Weather Update: ମାଡି଼ ଆସୁଛି ବାତ୍ୟା 'ଦାନା'। 'ଦାନା' ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ବିଶେଷକରି, ରାଜଧାନୀ ଭୁବନେଶ୍ବରରେ ଭୀଷଣ ବର୍ଷା ଆରମ୍ଭ ହୋଇଯାଇଛି।  ବାତ୍ୟାର କେନ୍ଦ୍ରସ୍ଥଳରୁ ୨୦୦ କିଲୋମିଟର ଗୋଲେଇ ଭିତର ତାଣ୍ତବ ଖେଳାଇବ ବାତ୍ୟା 'ଦାନା'। ଆଜି ରାତି ସାଢେ ୧୧ଟାରୁ ଶୁକ୍ରବାର ମଧ୍ୟାହ୍ନ ଯାଏଁ  ୧୧୦ ରୁ ୧୨୦ କିଲୋମିଟର ବେଗରେ ମାଡ଼ ହେବ ପବନ। ଧାମରା ବନ୍ଦର ଠାରୁ  ଉତ୍ତରରେ ଶୁକ୍ରବାର ସକାଳୁ ସ୍ଥଳଭାଗରେ ପ୍ରବେଶ କରିବ।  ଏହାପରେ ସାମାନ୍ୟ ଦିଗ ବଦଳାଇବ। ମନ୍ଥର ଗତିରେ ଆଗେଇବ ଭଦ୍ରକ ଜିଲ୍ଲା ବାସୁଦେବପୁର  ଦେଇ ବାଲେଶ୍ବର ଜିଲ୍ଲାର ସିମୁଳିଆ ବ୍ଲକରେ ପହଞ୍ଚିବ ୨୫ ତାରିଖ ମଧ୍ୟାହ୍ନ ବେଳକୁ  ।  ସେ ଯାଏଁ ଭୀଷଣ ରୂପରେ ଥିବ ବାତ୍ୟା।  ଏହାପରେ ତ୍ବରିତ ଦିଗରେ ଦୁର୍ବଳ ହୋଇଯିବ। 


COMMERCIAL BREAK
SCROLL TO CONTINUE READING

 



ALSO READ: Today Horoscope: ବୃଷ-କନ୍ୟା ସହ ଏହିସବୁ ରାଶି ପାଇଁ ଆଜି ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?


ପାଣିପାଗ ବିଭାଗର ବାତ୍ୟା ଗତିପଥ ଏପରି ପୂର୍ବାନୁମାନ ଦେଇଛି।  ଏକଥା ବି ସୂଚାଉଛି ଯେ,  'ଦାନା'ର କେନ୍ଦ୍ରୀୟ ମଣ୍ତଳ ଦକ୍ଷିଣ -ପଶ୍ଚିମ ଭୁବନେଶ୍ବର କଟକ ଠାରୁ ଉତ୍ତର-ପଶ୍ଚିମରେ  ଆନନ୍ଦପୁର, ଘଟଗାଁ, ଓ କେନ୍ଦୁଝର ଯାଏଁ ବ୍ୟାପିବ , ଯେଉଁଠି ପବନର ଗତି ୧୨୦ କିମି ଯାଏଁ ରହିପାରେ। ଅଣଚାଷ ପବନ ସାଙ୍ଗକୁ ଭୀଷଣ ବର୍ଷା ନେଇ ଆସିବ 'ଦାନା'। ୭ ଜିଲ୍ଲାରେ ଭୟାନକ ବର୍ଷା ହେବ।  ୨୦୦ ରୁ ୩୦୦ ମିମି ଯାଏଁ ବର୍ଷା ହୋଇପାରେ। ପବନ ଓ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ବାତ୍ୟାର ସାମ୍ଭାବ୍ୟ ଟ୍ରାକ୍ କହୁଛି  ଗୁରୁବାର ଦିନ ରାତି ସାଢେ ୧୧ଟା ବେଳକୁ  'ଦାନା' ଭୀଷଣ ବାତ୍ୟା ( ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ) ରୂପ ନେଇ ସାରିଥିବ। ସେତେବେଳେ ଏହା ଗହୀରମଥା ପାଖରେ ଚେନ୍ନାଇ-କଲିକତା ଫେରି ରୁଟ୍ ( ଜାହାଜ ଚଳାଚଳ ରୁଟ୍) ଉପରେ ଥିବ।  ଯାହା ଓଡ଼ିଶା ଉପକୂଳ ଠାରୁ ପାଖାପାଖି ୨୫ରୁ ୩୦ କିଲୋମିଟର ଦୂର। ଫେରି ରୁଟ୍ ସାମାନ୍ୟ ପଶ୍ଚିମ ଦିଗକୁ ବୁଲି ଧାମରାରେ ପଶିବ। ଧାମରାରେ  ସ୍ଥଳଭାଗ ଛୁଇଁବା ବେଳକୁ  ୨୫ ତାରିଖ ସକାଳ ହୋଇଯାଇଥିବା ସମ୍ଭାବନା ରହିଛି। ଧାମରାରେ ସ୍ଥଳଭାଗ ଛୁଇଁବା ପରେ ଏହା ବାସୁଦେବପୁରରେ ଘସି ହୋଇ ମାର୍କୋଣା ମୁହାଁଇବ। ସେତେବେଳେ ଏହା ଭୀଷଣ ବାତ୍ୟା ହୋଇ ଆଗକୁ ବଢୁଥିବ।  ପବନର ବେଗ ସାମାନ୍ୟ କମିବ ସତ  କିନ୍ତୁ ତାଣ୍ତବରୁ ତ୍ରାହି ମିଳିବନି। 


ତେବେ ବାତ୍ୟାରେ ବିଶେଷ କରି ୩ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ । ସେଗୁଡିକ ହେଲା କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର। ଲ୍ୟାଣ୍ଡଫଲ ପରେ ଏହି ୩ଟି ଜିଲ୍ଲାରେ ପବନର ବେଗ ୧୦୦-୧୨୦ କିଲୋମିଟର ରହିପାରେ । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । ତେବେ ମୟୁରଭଞ୍ଜରେ ପବନର ବେଗ ସାମାନ୍ୟ କମ୍ ରହିପାରେ । ଏହି ଜିଲ୍ଲାରେ ପଆୟ ୮୦-୯୦ କିଲେମିଯର ବେଗରେ ପବନ ବହିବା ନେଇ ଆକଳନ କରାଯାଇଛି । ସେହିପରି ଜଗତସିଂହପୁର, କଟକ ଏବଂ ଯାଜପୁରରେ ପବନର ବେଗ ୬୦-୮୦ କିଲୋମିଟର ମଧ୍ୟରେ ରହିପାରେ । ଏହାବ୍ୟତୀତ ପୁରୀ, ଖୋର୍ଦ୍ଧା, ଢେଙ୍‌କାନାଳ, କେନ୍ଦୁଝର ଆଦି ଜିଲ୍ଲାରେ ୬୦-୭୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି ।