Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ତେବେ, ଏହାରି ଭିତରେ ଆଂଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆସନ୍ତା ୨୮ ଓ ୨୯ ତାରିଖରେ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ। ୨୮ରେ ଭଦ୍ରକ,କେନ୍ଦ୍ରାପଡା, ପୁରୀ, ବାଲେଶ୍ବର, ଜଗତସିଂହପୁର, ଗଂଜାମ ଓ ଗଜପତିରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏହା ପୂର୍ବାନୁମାନ କରିଛି। 

 


 


 


 

ଆସନ୍ତା ୨୭ରେ ତାମିଲନାଡୁ ଉପକୂଳ  ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ବାତ୍ୟା ସୃଷ୍ଟି ହୋଇପାରେ। ତେବେ, ଓଡି଼ଶା ଉପରେ ଏହାର ପ୍ରଭାବ ପଡିବନି ବୋଲି  ପାଣିପାଗ ବିଶେଷଜ୍ଞ କହିଛନ୍ତି। ସେପଟେ, ରାଜ୍ୟରେ ବର୍ତ୍ତମାନ ଶୀତର ଲହରୀ ଜାରି ରହିଛି । ଅନେକ ସ୍ଥାନରେ ତାପମାତ୍ରା ଖସୁଛି ।  ଗତକାଲି ଜି.ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ୭.୬ଡିଗ୍ରୀ ସେଲସିୟସ୍ ରେକର୍ଡ଼ ହୋଇଛି। ଫୁଲବାଣୀରେ ୯.୫, ଦାରିଙ୍ଗିବାଡିରେ ୧୦, ଭବାନୀପାଟଣାରେ ୧୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ରାଜ୍ୟର ୨୦ ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ବିଶେଷକରି, କୋରାପୁଟ, ଜି ଉଦୟଗିରି, ଫୁଲବାଣିରେ ତାପମାତ୍ରା ଦିନକୁ ଦିନ କମିବାରେ ଲାଦିଛି ।