Advertisement
Photo Details/zeeodisha/odisha1172693
photoDetails0hindi

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA), ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ପ୍ରତିଶତ ଥିଲା, ତାହା ବୃଦ୍ଧି ଘଟି ୨୨ ପ୍ରତିଶତରେ ପହଞ୍ଚିଛି । ଯାହା ଫଳରେ କର୍ମଚାରୀଙ୍କ ଦରମାରେ ବୃଦ୍ଧି ଦେଖାଦେବ ।

1/7

ରାୟପୁର: 7th Pay Commission, DA Hike, Chhattisgarh Government Employees: ଛତିଶଗଡ଼ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ରହିଛି । ରବିବାର ଅନ୍ତର୍ଜାତୀୟ ଶ୍ରମ ଦିବସ ଅବସର (International Labour Day) ରେ ଛତିଶଗଡ ସରକାର (Chhattisgarh Government) ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) କୁ ୫ ପ୍ରତିଶତ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ (Bhupesh Baghel) ଟ୍ୱିଟର ମାଧ୍ୟମରେ ଏହି ଘୋଷଣା କରିଛନ୍ତି । 

2/7

ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, "ଆଜି ଆମେ କର୍ମଚାରୀଙ୍କ ସ୍ୱାର୍ଥରେ ଏକ ବଡ଼ ନିଷ୍ପତ୍ତି ନେଇଛୁ । ମୁଁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ପାଞ୍ଚ ପ୍ରତିଶତ ବୃଦ୍ଧି ଘୋଷଣା କରୁଛି । ଏହି ଦର ଆଜି ମେ ୨ରୁ ଲାଗୁ ହେବ ।"

3/7

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA), ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ପ୍ରତିଶତ ଥିଲା, ତାହା ବୃଦ୍ଧି ଘଟି ୨୨ ପ୍ରତିଶତରେ ପହଞ୍ଚିଛି । ଯାହା ଫଳରେ କର୍ମଚାରୀଙ୍କ ଦରମାରେ ବୃଦ୍ଧି ଦେଖାଦେବ ।

4/7

ସେହିପରି ମେ' ୧ରେ ମଧ୍ୟ ଗୁଜରାଟ ଫାଉଣ୍ଡେସନ୍ ଦିବସ (Gujarat Foundation Day) ଅବସରରେ ଗୁଜୁରାଟର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନଙ୍କ ପାଇଁ ଖସି ନେଇଆସିଛି । ଏହି ଅବସରରେ ଗୁଜରାଟ ସରକାର (Gujarat Government) ମଧ୍ୟ ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।

5/7

ଗୁଜୁରାଟ ସରକାର (Gujarat Government) ଙ୍କ ଏହି ବଡ଼ ଘୋଷଣାରୁ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ସିଧାସଳଖ ଲାଭ ପାଇବାକୁ ଯାଉଛନ୍ତି । ମହଙ୍ଗା ଭତ୍ତା (DA) କୁ ୩ ପ୍ରତିଶତ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁଜୁରାଟ ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଜୁଲାଇ ୧, ୨୦୨୧ରୁ ବର୍ଦ୍ଧିତ DA ର ଲାଭ ପାଇବେ । 

6/7

ରାଜ୍ୟ ସରକାରଙ୍କ ଏହି ଘୋଷଣାରୁ ସେହି ଲୋକମାନେ ଉପକୃତ ହେବାକୁ ଯାଉଛନ୍ତି ଯେଉଁମାନେ ସପ୍ତମ ବେତନ ଆୟୋଗ (7th Pay Commission) ର ଲାଭ ପାଇଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ଗୁଜୁରାଟରେ ଏହି ବର୍ଗର କର୍ମଚାରୀ ଓ ପେନସନଭୋଗୀଙ୍କ ସଂଖ୍ୟା ହେଉଛି ୯.୩୮ ଲକ୍ଷ । 

ଏହା ବି ପଢ଼ନ୍ତୁ:-ଅବିଶ୍ୱସନୀୟ; ୧୫୦ ଟଙ୍କା ଖର୍ଚ୍ଚ କରି ଏହି ବ୍ୟକ୍ତି ଜିତିଲେ ୩୬୦୦ କୋଟି ଟଙ୍କା, ଜାଣନ୍ତୁ କିପରି?

ଏହା ବି ପଢ଼ନ୍ତୁ:-ଭାଇ ଓ ଭଉଣୀ ମିଶି ଜନ୍ମ କଲେ ୪ ସନ୍ତାନ, ଜାଣନ୍ତୁ ଏପରି କରିବା ପଛର କାରଣ

ଏହା ବି ପଢ଼ନ୍ତୁ:-କଂଗ୍ରେସକୁ ଲାଗିବ ବଡ଼ ଝଟକା! ହାର୍ଦ୍ଦିକ ପଟେଲ ଟ୍ୱିଟର ବାୟୋରୁ ହଟାଇଲେ ଦଳର ନାମ

7/7

ସୂଚନାଯୋଗ୍ୟ, ବିଗତ ଦିନରେ କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାର ବଡ଼ ରିହାତି ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଜାନୁଆରୀ ୧, ୨୦୨୨ରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ DA ଓ DR ରେ ୩ ପ୍ରତିଶତ ବୃଦ୍ଧି ଅନୁମୋଦନ କରିଥିଲେ । ଏହାପୂର୍ବରୁ ଅକ୍ଟୋବର ୨୦୨୧ରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA କୁ ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୃଦ୍ଧି ପରେ DA ୩୪ ପ୍ରତିଶତକୁ ପହଞ୍ଚିଥିଲା ।