Weather Update: ଆଜି ୫ ଜିଲ୍ଲାରେ ବର୍ଷା ସମ୍ଭାବନା, ଆଲର୍ଟ ଜାରି କଲା ବିଭାଗ
Weather Update: ରାଜ୍ୟରେ ଏବେ ହାଲୁକା ହାଲୁକା ଥଣ୍ତା ଅନୁଭୂତ ହେଉଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ବଢିବ। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ କମିଯିବ। ଏହା ପ୍ରଭାବରେ ଅଧିକ ଶୀତ ଅନୁଭବ ହୋଇପାରେ।
)
ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ବଢିବ। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ କମିଯିବ। ଏହା ପ୍ରଭାବରେ ଅଧିକ ଶୀତ ଅନୁଭବ ହୋଇପାରେ। ପାଣିପାଗ ବିଭାଗ ଆକଳନ ଏଭଳି ପୂର୍ବାନୁମାନ କରିଛି। ସୋମବାର ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ କମ୍ ବା ୧୫.୨ ଡିଗ୍ରୀ ରେକର୍ଡ଼ ହୋଇଥିଲା ।
)
ଅନୁଗୁଳରେ ୧୬, କେନ୍ଦୁଝରରେ ୧୭, କୋରାପୁଟ୍ ଓ ଭବାନୀପାଟଣାରେ ୧୬.୫, ନବରଙ୍ଗପୁରରେ ୧୭, ରାୟଗଡାରେ ୧୮, ରାଉରକେଲାରେ ୧୪.୪, ବଲାଙ୍ଗୀରରେ ୧୮.୫, ଢେଙ୍କାନାଳରେ ୧୮.୯, ସୋନପୁର ଓ ନୟାଗଡ଼ରେ ୧୯.୨, ବୌଦ୍ଧରେ ୧୯.୮ ଓ ହୀରାକୁଦରେ ୧୯.୯ ଡିଗ୍ରୀ ରେକର୍ଡ଼ ହୋଇଛି।
)
ଆଜି ଓ ଆସନ୍ତାକାଲି ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ୍ ଓ ରାୟଗଡାରେ ହାଲୁକା ବର୍ଷା ହୋଇପାରେ।
ଗୁରୁବାର ପାଗ ଶୁଖିଲା ରହିବ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ,ସୋମବାର ଦିନ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଦିଗରେ ଗତି କରିବା ସହ ୨ ଦିନ ଭିତରେ ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ପହଞ୍ଚିବ।
ଓଡିଶାରେ ଏହାର ପ୍ରଭାବ ରହିବନି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।