପାଇଁ ଯୋଜନା କରିଥିଲେ । 


ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା


ଏହା ବି ପଢ଼ନ୍ତୁ:-ଅବିଶ୍ୱସନୀୟ; ୧୫୦ ଟଙ୍କା ଖର୍ଚ୍ଚ କରି ଏହି ବ୍ୟକ୍ତି ଜିତିଲେ ୩୬୦୦ କୋଟି ଟଙ୍କା, ଜାଣନ୍ତୁ କିପରି?


ୟୁନିଭର୍ସିଟିର ଛାତ୍ରଛାତ୍ରୀଙ୍କ ଟିଉସନ ଫିକୁ ହଡପ କଲେ ପ୍ରିୟା । ହେଲେ ଏହି ଘୋଟାଲା ଜଣାପଡି ନଥିଲା । ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ କଲେଜରେ ପଢୁଥିବା ପିଲାମାନଙ୍କ ପାଖକୁ ଫି ଦାଖଲ ପାଇଁ ନୋଟିସ ଯାଇଥିଲା । ଅନେକ ପିଲା ତାଙ୍କର ଫି' ପୁରା ପୈଠ କରିଦେଥିବା ରସିଦ କଲେଜରେ ଦେଖାଇଥିଲେ । ଏହା ପରେ କର୍ତ୍ତୁପକ୍ଷଙ୍କ ଅକଲ ଗୁଡୁମ ହୋଇ ଯାଇଥିଲା । ଏହାପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଥିଲା । ତମାଣ୍ଡୋ ଥାନା ପୋଲିସ, ତଦନ୍ତ ବେଳେ ସେହି କଲେଜର ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଟଙ୍କା ହଡପ କରୁଥିବା ଜାଣିବାକୁ ପାଇଥିଲା । ସବୁଠୁ ବଡ କଥା ହେଉଛି ଆକାଉଣ୍ଟାଣ୍ଟ ସେହି ଟଙ୍କାକୁ ନିଜ ବୟଫ୍ରେଣ୍ଡଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଉଥିଲେ । ଅର୍ଥ ଠକେଇ ଅଭିଯୋଗରେ ପୋଲିସ ଶୁକ୍ରବାର ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଥିଲା ।