Viral Video: ଟ୍ରାକ ଉପରେ ଶୋଇଥିଲେ ବୃଦ୍ଧ, ମାଡି ଆସିଲା ଟ୍ରେନ ଆଉ ତା`ପରେ... ଦେଖନ୍ତୁ ଭିଡିଓ

Prabhudatta Moharana Tue, 27 Aug 2024-8:53 pm,

Viral Video: ଜଣେ ବ୍ୟକ୍ତି ଗୋଟିଏ ରେଳ ଧାରଣାର ମଝିରେ ଛତା ଧରି ଅଚିନ୍ତା ନିଦରେ ଶୋଇଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦାବି ହେଉଛି ଯେ ଏହି ଭିଡିଓଟି ଉତ୍ତରପ୍ରଦେଶର ପ୍ରୟାଗରାଜ ଅଞ୍ଚଳର। ତେବେ ଏହାର ସତ୍ୟାସତ୍ୟ ନେଇ ଜୀଓଡ଼ିଶା ସ୍ପଷ୍ଟ କରେନାହିଁ। ତେବେ ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଏହି ବ୍ୟକ୍ତିଜଣକ ଶୋଇଥିବା ସମୟରେ ଗୋଟିଏ ଟ୍ରେନ ମଧ୍ୟ ସେହି ଟ୍ରାକରେ ଆସିଥିଲା। ହେଲେ ଛତା ଧରି ରେଳ ଧାରଣା ମଝିରେ ବ୍ୟକ୍ତିଙ୍କ ନିଦ ଦେଖି ବେଶ କିଛି ଦୂରରୁ ଏହା ଅଟକି ଯାଇଥିଲା। ବ୍ୟକ୍ତି ଜଣଙ୍କ ରେଳ ଧାରଣାରେ ଶୋଇଥିବାରୁ ଲୋକୋପାଇଲଟ ହର୍ଣ୍ଣ ମାରିଥିଲେ। ହେଲେ ସେ ଏତେ ନିଘୋଡ଼ ନିଦରେ ଶୋଇଥିଲେ ଯେ ତାଙ୍କୁ ଟ୍ରେନ ଆସୁଥିବା କଥା ମଧ୍ୟ ଜଣା ପଡ଼ି ନଥିଲା। ଶେଷରେ ଲୋକୋ ପାଇଲଟ ଟ୍ରେନରୁ ଓହ୍ଲାଇ ଚାଲି ଚାଲି ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲେ। ସେ ତାଙ୍କୁ ନିଦରୁ ଉଠାଇଥିଲେ। ବ୍ୟକ୍ତି ଜଣଙ୍କ ମଧ୍ୟ ଉଠିବା ପରେ ରେଳ ଧାରଣାରୁ ହଟି ଯାଇଥିଲେ। ଏହାପରେ ଟ୍ରେନଟି ଆଗକୁ ଯାଇଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link