Advertisement
Photo Details/zeeodisha/odisha2510447
photoDetails0hindi

Today Horoscope: ବୃଷ-ମିଥୁନ ସହ ଏହିସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?


Horoscope Today 12 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୧୨ ହେଉଛି ମଙ୍ଗଳବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ : ଆଜିର ଦିନଟି ପ୍ରତିକୂଳ ରହିବ।  କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ପାଇ ମନ ଆନନ୍ଦିତ ରହିବେ। ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ । ପଡ଼ୋଶୀ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ କାମରେ ଆସିବ।  ସଭାସମିତି, କଳା ସାହିତ୍ୟ, ରାଜନୀତି, ଜମିଜମା ତଥା ଗଠନମୂଳକ କାର୍ଯ୍ୟରେ ଉଚ୍ଚ ପ୍ରଶଂସିତ ହେବେ ।

ALSO READ: Weekly Job And Business Horoscope: ନୂଆ ସପ୍ତାହରେ ଚମକିବ ୭ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରୁ ମିଳିବ ଶୁଭଫଳ ସହ...

ALSO READ: Weekly Special Horoscope: ନୂଆ ସପ୍ତାହରେ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିଆଙ୍କୁ ମିଳିବ ଖୁସି ଖବର, ବ୍ୟବସାୟୀ ହେବେ ଧନବାନ୍!

 

2/12

ବୃଷ :  ସତର୍କତାର ସହ ଦିନଟି ଚଳିବାକୁ ପଡି଼ବ। କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି ପରିବାରରେ ଝଗଡା ହୋଇପାରେ । ବ୍ୟବସାୟୀମାନେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ।  ବନ୍ଧୁଙ୍କ ସହ ମନୋମାଳିନ୍ୟ ଦୂରେଇବା ପାଇଁ କିଛି ଯୋଜନା କରିବେ । ନିଜ ପରିବାର ବର୍ଗଙ୍କ ସହ ଭଲ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ଭଲ ରହିବ। 

3/12

ମିଥୁନ : ଆଜି ଯାନ ବାହନ ଚଳାଚଳ ସମୟ ରେ ସତର୍କ ରହିବା  ଭଲ।  ଜମିଜମାକୁ ନେଇ ନିଜ ଲୋକଙ୍କ ସହ କଳହ ହୋଇପାରେ।  ପ୍ରତି ସତର୍କ ରହିବା ଭଲ । ବ୍ୟବସାୟରେ ଉନ୍ନତି ହେଲେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ।   କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ବନ୍ଧୁଙ୍କଠାରୁ ଖୁସି ଖବର ପାଇବେ । ପ୍ରେମୀ ମାନଙ୍କ ପାଇଁ ଦିନଟି ଅଶୁଭ ରହିପାରେ। କ୍ରୀଡ଼ା, କଳା, ସାହିତ୍ୟ କ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ ।

 

4/12

କର୍କଟ: ଆଜି ଦୃଢ଼ ମନୋବଳ ଓ କାର୍ଯ୍ୟଦକ୍ଷତା କର୍ମକ୍ଷେତ୍ରରେ ଲୋକପ୍ରିୟତା ସୃଷ୍ଟି କରିବ । ଅର୍ଥ ଅଭାବରୁ କାମ ଅସମ୍ପୂର୍ଣ୍ଣ ରହିଯିବ । ବନ୍ଧୁମିଳନ ସହ ମିଷ୍ଟାନ୍ନ ଲାଭ ଓ ବନ୍ଧୁ ଗୃହକୁ ଯାତ୍ରାଯୋଗ ରହିଛି । ପାରିପାର୍ଶ୍ୱିକ କ୍ଷେତ୍ରରୁ ସାହାଯ୍ୟ ଓ ସହଯୋଗ ନ ଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ ।

 

5/12

ସିଂହ:  ସକାଳୁ ଦେବ ଦର୍ଶନର ଯୋଗ ରହିଛି।  ପ୍ରଥମେ ପ୍ରଥମେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇ ହଡ଼ବଡ଼େଇ ଯାଇପାରନ୍ତି। ପୁରାତନ ଗାଡ଼ି, ବ୍ୟବହୃତ ଜିନିଷର ଯାନ୍ତ୍ରିକ ସମସ୍ୟା, ପୁରୁଣା ଘର ମରାମତି କରିବା ପାଇଁ ମନସ୍ଥ କରିପାରନ୍ତି। କୌଣସି ସମ୍ପର୍କୀୟଙ୍କ ଦ୍ୱାରା ଆଶା କରୁଥିବା ସୂଚନା ପାଇ ଖୁସି ହେବେ। ନୂତନ କର୍ମସଂସ୍ଥାନ କିମ୍ବା ସ୍ଥାନାନ୍ତର ପାଇଁ ମନ ବଳିବ ।

 

