Weather Update: ରାଜ୍ୟରେ ଶୀତର ଲହରୀ ଜାରି, ଘନ କୁହୁଡି଼ ନେଇ ତିନି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଏବେ ଶୀତର ଲହରୀ ଜାରି ରହିଛି। ଏମିତିକି ୧ ରୁ ସାଢେ ୪ ଡିଗ୍ରୀ ସେଲସିୟସ୍ କମିଯାଇଛି ପୂର୍ବ ରାତି ତୁଳନାରେ । ଇସ୍ପାତ ସହର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ରାଜ୍ୟରେ ଅଚାନକ ତାପମାତ୍ରା ଖସିଛି।

Narmada Behera Jan 03, 2025, 07:02 AM IST
1/5

  ମାଡି଼ ଆସିଛି ଥଣ୍ତା। ପ୍ରାୟତଃ ରାତିର ତାପମାତ୍ରା ଅସ୍ବାଭିକ  ଭାବେ କମିଛି।  ରାଉରକେଲା ପଛକୁ ଝାରସଗୁଡାର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ, କେନ୍ଦୁଝର ୯.୫, ଫୁଲବାଣୀ ୯.୫, ଦାରିଙ୍ଗିବାଡି ୯.୫, ସୁନ୍ଦରଗଡ ୯.୭, ଅନୁଗୁଳ ୧୦,  ସୋନପୁର ୧୦, ଡିଗ୍ରୀ ବୁଧବାର ଥିଲା। 

 

ALSO READ: Today Horoscope: ସତର୍କ ରୁହନ୍ତୁ ଏହିସବୁ ରାଶି,କର୍ମକ୍ଷେତ୍ରରେ ଦେଖାଦେବ ବିବାଦ ସହ ମିଳିପାରେ ଅଶୁଭ ଖବର; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ALSO READ: Prakruti Mishra Video: ବିଦେଶରେ ମସ୍ତି କରୁଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର, ଭାଇରାଲ୍ ହେଲା ଏହି ଭିଡିଓ

2/5

ଭବାନୀପାଟଣା ଓ ବଲାଙ୍ଗୀରରେ ୧୧ ଡିଗ୍ରୀ, ବାରିପଦା, ଢେଙ୍କାନାଳ ଓ ଭଦ୍ରକରେ  ୧୨ ଡିଗ୍ରୀ , ନବରଙ୍ଗପୁର ୧୨.୫, ତାଳଚେର ୧୨.୪, ହୀରାକୁଦ ୧୨.୬, ସମ୍ବଲପୁର, ୧୨.୪, ବାଲେଶ୍ବର ୧୨.୪,କୋରାପୁଟ୍ ୧୨.୮, ଟିଟିଲାଗଡ ୧୩, ରାୟଗଡା ୧୩, ରାୟଗଡା ୧୩, କଟକ ୧୩, ଭୁବନେଶ୍ବର ୧୩.୨, ନୂଆପଡା ୧୩.୪, ଚାନ୍ଦବାଲି ୧୩.୮, ଖୋର୍ଦ୍ଧା ୧୪ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି। 

3/5

ରାଜ୍ୟ ତମାମ୍ ଏବେ ପାଗ ଶୁଖିଲା ରହିବ।  ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ଏତେ ନାହିଁ। ପାଣିପାଗ ବିଭାଗ କହୁଛି,  ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବିଶେଷ ପରିବର୍ତ୍ତନ ହେବନି। 

4/5

ତେବେ, ୫ ତାରିଖ ପରଠୁ ରାଜ୍ୟରେ ଧିରେ ଧିରେ ତାପମାତ୍ରା ବଢିବ। ଆଜି ସକାଳେ ଅନୁଗୁଳ, କନ୍ଧମାଳ ଓ ଢେଙ୍କାନାଳରେ ଘନ କୁହୁଡି ହୋଇପାରେ। ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। 

5/5

ସେହିପରି ଆଜି ଓ ଆସନ୍ତାକାଲି ସକାଳେ କେନ୍ଦୁଝର,ମୟୂରଭଂଜ,ଯାଜପୁର, ଖୋର୍ଦ୍ଧା, ଗଂଜାମ , ଗଜପତି, ନୟାଗଡ ଓ ସୁନ୍ଦରଗଡରେ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି ହୋଇଛି। ବିଶେଷକରି, ୨୦୦ ମିଟରରୁ କମ୍ ରହିପାରେ ଦୃଶ୍ୟମାନ କ୍ଷମତା । କାଲୁଆ ପବନ ସହ ଥଣ୍ତା ଜନ ଜୀବନକୁ ପ୍ରଭାବିତ କରିବ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link