LPL 2023: ଲଙ୍କା ପ୍ରିମିୟର ଲିଗ୍ ମ୍ୟାଚ୍ ସମୟରେ `ବ୍ୟାଟିଂ କରିବାକୁ` ଷ୍ଟାଡିୟମରେ ଏଣ୍ଟ୍ରି କଲା ସାପ, ଭିଡିଓ ଭାଇରାଲ

Jagdish Barik Mon, 31 Jul 2023-9:59 pm,

Lanka Premier League Snake Viral Video: ଆଜି ଲଙ୍କା ପ୍ରିମିୟର ଲିଗରେ ଗାଲେ ଟାଇଟାନ୍ସ ଓ ଡାମ୍ବୁଲ୍ଲା ଔରା ଦଳ ମୁହାଁମୁହିଁ ହୋଇଥିଲେ । କିନ୍ତୁ ଏହି ମ୍ୟାଚ୍ ସମୟରେ କିଛି ଏପରି ଘଟିଥିଲା, ଯାହା ପରେ ଖେଳକୁ ବନ୍ଦ କରିବାକୁ ପଡିଲା । ବାସ୍ତବରେ, ଗାଲେ ଟାଇଟାନ୍ସ ଓ ଡାମବୁଲ୍ଲା ଔରା ମ୍ୟାଚ୍ ସମୟରେ ଏକ ସାପ ଷ୍ଟାଡିୟମରେ ପ୍ରବେଶ କରିଥିଲା ​​। ଯାହା ପରେ ଖେଳକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପଡିଲା । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ (social media) ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ଏହା ଉପରେ ନିଜର ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । ଜଣେ ସୋସିଆଲ ମିଡିଆ ୟୁଜର୍ ଲେଖିଛନ୍ତି ବ୍ୟାଟିଂ କରିବାକୁ ବଧେ ସାପ ଷ୍ଟାଡିୟମକୁ ଭିତରକୁ ଆସିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link