Chandrayaan3: ଚନ୍ଦ୍ରପୃଷ୍ଠରେ ଦ୍ୱିତୀୟ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ, Video ଭାଇରାଲ

ରଶ୍ମିତା ସାହୁ Mon, 04 Sep 2023-5:33 pm,

ଚନ୍ଦ୍ର ମିଶନରେ ଇସ୍ରୋକୁ ବଡ଼ ସଫଳତା । ୩୦ରୁ ୪୦ ସେଣ୍ଟିମିଟର ଦୂରରେ ପୁଣି ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର । ଲ୍ୟାଣ୍ଡିଂ ସ୍ଥଳରୁ ୪୦ ସେମି ଉଚ୍ଚକୁ ଉଠିବା ସହ ୩୦ରୁ ୪୦ ସେମି ଦୂରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି । କମାଣ୍ଡ ଅନୁସାରେ ଇଞ୍ଜିନ ଫାୟାର ହେବା ସହ ନିଜେ ନିଜକୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରିବାରେ ସଫଳ ହୋଇଛି ଲ୍ୟାଣ୍ଡର ବିକ୍ରମ । ଲ୍ୟାଣ୍ଡରର ଏହି ସଫଳତା ପରେ ଭବିଷ୍ୟତରେ ବିକ୍ରମ ଫେରିବା ସହ ମାନବ ମିଶନ ସଫଳ ହେବା ଆଶା ବଢ଼ିଛି । ଚନ୍ଦ୍ରଯାନ-୩ର ସବୁ ସିଷ୍ଟମ ସ୍ବାଭାବିକ କାର୍ଯ୍ୟ କରୁଛି ବୋଲି ଇସ୍ରୋ ଟୁଇଟ କରି ସୂଚନା ଦେଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link