Helium-3: ମାତ୍ର ୫୦ ଗ୍ରାମରେ ଓଡ଼ିଶାରେ ୫ ମାସ ଆଲୁଅ !
କ’ଣ ବିଶ୍ୱାସ ହେଉନି ? ଆପଣ ଭାବୁଥିବେ ଓଡ଼ିଶାରେ ଏତେ ସଂଖ୍ଯାରେ ତାପଜ ବିଦ୍ଯୁତ୍ କେନ୍ଦ୍ର,ଜଳ ବିଦ୍ଯୁତ କେନ୍ଦ୍ର ଥାଇ ମଧ୍ଯ ଲୋ’ ସେଡିଂ ହେଉଛି । ଖରାଦିନେ ବିଞ୍ଛଣାରେ ବିଞ୍ଚି ହୋଇ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ବିଫଳ ଉଦ୍ଯମ ହେଉଛି । ଏମିତିରେ ୫୦ ଗ୍ରାମର ସେହି କୁହୁକ ଦୀପ କ’ଣ ଯାହା ଘଣ୍ଟେ ଦି’ଘଣ୍ଟା ନୁହେଁ ପୁରା ୫ ମାସ ପାଇଁ ଓଡି଼ଶାକୁ ବିଜୁଳି ଯୋଗାଇ ଦେବ? ଥୟ ଧରନ୍ତୁ,ଭିଡିଓକୁ ପୁରା ଦେଖନ୍ତୁ ଆଉ ଜାଣଯିବେ ସତରେ ସେଭଳି କିଛି କୁହୁକ ଦୀପ ଅଛି କି ନାହିଁ । ଖାଲି ଏତିକି ନୁହେଁ ଆପଣ ମଧ୍ଯ ଜାଣି ପାରିବେ ଦୁନିଆର ସବୁଠାରୁ ଦାମୀ ପଦାର୍ଥ କ’ଣ । ଆଉ କାହିଁକି ଚନ୍ଦ୍ରରେ ପଂହଚିବା ପାଇଁ ଆମେରିକାଠାରୁ ଚୀନ୍ ଓ ଋଷ୍ ସମସ୍ତେ ପୁଣିଥରେ କଛା ମାରି କୁଦା ମାରୁଛନ୍ତି । ଏସବୁ ପଛରେ ଅଛି ସେହି ୫୦ ଗ୍ରାମ,ଯାହା ବିଷୟରେ ଆଜି ମୁଁ ଆପଣଙ୍କୁ କହିବି ।