Weather News: ନୂଆଦିଲ୍ଲୀ: ଦେଶରେ ଦୃତ ବେଗରେ ବଦଳିବାରେ ଲାଗିଛି ପାଣିପାଗ। ଦିଲ୍ଲୀ ସମେତ ଏକାଧିକ ରାଜ୍ୟରେ ପାରଦ ତଳମୁହାଁ ରହିଛି। ଶୀତର ପ୍ରଭାବ ବଢିବାରେ ଲାଗିଛି। ବିଶେଷ କରି ଦିଲ୍ଲୀର ପଡ଼ୋଶୀରେ ରାଜ୍ୟରୁ ଆସୁଥିବା ଥଣ୍ଡା ବାୟୁ କାରଣରୁ ଦିଲ୍ଲୀର ତାପମାତ୍ରା କମିବାରେ ଲାଗିଛି। ଦ୍ୱିପ୍ରହରରେ ସାମାନ୍ୟ ଖରା ହେଉଥିବା ବେଳେ ସକାଳେ ଓ ସନ୍ଧ୍ୟାରେ ଶୀତର ମାତ୍ରା ବଢୁଛି। ଭାରତୀୟ ପାଣିପାଗ ପକ୍ଷରୁ କୁହାଯାଇଛି ଯେ ପଶ୍ଚିମ ହିମାଳୟରେ ଏକ ହିମ ଝଡ଼ ସୃଷ୍ଟି ହେଉଥିବାରୁ ତାହା ପ୍ରଭାବରେ ଦିଲ୍ଲୀରେ ଶୀତର ମାତ୍ରା ବଢିବାରେ ଲାଗିଛି। 


COMMERCIAL BREAK
SCROLL TO CONTINUE READING

ଏହି ଦିନ ଠାରୁ ଶୀତର ମାତ୍ରା ଆହୁରି ବଢିବ
ଆଇଏମଡିରେ କାର୍ଯ୍ୟରତ ବୈଜ୍ଞାନିକ ଡକ୍ଟର ସୋମା ସେନ କହିଛନ୍ତି କି ଆସିବାକୁ ଥିବା ପଶ୍ଚିମା ଝଡ଼ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଦୁର୍ବଳ ହୋଇଯିବ। ୨୪-୨୫ ତାରିଖ ବେଳକୁ ଏହି ଝଡ଼ ପ୍ରଭାବରେ ଉତ୍ତର ଭାରତରେ ପାଣିପାଗରେ ଆହୁରି ଦୃତ ବେଗରେ ପାଣିପାଗରେ ପରିବର୍ତ୍ତନ ହେବ। କୁହାଯାଉଛି କି ଚଳିତ ମାସ ଶେଷ ଆଡ଼କୁ ଶୀତର ମାତ୍ରା ଆହୁରି ବଢିଯିବ। 


ତେବେ ଆଜି ୨୨ ନଭେମ୍ବର ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ ତାପମାତ୍ରା ୨୬ ଡିଗ୍ରୀ ରହିଛି। ଏହି ପଶ୍ଚିମା ଝଡ଼ ପ୍ରଭାବରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁମଣ୍ଡଳ ଧୂଆଁଳିଆ ରହିଥିବା ଦେଖିବାକୁ ମିଳିଛି। ନଭେମ୍ବର ମାସ ଶେଷ ଆଡ଼କୁ ଥଣ୍ଡାର ମାତ୍ରା ଆହୁରି ବଢିବା ନେଇ ପାଣିପାଗ ବିଭାଗ ଆଶଙ୍କା ପ୍ରକାଶ କରିଛି। ଏପରିକି ଡିସେମ୍ବରରେ ଦିଲ୍ଲୀରେ ଥଣ୍ଡାର ମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 


ସେହିପରି ବେସରକାରୀ ପାଣିପାଗ ବିଭାଗ ସ୍କାଇମେଟ କହିଛି ଯେ ଦଣିଣ କର୍ଣ୍ଣାଟକ, କେରଳ ଓ ତାମିଲନାଡ଼ୁର କିଛି ଅଞ୍ଚଳରେ ବର୍ଷା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ଲାକ୍ଷାଦ୍ୱୀପରେ ହାଲୁକା ଧରଣର ବର୍ଷ ହେବାର ସମ୍ଭାବନା ରହିଛି। ସେହିପରି ୨୩ ଓ ୨୪ ତାରିଖରେ ହିମାଳୟର ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହେବାର ସମ୍ଭାବନା ରହିଛି।