Advertisement
Photo Details/zeeodisha/odisha2485670
photoDetails0hindi

Today Horoscope: ବୃଷ-କନ୍ୟା ସହ ଏହିସବୁ ରାଶି ପାଇଁ ଆଜି ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

Horoscope Today 24 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୨୪ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ: ଆଜି ଆପଣଙ୍କ ଆପଣଙ୍କ ପାଇଁ ବେଶ୍ ଉତ୍ତମ ରହିବ । କର୍ମକ୍ଷେତ୍ରରେ ସହକର୍ମୀ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବେ । ବ୍ୟବସାୟୀମାନେ ଲାଭବାନ୍ ହେବେ।  କୌଣସି ପରୀକ୍ଷାରେ ସଫଳତା ମିଳିବା ଦ୍ୱାରା ମନ ଖୁସି ରହିବ । ଧନର କିଛି ଭାଗ ଆପଣ ଦାନ ପୁଣ୍ୟରେ ମଧ୍ୟ ବିନିଯୋଗ କରିବେ । ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ ।

ALSO READ: Horoscope 2025: ଏହିସବୁ ରାଶିଙ୍କ ଭାଗ୍ୟ ଖୋଲିବ ଶନି-ବୃହସ୍ପତି-ରାହୁଙ୍କ ଶୁଭଯୋଗ, କିଣିବେ ନୂଆ ଘର ସହ ଚାକିରିରେ ମିଳିବ ପଦୋନ୍ନତି!

ALSO READ: Budh Vakri 2024: ନଭେମ୍ବର ୧୦ରେ ବୁଧଙ୍କ ଓଲଟା ଚଳନ, ମାଲାମାଲ ହେବେ ଏହିସବୁ ରାଶି!

2/12

ବୃଷ: ଆଜି ଏହି ରାଶିର ଲୋକଙ୍କୁ ଟିକେ ସତର୍କତାର ସହ ଚଳିବାକୁ ପଡି଼ବ। ବିଶେଷକରି, କୌଣସି ଆଇନଗତ ମାମଲାରେ ତରବର ହୁଅନ୍ତୁ ନାହିଁ । ନଚେତ୍ ସମସ୍ୟାରେ ପଡିବେ। ନିଜର ପୁରୁଣା ବନ୍ଧୁ ଦୀର୍ଘ ଦିନ ପରେ ଆପଣଙ୍କୁ ଭେଟିପାରନ୍ତି, ଯାହାକୁ ନେଇ ଆପଣ ବହୁତ ଖୁସି ହେବେ । ସନ୍ଧ୍ୟା ସମୟରେ ଅବିବାହିତ ଲୋକମାନେ ନିଜ ସାଥୀଙ୍କ ସହ ଡେଟ୍ ରେ ଯାଇପାରନ୍ତି। ବିବାହିତ ଲୋକମାନେ ଧାର୍ମିକ କାର୍ଯ୍ୟକ୍ରମରେ ନିଜ ପରିବାର ସହ ଦୂରଯାତ୍ରା କରିପାରନ୍ତି। 

 

3/12

ମିଥୁନ:  ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍‌ ଦେବ । ଦିନଚର୍ଯ୍ୟାରେ କୌଣସି ପରିବର୍ତ୍ତନ କରନ୍ତୁ ନାହିଁ । ଘରେ ଚାଲିଥିବା ସମସ୍ୟାକୁ ନେଇ କୌଣସି ବରିଷ୍ଠ ସଦସ୍ୟଙ୍କ ସହ କଥା ହୋଇପାରନ୍ତି। ବ୍ୟବସାୟୀମାନେ ଦୂରଯାତ୍ରା କରିପାରନ୍ତି। 

 

4/12

କର୍କଟ: ଆଜିର ଦିନ ଆପଣଙ୍କ ପାଇଁ ବେଶ୍ ଅନୁକୂଳ ରହିବ । ଘରକୁ ଅତିଥି ଆସିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀ ଖୁସି ହେବ। ପ୍ରଂଶସା କରିବେ। ଆଜି କୌଣସି ଦାମୀ ବସ୍ତୁ, ଗାଡି କିମ୍ବା ନୂଆ ଘର କ୍ରୟ କରିପାରନ୍ତି। କିଣିପାରନ୍ତି । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। 

 

5/12

ସିଂହ:  ଆଜିର ଦିନ ଆପଣଙ୍କ ପାଇଁ ବେଶ୍ ଭଲ ରହିବ।  କୌଣସି ପ୍ରକାର ଖୁସି ଖବର ମିଳିପାରେ । ବେପାର-ବାଣିଜ୍ୟରେ ଲାଭ ମିଳିବ । ସାମାଜିକ କାର୍ଯ୍ୟକଳାପ ପ୍ରତି ରୁଚି ବଢ଼ିବ । ଅଯଥା କିଣାକିଣିରେ ଧନ ଖର୍ଚ୍ଚ ବଢ଼ିପାରେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। କୌଣସି ଦାମୀ ଜିନିଷ କ୍ରୟ କରିବା ପାଇଁ ମନ ବଳିବ। ଯାହା ଆପଣଙ୍କ ବଜେଟ୍ କୁ ପ୍ରଭାବିତ କରିପାରେ। 

