Dec 18: କତାରରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ଭାରତୀୟଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ୧୮ ଡିସେମ୍ବର
ରଶ୍ମିତା ସାହୁ Sat, 04 Nov 2023-4:39 pm,
କତାରରେ ଗୁଇନ୍ଦାଗିରି ଅଭିଯୋଗରେ ମୃତ୍ୟୁଦଣ୍ଡ ପାଇଥିବା ୮ଜଣ ଭାରତୀୟଙ୍କୁ ବଞ୍ଚାଇବା ପାଇଁ ଭାରତ ସରକାର ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ସମସ୍ତ ଉଦ୍ୟମ କରୁଥିବା ଜଣାପଡିଛି। କତାର କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି ବୋଲି ସରକାରଙ୍କଠାରୁ ଆରମ୍ଭ କରି ନୌସେନା ମୁଖ୍ୟ ଆଗରୁ କହିଛନ୍ତି ।ଏଥି ସହିତ ସରକାର କୂଟନୈତିକ ସ୍ତରରୁ ଆଇନଗତ ବିକଳ୍ପ ଉପରେ ବିଚାର କରୁଛନ୍ତି। ଏହା ସତ୍ୱେ ସେହି ଆଠ ଜଣ ଭାରତୀୟଙ୍କ ପରିବାର ବର୍ତ୍ତମାନ ଡିସେମ୍ବର ୧୮ କୁ ଅପେକ୍ଷା କରିଛନ୍ତି, କାରଣ ଏହି ଦିନ ଯେଉଁଠାରେ ସେମାନଙ୍କର ଭାଗ୍ୟ ପ୍ରକୃତରେ ସ୍ଥିର ହୋଇପାରିବ ।