6/12

କନ୍ୟା:  ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ରହିବ।   ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ । କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇବେ, କିନ୍ତୁ ସେଥିରେ ସଫଳ ହେବେ ନାହିଁ। ମନ ଅନୁଯାୟୀ କାମ ନ ହେବା ଯୋଗୁ ବ୍ୟଥିତ ହେବାକୁ ପଡ଼ିପାରେ । ବନ୍ଧୁ ଆପଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କାମ ହାସଲ କରିବେ । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। 

 

7/12

ତୁଳା : ଆଜି ସତର୍କରେ ନ ଚଳିଲେ କର୍ମକ୍ଷେତ୍ରରେ ସମସ୍ୟାର ସାମ୍ନା କରିବାକୁ ପଡ଼ିବ । ପରିବାରରେ ସାଧାରଣ କଥାରେ କଳହର ସମ୍ମୁଖୀନ ହୋଇପାରନ୍ତି । ଯେ କୌଣସି ପରିସ୍ଥିତିରେ ରହନ୍ତୁନା କାହିଁକି, ଆପଣ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି । ଅର୍ଥ ସମ୍ପର୍କ, ଆଲୋଚନା, କଳା, ସାହିତ୍ୟ, ବ୍ୟବସାୟ ଓ ପରିବହନ ପାଇଁ ମନ୍ଦ ନୁହେଁ ।

 

8/12

ବିଛା:  ଦିନଟି ଆପଣଙ୍କ ପାଇଁ ବେଶ୍ ଶୁଭଦାୟୀ ରହିବ।  ସମସ୍ତ ଜଟିଳ ପରିସ୍ଥିତିର ସାମ୍ନା କରିବେ। ପରିବାରରେ ଖୁସିର ମାହୋଲ୍ ଦେଖିବାକୁ ମିଳିବ। କର୍ମକ୍ଷେତ୍ରରେ ସହକର୍ମୀ ଇର୍ସା ପରାୟଣ ମନୋଭାବ ଦେଖାଇବେ।  ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ମନ ଦୁଃଖ ହୋଇପାରେ । ଜମିଜମା, ଯାନବାହନ, ପ୍ରେସ୍‌, ପବ୍ଲିକେଶନ, ଅନୁସନ୍ଧାନାଦି କାମରେ ସଫଳତା ଅର୍ଜନ କରିବେ ।

 

9/12

ଧନୁ: କର୍ମକ୍ଷେତ୍ରରେ  ଅଧିକ ଚାପ ରହିବ। ବରିଷ୍ଠ ଅଧିକାରୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇପାରେ।  କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡ଼ିବେ । ପାରିବାରିକ ଜୀବନ ସୁଖରେ କଟିବ ମାତ୍ର ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ । ମନରେ ଭୟ ଥିଲେ ମଧ୍ୟ ବିପଦରୁ ରକ୍ଷା ପାଇବେ ।

10/12

ମକର :  ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ ।  କିଛି ଲୋକଙ୍କ ସହ ବୁଝାମଣା ଠିକ୍‌ ରହି ନ ପାରେ । ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ନିଜ ଲୋକ ବିଶ୍ୱାସଘାତକତା କରିପାରନ୍ତି । ହଜି ଯାଇଥିବା ଜିନିଷ, ଅଳଙ୍କାର, ଟଙ୍କା ପଇସାର ଖୋଜ ଖବର ପାଇପାରନ୍ତି । ନୀଚ ସଂସର୍ଗରୁ ଦୂରେଇ ନ ରହିଲେ ଅପଦସ୍ଥ ହେବେ ।

 

11/12

କୁମ୍ଭ:  ଦିନଟି ଏତେ ଖାସ୍ ରହିବ ନାହିଁ।  ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ହେତୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ସାଧାରଣ କଥାରେ ଖଳ ଲୋକମାନଙ୍କ ଦ୍ୱାରା କଳହ ଘେରରେ ଆକ୍ରାନ୍ତ ହୋଇ ପାରନ୍ତି । ଜମିଜମା, ନିର୍ମାଣ, କଳ କାରଖାନା କ୍ଷେତ୍ରରେ ସମସ୍ୟା ଲାଗି ରହିବ ।

12/12

ମୀନ :  ସକାଳୁ ସକାଳୁ ଘରକୁ ଅତିଥିଙ୍କ ଆଗମନ ହେବ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ । ଯେତେ ପ୍ରକାର ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ । ଆଜି ସନ୍ଧ୍ୟା ସୁଦ୍ଧା ଶେଷ କରିବାକୁ ଭାବୁଥିବା କାମଟି ପୁରା କରିବା କଷ୍ଟ ହୋଇଯିବ । ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ । ସନ୍ତାନହେତୁକ ଚିନ୍ତା ଟଳିବ ।ବିଭିନ୍ନ ପ୍ରକାରର କର୍ମ ଜଞ୍ଜାଳର ଚାପରେ ଅତିଷ୍ଠ ହୋଇପାରନ୍ତି ।