6/12

କନ୍ୟା:  ଆଜି ଏହି ରାଶିର ଲୋକେ ସତର୍କତାର ସହ ଦିନଚର୍ଯ୍ୟା ଆରମ୍ଭ କରନ୍ତୁ। କୌଣସି କାର୍ଯ୍ୟରେ ତରତର ହୁଅନ୍ତୁ ନାହିଁ ।  ଖର୍ଚ୍ଚ ଉପରେ ନିୟନ୍ତ୍ରଣ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଗାଡି଼ ଚାଳନା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।  ନିଜ ଘରକୁ ମରାମତି କରିପାରନ୍ତି । 

 

7/12

ତୁଳା:  ଆଜି ଆପଣଙ୍କୁ କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି କାମ କରିବାକୁ ପଡ଼ିବ ।  ମନବାଞ୍ଛା ପୂରଣ ହେବା ଦ୍ୱାରା ଆପଣଙ୍କ ଖୁସିର ଠିକଣା ରହିବ ନାହିଁ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ଆଗକୁ ବଢ଼ିବ । ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେବେ। 

 

8/12

ବିଛା: ଦିନଟି ଆପଣଙ୍କ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ରହିବ ।  କାର୍ଯ୍ୟକ୍ଷେତ୍ରରେ ଆଶାଠାରୁ ଅଧିକ ଲାଭ ମିଳିବା ଦ୍ୱାରା ଆପଣ ଖୁସି ହେବେ । ବରିଷ୍ଠ ଲୋକଙ୍କଠାରୁ କିଛି ଭଲ କଥା ଶିଖିବାକୁ ପାଇବେ । ଆପଣଙ୍କର ଭଲ ବ୍ୟବହାର ଯୋଗୁ ଆପଣଙ୍କ ମିତ୍ର ସଂଖ୍ୟା ବଢ଼ିବ ।

 

9/12

ଧନୁ: : ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ଫଳ ନେଇ ଆସିବ । ଅଟକିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ।  କୌଣସି ବନ୍ଧୁଙ୍କଠାରୁ ସାହାଯ୍ୟ ମିଳିବ।  ଯାହା ଦ୍ବାରା ମନ ଖୁସି ରହିବ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ।  ପ୍ରିୟଜନଙ୍କ ସହିତ ସମ୍ପର୍କ ବଜାୟ ରଖନ୍ତୁ ।  ସୁଖ, ସମୃଦ୍ଧି ବଢ଼ିବ । 

 

10/12

ମକର: ଆଜି ପରିବାର ସଦସ୍ୟଙ୍କ ଆବଶ୍ୟକତା ପୂରଣ କରିବା ଆପଣଙ୍କର ପ୍ରାଥମିକତା ହୋଇପାରେ । ଦ୍ୱିପ୍ରହର ପର୍ଯ୍ୟନ୍ତ ସ୍ଥିତି ଖରାପ ରହିବ। କୌଣସି ଯାତ୍ରାରେ ଯାଇପାରନ୍ତି ।

 

11/12

କୁମ୍ଭ: ଆଜି ଆପଣଙ୍କୁ କର୍ମକ୍ଷେତ୍ରରେ ଆପଣଙ୍କୁ ଯୋଗ୍ୟତା ଅନୁସାରେ କାମ ମିଳିବ । ଆପଣଙ୍କୁ କୌଣସି ଶୁଭ ସୂଚନା ଶୁଣିବାକୁ ମିଳିପାରେ । ନଚେତ୍‌ ସେ କୌଣସି ଭୁଲ୍‌ ସଙ୍ଗତିରେ ପଡ଼ିପାରେ। ଆୟ ବୃଦ୍ଧି ହେତୁ ମନ ଖୁସି ରହିବ । କିନ୍ତୁ ଖର୍ଚ୍ଚ ବୃଦ୍ଧି ପାଇବ । ପାରିବାରିକ ସୁଖ ସମର୍ଥନ ପାଇବେ ।

 

12/12

ମୀନ:  ଆଜିର ଦିନଟି ଦିନଟି ଆର୍ଥିକ ଦୃଷ୍ଟିକୋଣରୁ ଭଲ ରହିବ ।  ଚାକିରି ଖୋଜୁଥିବା ଲୋକଙ୍କୁ ଶୁଭ ସୂଚନା ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତି ପରି ଖବର  ପାଇ ମନ ଖୁସି ରହିବ। ନିଜ ବିଜନେସ୍ ପାର୍ଟନରଙ୍କ ସହ ପାର୍ଟି କରିପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇପାରନ୍ତି । ପ୍ରେମୀଙ୍କ ଲାଗି ସମୟ ଖାସ୍ ରହିବ। ଦୂରଯାତ୍ରା ପାଇଁ ପ୍ଲାନ କରିପାରନ୍ତି।