Vastu Tips For Bathroom: ବାଥରୁମରେ ନାଲିରଙ୍ଗର ବାଲ୍ଟି ରଖିବା ଶୁଭ ନା ଅଶୁଭ ? ଜାଣନ୍ତୁ କ`ଣ କହୁଛି ବାସ୍ତୁଶାସ୍ତ୍ର...
ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ନିର୍ମାଣ ଦ୍ୱାରା ଆମ ଜୀବନରେ ଶାନ୍ତି ଓ ସମୃଦ୍ଧି ଆସିଥାଏ । ତେବେ ବାସ୍ତୁ ନିୟମ କହିଲେ କେବଳ ଘରର କୋଣ ନୁହେଁ । ବାସ୍ତୁଶାସ୍ତ୍ରରେ ମଧ୍ଯ ରଙ୍ଗର ପ୍ରଭାବ ବାବଦରେ କୁହାଯାଇଛି । କେଉଁ ରଙ୍ଗ ସକରାତ୍ମକ ଶକ୍ତି ଟାଣେ କିଏ ନକରାତ୍ମକ ଶକ୍ତିକୁ ଘର ଭିତରୁ ଆଣେ ସେବାବଦରେ କୁହେ ବାସ୍ତୁଶାସ୍ତ୍ର । ବାସ୍ତୁଶାସ୍ତ୍ର ଅନୁସାରେ ଲୋକଙ୍କ ଘରେ ରଖାଯାଇଥିବା ଜିନିଷଗୁଡ଼ିକ ସେମାନଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ଘରେ ଥିବା ବସ୍ତୁର ଦିଗ, ସେଗୁଡିକ କିପରି ରଖାଯାଏ ଏବଂ ସେମାନଙ୍କର ରଙ୍ଗ ବ୍ୟକ୍ତିର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ଏପରିକି ଜିନିଷର ରଙ୍ଗ ଲୋକଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଥାଏ । ଘର ମଧ୍ୟରେ ସକରାତ୍ମକ ଶକ୍ତି ପ୍ରବାହକୁ ଜାରି ରଖିବା ଏବଂ ସୁସ୍ଥ ଜୀବନଯାପନ କରିବା ପାଇଁ ବାସ୍ତୁ ରଙ୍ଗର ସଠିକ୍ ସନ୍ତୁଳନ ରହିବା ଜରୁରୀ । ଶୋଇବା ଘର, ରୋଷେଇ ଘର ଏବଂ ବାଲକୋନି ତଥା ବାଥରୁମରେ ବାସ୍ତୁ ନିୟମ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାଥରୁମରେ ସଠିକ୍ ରଙ୍ଗର ଜିନିଷ ନରଖିବା ଦ୍ୱାରା ଘରେ ନକାରାତ୍ମକତା ବିସ୍ତାର କରିପାରେ ଏବଂ ପରିବାରକୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ । ଆଜି ଆମେ ଆପଣଙ୍କୁ କହିବୁ ଯେ ବାସ୍ତୁ ଅନୁଯାୟୀ, କେଉଁ ରଙ୍ଗର ବାଲ୍ଟି ବାଥରୁମରେ ରଖିବା ଶୁଭ ହୋଇଥାଏ ଓ କେଉଁ ରଙ୍ଗକୁ ଅଶୁଭ ବୋଲି ବିବେଚନା କରାଯାଏ ।