Weekly Horoscope: କେମିତି ବିତିବ ଜୁଲାଇ ମାସର ଦ୍ୱିତୀୟ ସପ୍ତାହ
Advertisement
Article Detail0/zeeodisha/odisha2325916

Weekly Horoscope: କେମିତି ବିତିବ ଜୁଲାଇ ମାସର ଦ୍ୱିତୀୟ ସପ୍ତାହ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେକୌଣସି ବ୍ୟକ୍ତି ତାଙ୍କ ଭବିଷ୍ୟତ ବିଷୟରେ ଜାଣିପାରିବେ। ଭବିଷ୍ୟତରେ କ’ଣ ହେବ? କେଉଁ ବ୍ୟବସାୟ ପ୍ରଗତିଶୀଳ ବୋଲି ପ୍ରମାଣିତ ହେବ? ଚାକିରିର ପଦୋନ୍ନତି, ଧନ ବୃଦ୍ଧି, ଶୁଭ ସଂଖ୍ୟା, ତାରିଖ କିମ୍ବା କେଉଁ ପଦକ୍ଷେପ ଲାଭଦାୟକ ହେବ?

Weekly Horoscope: କେମିତି ବିତିବ ଜୁଲାଇ ମାସର ଦ୍ୱିତୀୟ ସପ୍ତାହ

Weekly Horoscope: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେକୌଣସି ବ୍ୟକ୍ତି ତାଙ୍କ ଭବିଷ୍ୟତ ବିଷୟରେ ଜାଣିପାରିବେ। ଭବିଷ୍ୟତରେ କ’ଣ ହେବ? କେଉଁ ବ୍ୟବସାୟ ପ୍ରଗତିଶୀଳ ବୋଲି ପ୍ରମାଣିତ ହେବ? ଚାକିରିର ପଦୋନ୍ନତି, ଧନ ବୃଦ୍ଧି, ଶୁଭ ସଂଖ୍ୟା, ତାରିଖ କିମ୍ବା କେଉଁ ପଦକ୍ଷେପ ଲାଭଦାୟକ ହେବ? ରାଶିଫଳ ମାଧ୍ୟମରେ ଏହି ସବୁ ମଧ୍ୟ ଜାଣିହେବ। ଜ୍ୟୋତିଷ ଜୁଲାଇ ୮ରୁ ଜୁଲାଇ ୧୪, ୨୦୨୪ ପର୍ଯ୍ୟନ୍ତ ସାପ୍ତାହିକ ରାଶିଫଳ ପ୍ରଦାନ କରିଛନ୍ତି। ଏହି ସମୟ ମଧ୍ୟରେ, ଶୁଭ ତାରିଖ, ଭାଗ୍ୟ ଏବଂ ପ୍ରତିକାର ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।

ମେଷ ରାଶି
ଶିକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏହି ସପ୍ତାହରେ ଢେରସାରା ଲାଭ ମିଳିବ। ବ୍ୟବସାୟରେ ଲାଭ ଦ୍ୱିଗୁଣିତ ହେବ। କାରବାର ବୃଦ୍ଧି ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। କୌଣସି ଏକ ବଡ଼ ଡିଲ ଏହି ସପ୍ତାହରେ ସାଇନ କରିପାରନ୍ତି। ଏହି ସପ୍ତାହରେ ଧନଲାଭ ଭଲ ରହିବ। ଯାହା ଯୋଜନା କରିଛନ୍ତି ତାହା ବାସ୍ତବ ରୂପ ନେବାର ସମ୍ଭାବନା ରହିଛି। ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ରହିବ। ପରିବାରରେ ଲାଗି ରହିଥିବା ବିବାଦର ଅନ୍ତ ହେବ। ପେଟ ସମସ୍ୟା ଦେଖାଦେଇପାରେ। ହନୁମାନ ଚାଳିଶା ପାଠ କରନ୍ତୁ। 

