Sun Temple: ସୂର୍ଯ୍ୟମନ୍ଦିରକୁ ସୁରକ୍ଷା ଦେବାକୁ ଉଦ୍ୟମ, କ୍ରେନ ଯୋଗେ କଢାଯାଉଛି ବାଲି
ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭ ଗୃହରୁ ବାଲି କଢ଼ାଯିବା ନେଇ ଆଜି ଦିତୀୟ ପର୍ଯ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଛି । ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷା କୁ ନେଇ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ଵାରକୁ ବନ୍ଦ କରା ଯାଇଥିଲା । ସୁର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବ ନିଷ୍ପତି ପରେ ଗତ ବର୍ଷ ସେପ୍ଟେମ୍ବର ମାସରୁ ଏ ଏସ ଆଇ ଓ ବିଡିଆର ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ଦିତୀୟ ପର୍ଯ୍ୟୟରେ ଲିଫ୍ଟ ପାଇଁ ଉତ୍ତର ଓ ପଶିମ କୋଣରେ ଏକ କ୍ରେନ ସାହାଯ୍ୟରେ ଲୁହା ଵିମ ଲଗାଯାଇଛି ।ଏହି ଭଳି ଆଉ ତିନୋଟି ଲୁହା ଵିମ ଲାଗିବ । ଲିଫ୍ଟ ପାଇଁ ପ୍ଲାଟଫର୍ମ ନିର୍ମାଣ ଚାଲିଛି ।