Weather Report: ଫେବୃଆରୀ ମାସ ଶେଷ ହେବାକୁ ବସିଲାଣି। ଧିରେ ଧିରେ ବଦଳୁଛି ପାଣିପାଗ। ଗତ ୨ ଦିନ ଧରି ଦିଲ୍ଲୀ-ଏନସିଆରରେ ଥଣ୍ଡା କୋହଲା ପବନ ପ୍ରବାହିତ ହେଉଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି।


COMMERCIAL BREAK
SCROLL TO CONTINUE READING

ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ବଜ୍ରପାତ ଏବଂ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି। ପାହାଡ଼ିଆ ରାଜ୍ୟମାନଙ୍କରେ ତୁଷାରପାତ ହେବାର ସମ୍ଭାବନା ରହିଛି। ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ପରେ ସ୍ୱଚ୍ଛ ପାଣିପାଗ ଏବଂ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ମଧ୍ୟ ସତର୍କ ସୂଚନା ଜାରି କରିଛି। ଦେଶବାସୀ ଦ୍ୱିତୀୟ ସପ୍ତାହରୁ ଖରା-ଗରମ ଅନୁଭୂତ ହେବା ଆରମ୍ଭ ହୋଇଯିବ।



ଦିଲ୍ଲୀ-ଏନସିଆର ସମେତ ଏହି ରାଜ୍ୟଗୁଡିକରେ ବର୍ଷା ହେବାର ସମ୍ଭାବନା:
ଗତ ୨-୩ ଦିନ ଧରି ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ସକାଳେ ଶୀତଳ ପବନ ପ୍ରବାହିତ ହେଉଛି। ମଙ୍ଗଳବାର ସକାଳେ ଘନ ମେଘ ଦେଖିବାକୁ ମିଳିଥିଲା। ଯଦିଓ ଦିନ ବେଳା ଖରା ଦେଖିବାକୁ ମିଳିଥିଲା, ତଥାପି ମଙ୍ଗଳବାର ସକାଳେ ହାଲୁକା ବର୍ଷା ହେତୁ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା।ପାଣିପାଗ ବିଭାଗ (ଆଇଏମଡି) ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ଦିଲ୍ଲୀ, ହରିୟାଣା(Hariyana), ଚଣ୍ଡିଗଡ଼, ପଞ୍ଜାବ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ଝାଡ଼ଖଣ୍ଡ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁରରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
ସେପଟେ ଚଣ୍ଡିଗଡ଼, ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନରେ ମଧ୍ୟ କୁଆପଥର ମାଡ ହେବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶ ସମତଳ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ପର୍ବତରେ ତୁଷାରପାତ ହେବାର ସମ୍ଭାବନା ରହିଛି।ବର୍ଷା ଏବଂ ତୁଷାରପାତ ଯୋଗୁଁ ଚାଷୀମାନେ କ୍ଷତି ସହିପାରନ୍ତି।