NCC କ୍ୟାଡେଟ୍ସକୁ ବର୍ଷାରେ କାଦୁଅର ଶୁଆଇ `ଗାଇ ଗୋରୁ` ପରି ପିଟିଲେ ସିନିୟର, ଭିଡିଓ ଦେଖି ଥରି ଉଠିବେ ଆପଣ!

Jagdish Barik Aug 03, 2023, 22:19 PM IST

Maharashtra: ଭାଇରାଲ ଭିଡିଓରେ ଏହା ଦେଖି ପାରିବେ ଯେ ୬ ରୁ ଅଧିକ ଛାତ୍ରଛାତ୍ରୀ ପାଣି ଓ କାଦୁଅରେ ଶୋଇଛନ୍ତି । ସମସ୍ତଙ୍କୁ ମଇଳା ପାଣିରେ ଶୋଇବାକୁ ବାଧ୍ୟ କରାଯାଇଛି । ଜଣେ ସିନିୟର ତାଙ୍କ ଜୁନିୟର NCC ପିଲାମାନଙ୍କୁ ଅତି ନିର୍ମମ ଭାବରେ ବାଡି ବାଡାଉଛି । ଭିଡିଓ କ୍ଲିପ୍‌ରେ ଭୟଭୀତ ଛାତ୍ରମାନେ କାନ୍ଦୁଥିବା ଓ ଛାଡ଼ିଦେବାକୁ ନିବେଦନ କରୁଥିବା ଦେଖାଯାଉଛି, କିନ୍ତୁ ମାଡ ବନ୍ଦ ହେଉନାହିଁ । ଏହି ଭିଡିଓ କ୍ଲିପ୍ ଅନ୍ୟ ଜଣେ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଜଣାପଡିଛି । କହି ରଖୁଛୁ ଯେ ଏହି ଘଟଣାଟି  ମହାରାଷ୍ଟ୍ରର ଥାଣେର ବିଦ୍ୟା ପ୍ରସାରକ ମଣ୍ଡଳ କଲେଜର (Vidya Prasarak Mandal College) ଅଟେ । ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link