Weather Report: ଦୁଇ ଦିନ ରାଜ୍ୟରେ କାଳବୈଶାଖୀ ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଜୁଳି ଘଡ଼ଘଡ଼ି ସହ ବର୍ଷା ନାକେଦମ୍ କରିବ କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଓ ବଜ୍ରପାତ ହେବାର ଆଶଙ୍କା ରହିଛି । କିଛି ଜିଲ୍ଲାରେ ୩୦ରୁ ୫୫ କିଲୋମିଟର ପର୍ଯ୍ୟନ୍ତ ପବନ ବହିପାରେ । ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି।



COMMERCIAL BREAK
SCROLL TO CONTINUE READING

୨୦ ତାରିଖ ଅର୍ଥାତ୍ ଆସନ୍ତାକାଲି ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି । ସେପଟେ ଗ୍ରୀଷ୍ମ ପ୍ରବାହ ନେଇ ଜିଲ୍ଲାପାଳମାନଙ୍କୁ ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିଶନ ।ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଚିଠି କରିଛନ୍ତି SRC । ନିର୍ବାଚନ ଋତୁ ହୋଇଥିବାରୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ l ସେହିପରି ଭୁବନେଶ୍ୱର ରେ ବର୍ଷା ସାଙ୍ଗକୁ ଘଡଘଡି ଦେଖିବାକୁ ମିଳିଛି ଯାହା ଫଳରେ ବିଭିନ୍ନ ସ୍ଥାନରେ ଟ୍ରାଫିକ ବ୍ୟବସ୍ତା ବାଧା ପ୍ରାପ୍ତ ହୋଇଛି