Cristiano Ronaldo: ମାତ୍ର ୬ ଘଣ୍ଟାରେ ୟୁଟ୍ୟୁବରେ ୧୦ ମିଲିୟନ ସବସ୍କ୍ରାଇବର, ନାଚି ଉଠିଲେ କ୍ରିଷ୍ଟିଆନ ରୋନାଲ୍ଡୋ
Rashmita Sahoo Sat, 24 Aug 2024-12:39 pm,
ଫୁଟ୍ ବଲ୍ ଲିଜେଣ୍ଡ କ୍ରିଷ୍ଟିଆନ ରୋନାଲ୍ଡୋ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ଏଥର କିନ୍ତୁ ପଡ଼ିଆ ବାହାରେ ନିଜର କମାଲ ଦେଖାଇଛନ୍ତି। ଏହି ତାରକା ଫୁଟବଲର୍ ନିକଟରେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ୟୁଆର୍ କ୍ରିଷ୍ଟିଆନୋ ଲଞ୍ଚ କରିଥିଲେ ଏବଂ ମାତ୍ର ଗୋଟିଏ ଦିନରେ ୧୦ ମିଲିୟନ ସବସ୍କ୍ରାଇବର ଛୁଇଁ ରେକର୍ଡ ଭାଙ୍ଗିଛନ୍ତି। ରୋନାଲ୍ଡୋ ନିଜର ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ୧୦ ମିଲିୟନ ସବସ୍କ୍ରାଇବର ହାସଲ କରିବାରେ ପ୍ରଥମ ବ୍ୟକ୍ତି ହୋଇ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ରୋନାଲ୍ଡୋ ଏକ୍ସରେ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମରୁ ମିଳିଥିବା 'ଗୋଲ୍ଡେନ୍ ବଟନ୍'ର ଅନବକ୍ସିଂ ସେୟାର କରିଛନ୍ତି।