Weather Update: ପାଣିପାଗ ବିଭାଗ ସୂଚନା, ୨୦ରେ ପ୍ରବଳ ବର୍ଷା, ୨୧ ଯାଏଁ ନାହିଁ ନିସ୍ତାର
Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଆଉ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ଆକଳନ କରିଛି।
ଆଜି ଉପକୂଳ ଓଡି଼ଶା ଓ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୦ ଓ ୨୧ ତାରିଖରେ ବର୍ଷା ହେବ। ଆସନ୍ତା ତିନି ଦିନ ଯାଏଁ ପୂରା ରାଜ୍ୟରେ ଦିନ ବେଳା ପାଗ କୋହଲା ରହିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।
ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?
ଆଜି ବିଶେଷକରି, କୋରାପୁଟ୍, ମାଲକାନଗିରି, ରାୟଗଡା, ଗଜପତି, ଗଂଜାମ, ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତାକାଲି ଉପକୂଳ ଓଡି଼ଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ୨୧ ତାରିଖରେ ବାଲେଶ୍ବର, ଭଦ୍ରକ, ମୟୂରଭଂଜ, କେନ୍ଦୁଝର, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବର୍ଷା ହେବାର ସମ୍ଭାବନା ରହିଛି।
ରାଜ୍ୟରେ ରାତି ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମଙ୍ଗଳବାର ରାତିରୁ ଉପରମୁହାଁ ହୋଇଛି ପାରଦ। ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ୍ ବଢିଛି।
ଜି. ଉଦୟଗିରିରେ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ପାରଦ ୯.୬ ଡିଗ୍ରୀ ଥିଲା। ଦିନକରେ ପାରଦ ପ୍ରାୟ ୫ ଡିଗ୍ରୀ ବଢି ଯାଇଛି। ରାଉରକେଲାରେ ପାରଦ ୫.୭ ଡିଗ୍ରୀ ରହିଥିଲା। ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ରାତି ତାପମାତ୍ରା ବଢିଛି। ଭୁବନେଶ୍ବରରେ ରାତି ତାପମାତ୍ରା ୧୭.୬ ଡିଗ୍ରୀ ରହିଛି। ଦିନ ତାପମାତ୍ରା ବି ସାମାନ୍ୟ କମିଛି।
ଗୁରୁବାର ଠାରୁ ଏହା ଆହୁରି କମିପାରେ ବୋଲି ବିଭାଗ ପକ୍ଷରୁ କୁହଯାଇଛି। ୨୧ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବ। ୨୦ ତାରିଖରେ କିଛି ସ୍ଥାନରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୧ ତାରିଖ ଯାଏଁ ରାତି ତାପମାତ୍ରା ବଢିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।