Weather Update: ହାଡ଼ଭଙ୍ଗା ଶୀତରେ ଥରୁଛି ଓଡି଼ଶା, ଘନ କୁହୁଡି ନେଇ ଏହିସବୁ ଜିଲ୍ଲାକୁ ସତର୍କତା ଜାରି

Weather Update: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆହୁରି ବଢିବ ଶୀତ ,ଖସିବ ପାରଦ। ଆଗାମୀ ୫ ଦିନ ମଧ୍ୟରେ ତିନିରୁ ୪ ଡିଗ୍ରୀ ତାପମାତ୍ରା ଖସିବ।

Narmada Behera Jan 01, 2025, 06:59 AM IST
1/7

ପାଣିପାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଜି କୋରାପୁଟ୍ ଓ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ। 

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ; ଏମାନେ ରୁହନ୍ତୁ ସତର୍କ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବର୍ଷର ପ୍ରଥମ ଦିନ?

2/7

ଏହାସହ ରାଉରକେଲା ଓ ଝାରସୁଗୁଡାରେ ୧୨ ଡିଗ୍ରୀ ତାପମାତ୍ରା ରହିବ। 

3/7

ଏହାସହ ବଲାଙ୍ଗୀର, ନୂଆପଡା,  କେନ୍ଦ୍ରାପଡା, ଜଗତସିଂହପୁର ଓ ଖୋର୍ଦ୍ଧାରେ ମଧ୍ୟ ପାରଦ  ୧୩ ଡିଗ୍ରୀ ରହିବ। ମଙ୍ଗଳବାର ଠାରୁ ଉପକୂଳ ଓଡି଼ଶାରେ ଶୀତ ବଢିଛି।  

4/7

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ୭ କିମ୍ବା ୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସେ ଆକଳନ କହିଛନ୍ତି। 

 

5/7

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବେ ରହିବ ନାହିଁ। ଜାନୁଆରୀ ୩ରେ ମଧ୍ୟ ଏକ ଚାପ ସୃଷ୍ଟି ହୋଇପାରେ। 

6/7

ସେପଟେ, ଘନ କୁହୁଡି ନେଇ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।  ସେହି ଜିଲ୍ଲା ଗୁଡିକ ହେଲା, ବଲାଙ୍ଗୀର, ବରଗଡ଼, ନୂଆପଡା, କେନ୍ଦୁଝର, ମୟୂରଭଂଜ ଓ ସମ୍ବଲପୁର।  

7/7

ବିଶେଷକରି, ସୁନ୍ଦରଗଡ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ୫୦ ରୁ ୨୦୦ ମିଟର ମଧ୍ୟରେ ଦୃଶ୍ୟମାନ ନ ହେଉଥିବା ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link