ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇଛି। ଏହା ଭୀଷଣ ବାତ୍ୟାରେ ଆସନ୍ତା କାଲି ପରିଣତ ହେବ। ଏହା ପରେ ବାଂଲାଦେଶର ଖେପୁପରା ଅଞ୍ଚଳରେ ସ୍ଥଳଭାଗ ଛୁଇଁ ଦୁର୍ବଳ ହେବ। ପାଣିପାଗ ବିଭାଗର ସୂଚନା ଅନୁସାରେ ସୃଷ୍ଟ ଅବପାତ  ଉତ୍ତର ପୂର୍ବ ଦିଗ ଆଡ଼କୁ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବ। ୨୫ ତାରିଖ ସନ୍ଧ୍ୟା ବେଳକୁ ସାଂଘାତିକ ରୂପ ନେବା ଆଶଙ୍କା କରାଯାଇଛି। 


COMMERCIAL BREAK
SCROLL TO CONTINUE READING

୨୬ ତାରିଖ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ଏହିଦିନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଦେଇ ଏହା ସ୍ଥଳଭାଗ ଛୁଇବ। ଖେପୁପରା ଓ ସାଗରଦ୍ୱୀପ ମଧ୍ୟବର୍ତ୍ତୀ ସ୍ଥାନରେ ମାଡ ହୋଇ ଏହା ଦୁର୍ବଳ ହେବ। ଏହାର ପ୍ରଭାବରେ  ସମ୍ପୃକ୍ତ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଓଡ଼ିଶାରେ ଏହି ବାତ୍ୟାର କୌଣସି ବିଶଷ ପ୍ରଭାବ ପଡ଼ବ ନାହିଁ। ତେବେ ଆସନ୍ତା କାଲି ବାତ୍ୟାର କେନ୍ଦ୍ରସ୍ଥଳ ବଙ୍ଗାବସାଗରରେ ଥିବା ବେଳେ ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି। ଏପରିକି ବର୍ଷା ୧୬ ସେଣ୍ଟିମିଟର ହେବା ଆଶଙ୍କା ରହିଛି। ଉପକୂଳ ଅଞ୍ଚଳରେ ମଧ୍ୟ ବର୍ଷା ପୟଭାବ ପଡ଼ିପାରେ। ଏବେ ଭୁବନେଶ୍ୱ ଏବଂ ଉପକୂଳ ଓଡ଼ିଶାର ଆକାଶ ମେଘାଚ୍ଛନ୍ନ ରହିଛି। ହାଲୁକା ପବନ ପ୍ରବାହିତ ହେଉଛି।