ବୃଷ ରାଶି
ବ୍ୟବସାୟୀଙ୍କ ପାଇଁ ସପ୍ତାହଟି ବେଶ ଲାଭପ୍ରଦ ରହିବ। ବ୍ୟବସାୟରେ ଭଲ ଫଳ ଲାଭ କରିବେ। ଚାକିରିଆଙ୍କ ପାଇଁ ସପ୍ତାହଟି ଶାନ୍ତିପୂର୍ଣ୍ଣ ରହିବ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସନ୍ତାନ ମାନଙ୍କଠାରୁ ସୁଖଦ ଖବର ଲାଭ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ସଫଳ ହେବେ। ପୁରୁଣା ରୋଗ ଜନିତ ଯନ୍ତ୍ରଣା ଭୋଗ କରିପାରନ୍ତି। ପକ୍ଷୀମାନଙ୍କୁ ଅଟା ଖାଇବାକୁ ଦିଅନ୍ତୁ।

ମିଥୁନ ରାଶି
କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି। ଦାୟିତ୍ୱ ମଧ୍ୟ ବଢିପାରେ। ଉପରିସ୍ଥ ଅଧିକାରୀଙ୍କ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ଅଯଥାରେ ଖର୍ଚ୍ଚ କରନ୍ତୁ ନାହିଁ। ନଚେତ ଆର୍ଥିକ ସ୍ଥିତି ବିଗିଡିପାରେ। ପାରିବାରିକ ଜୀବନ ସୁଖମୟ ହେବ। ପରିବାରରେ କୌଣସି କାର୍ଯ୍ୟକ୍ରମ ହୋଇପାରେ। ଛୋଟ ମୋଟ ସମସ୍ୟାକୁ ଛାଡିଲେ ଏହି ସପ୍ତାହରେ ଆପଣ ସୁସ୍ଥ ରହିବେ। ମହାଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ।

ସିଂହ ରାଶି
ବେସରକାରୀ ଚାକିରି କରୁଥିବା ବ୍ୟକ୍ତିବିଶେଷ କର୍ମକ୍ଷେତ୍ରରେ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିପାରନ୍ତି।ବ୍ୟବସାୟରେ ବୃଦ୍ଧି ହେବ। ଅଯଥା ଖର୍ଚ୍ଚ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଆର୍ଥିକ ସ୍ଥିତି ଗୁରୁତର ଭାବେ ବିଗିଡିପାରେ। ଅବିବାହିତଙ୍କ ପାଇଁ ସପ୍ତାହଟି ବେଶ ସୁଖଦ ରହିବ। ଅବିବାହିତଙ୍କର ବିବାହ ଯୋଗ ରହିଛି। ଘରେ ଖୁସିର ମାହୋଲ ବଜାୟ ରହିବ। ଶାରିରିକ ଯନ୍ତ୍ରଣା ଭୋଗ କରିପାରନ୍ତି। ଛୋଟ ଝିଅଙ୍କୁ ଗୁଡ ଓ ଚଣା ପ୍ରସାଦ ଲଗାନ୍ତୁ। 

କନ୍ୟା ରାଶି
କର୍ମକ୍ଷେତ୍ରରେ କାର୍ଯ୍ୟ ସହ ଜଡିତ ସମସ୍ୟାର ସମାଧାନରୁ ଆପଣ ଆରାମ ପାଇବେ। ରିଅଲ ଇଷ୍ଟେଟରେ ବିନିଯୋଗ ପାଇଁ ବହୁତ ଭଲ। ପରିବାର ସହିତ ସମୟ ଅତିବାହିତ କରିପାରନ୍ତି। ପାରସ୍ପରିକ କଥାବାର୍ତ୍ତା ପୂର୍ବ ଅପେକ୍ଷା ଆହୁରି ବୃଦ୍ଧି ପାଇବ। ଏ ସପ୍ତାହରେ ଶାରିରୀକ ଯନ୍ତ୍ରଣା ଭୋଗ କରିପାରନ୍ତି। ଶିବ ପଞ୍ଚାମୃତ ପାଠ କରନ୍ତୁ। 

ତୁଳା ରାଶି
ଚାକିରିଆଙ୍କୁ ଖୁସି ଖବର ମିଳିପାରେ। ଆୟର ମାତ୍ରା ବଢିପାରେ। ଜମିବାଡିକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ହୋଇପାରେ। ଶାରିରୀକ ସୁସ୍ଥତା ପାଇଁ ଆପଣ ଖାଦ୍ୟ ଶୈଳୀରେ ପରିବର୍ତ୍ତନ କରିପାରନ୍ତି। 

