Weather Update: ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ଜାଣନ୍ତୁ ଓଡି଼ଶା ଉପରେ କ`ଣ ରହିବ ପ୍ରଭାବ?
Weather Update: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଗାମୀ ତିନି ଦିନି ଦିନରେ ୩ ରୁ ୫ ଡିଗ୍ରୀ ଖସିବ। ଆଜି ରାତିରେ ଫୁଲବାଣୀ ଓ କୋରାପୁଟ ରେ ପାରଦ ସବୁଠୁ କମ୍ ବା ୧୧ ଡିଗ୍ରୀ ରହିବ। ଢେଙ୍କାନାଳ ଓ ରାଉରକେଲାରେ ୧୨ ଡିଗ୍ରୀ ରହିପାରେ। ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି।
ଗତ କିଛି ଦିନ ହେବ ଶୀତ ତାପମାତ୍ରା କମୁଥିବା ବେଳେ ଶୀତ ବଢିବ ବୋଲି ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।
ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବର୍ଷର ଶେଷ ଦିନ?
ALSO READ: Weekly Special Horoscope: ନୂଆ ବର୍ଷର ନୂଆ ସପ୍ତାହ; କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ? ଜାଣନ୍ତୁ
ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ଯେ, ୧ ତାରିଖରେ କୋରାପୁଟ୍ ଓ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ।
ରାଉରକେଲା ଓ ଝାରୁସୁଗୁଡାରେ ୧୨ ଡିଗ୍ରୀ , ବଲାଙ୍ଗୀର, ନୂଆପଡା, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧାରେ ପାରଦ ୧୩ ଡିଗ୍ରୀ ରହିବ। ରବିବାର କିଛି ସ୍ଥାନରେ ରାତି ତାପମାତ୍ରା ଖସିଛି।
ମଙ୍ଗଳବାର ଠାରୁ ଉପକୂଳ ଓଡି଼ଶାରେ ଶୀତ ବଢିବ।
୭ ଓ ୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବେ ରହିବ ନାହିଁ। ଜାନୁଆରୀ ୩ରେ ମଧ୍ୟ ଏକ ଚାପ ସୃଷ୍ଟି ହୋଇପାରେ।
ରବିବାର ଜି. ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ୧୧. ୫ ଡିଗ୍ରୀ ରେକର୍ଡ଼ ହୋଇଛି। ସେମିଳିଗୁଡାରେ ୧୧.୮, ଦାରିଙ୍ଗିବାଡିରେ ୧୨, କୋରାପୁଟ ରେ ୧୨. ୪ ଓ ଫୁଲବାଣୀରେ ୧୩.୫ ଡିଗ୍ରୀ ରେକର୍ଡ଼ ହୋଇଛି।