Rath Yatra 2024: ରଥଯାତ୍ରା ସମୟରେ ବଡ଼ ଅଘଟଣ; ଠେଲାପେଲାରେ ଜଣେ ମୃତ, ଶତାଧିକ ଆହତ
Advertisement
Article Detail0/zeeodisha/odisha2325956

Rath Yatra 2024: ରଥଯାତ୍ରା ସମୟରେ ବଡ଼ ଅଘଟଣ; ଠେଲାପେଲାରେ ଜଣେ ମୃତ, ଶତାଧିକ ଆହତ

Puri Jagannath Rath Yatra : ପୁରୀ ଜଗନ୍ନାଥ ରଥ ଯାତ୍ରା ସମୟରେ ଏକ ବଡ଼ ଅଘଟଣ ଘଟିଛି। ଭଗବାନ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟାଣି ନେଉଥିବା ସମୟରେ ଏଠାରେ ଠେଲାପେଲା ଦେଖାଦେଇଥିଲା। ଏହି ସମୟ ମଧ୍ୟରେ ୪୦୦ ରୁ ଅଧିକ ଭକ୍ତ ତଳେ ପଡ଼ିଯାଇଥିଲେ। ଏହି ଘଟଣାରେ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି।

 

Puri Jagannath Rath Yatra

ପୁରୀ: ରଥ ଯାତ୍ରା ସମୟରେ ଏକ ବଡ଼ ଅଘଟଣ ଘଟିଛି। ଏହି ଅଘଟଣ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଆସିବା ସମୟରେ ହିନ୍ଦୀ ସ୍କୁଲ ସାମ୍ନାରେ ଘଟିଛି । ଏଠାରେ ଠେଲାପେଲା ଯୋଗୁଁ ଜଣେ ମୃତ ଓ ଶତାଧିକ ଆହତ ହୋଇଛନ୍ତି। ହଠାତ୍ ତାଳଧ୍ଵଜ ରଥ ନିକଟରେ ଏଭଳି ଠେଲାପେଲା ହୋଇଥିଲା ଯେ ଅନେକ ଲୋକ ଆହତ ହେବା ସହ ଜଣେ ଅଣଓଡ଼ିଆ ଭକ୍ତଙ୍କର ମୃତ୍ୟୁ ଘଟିଛି।

ରଥ ଦଉଡ଼ି ଭାବି ଏକ ବ୍ୟାରିକେଡ଼ ଦଉଡ଼ିକୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଲୋକ ଟାଣି ନେବାକୁ ଲାଗିଥିଲେ। ଫଳରେ ଲକ୍ଷାଧିକ ଲୋକଙ୍କ ଭିତରେ ହଠାତ୍ ଠେଲାପେଲା ଦେଖାଯାଇଥିଲା। ଏହି ସମୟରେ ପାଖାପାଖି ଶତାଧିକ ଲୋକ ତଳେ ପଡିଯାଇଥିଲେ । ଆଉ ତାଙ୍କ ଉପରେ ଚଢ଼ି ଯାଇଥିଲେ ହଜାର ହଜାର ଲୋକ । ଯାହା ଫଳରେ ପ୍ରାୟ ୪୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ହିନ୍ଦୀ ସ୍କୁଲ ଆଶୁ ଚିକିତ୍ସା କେନ୍ଦ୍ରରେ ଭତ୍ତି କରାଯାଇଥିଲା । ଏହାପରେ ୧୦ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଜଣାପଡିନାହିଁ।

ପୁରୀ ରଥ ଯାତ୍ରା ସମୟରେ ଦଳାଚକଟା ହେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଙ୍ଗ ଜିଲ୍ଲା ମୁଖ୍ୟ ସ୍ପିଟାଲରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଙ୍ଗ ହସ୍ପିଟାଲର ଡାକ୍ତରଙ୍କ ସହ କଥା ହୋଇ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆହତ ଯାତ୍ରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ କଥା ହୋଇଛନ୍ତି। କେଉଁ ପରିସ୍ଥିତିରେ ଦଳାଚକଟା ଘଟିଥିଲା ତାହାର ପ୍ରକୃତ କାରାଣ ଜାଣିବାକୁ ମଧ୍ୟ ଚେଷ୍ଟା କରଯାଉଛି।