ବିଛା ରାଶି
ପରିଶ୍ରମ ଫଳପ୍ରଦ ହେବ। ନୂଆ ନୂଆ ବ୍ୟବସାୟ ଆରମ୍ଭ କରୁଥିବା ବ୍ୟକ୍ତିବିଶେଷ ଲାଭାନ୍ୱିତ ହେବେ। ବ୍ୟବସାୟୀଙ୍କୁ ବହୁ ମାତ୍ରାରେ ଅର୍ଡର ମିଳିବାର ସମ୍ଭାବନା ରହିଛି। ପାରିବାରିକ ବିବାଦର ଅନ୍ତ ଘଟିବ। ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ। 

ଧନୁ ରାଶି
ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସପ୍ତାହଟି ବେଶ ଉନ୍ନତ ରହିବ। ବ୍ୟବସାୟୀଙ୍କୁ ଏ ସପ୍ତାହରେ ବଡ଼ ଡିଲ ମିଳିପାରେ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ଦ୍ୱାରା ଉପରିସ୍ଥ ଅଧିକାରୀଙ୍କ ନିକଟରୁ ପ୍ରଶଂସାର ପାତ୍ର ହୋଇପାରନ୍ତି। କିଛି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି। ପାରିବାରିକ ସଦସ୍ୟ କିମ୍ବା ଭାଇଙ୍କ ସହିତ ବିବାଦ ଦେଖାଦେଇପାରେ। ପ୍ରେମୀଯୁଗଳଙ୍କ ପାଇଁ ସପ୍ତାହଟି ହେଶ ସକରାତ୍ମକ ରହିବ। ବୟସ୍କଲୋକମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇପାରେ। ଶିବ ଚାଳିଶା ପାଠ କରନ୍ତୁ। 

ମକର ରାଶି
ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସପ୍ତାହଟି ବେଶ ଲାଭ ଦାୟକ ରହିବ। ବ୍ୟବସାୟୀମାନେ ଲାଭରେ ରହିବେ। ଚାକିରି ଅନ୍ୱେଷଣରେ ଥିବା ବ୍ୟକ୍ତିବିଶେଷଙ୍କୁ ନୂଆ ଚାକିରି ମିଳିପାରେ। ଅଟକି ରହିଥିବା ଟଙ୍କା ଫେରିପାଇବେ। ପରିବାରରେ ଖୁସିର ଲହରି ଖେଳିବ। ଯଦି ଆପଣ ଯୋଗ କିମ୍ବା ବ୍ୟାୟାମ କରୁଛନ୍ତି ତେବେ ସାବଧାନତାର ସହିତ କରନ୍ତୁ। 

କୁମ୍ଭ ରାଶି
ସହଭାଗିତାରେ କାର୍ଯ୍ୟ କରୁଥିଲେ ଲାଭରେ ରହିପାରନ୍ତି।ଆର୍ଥିକ ସ୍ଥିତି ବିଗିଡିପାରେ। ଜମିଜମାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ହେବ। ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିପାରନ୍ତି। ମାଆଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ଗରିବଙ୍କୁ ଅନ୍ନଦାନ କରନ୍ତୁ। 

ମୀନ ରାଶି
କର୍ମକ୍ଷେତ୍ରରେ ଆପଣଙ୍କର ଦବଦବା ଲାଗି ରହିବ। ସମସ୍ତ କାର୍ଯ୍ୟ ଆପଣ ମୁତାବକ ଶେଷ ହେବ। ନିବେଶରୁ ପ୍ରଚୁର ଧନଲାଭ କରିପାରନ୍ତି। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିବାର ସହିତ ସମୟ ଅତିବାହିତ କରିବେ। ବନ୍ଧୁଙ୍କ ସହିତ ଭ୍ରମଣ ଯୋଗ ରହିଛି। ପରିବର୍ତ୍ତିତ ପାଣିପାଗ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। 

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।