Weather Report: ରାଜ୍ୟରେ ଦିନକୁ ଦିନ ତାତିର ମାତ୍ରା ବଢ଼ି ବଢ଼ିଚାଲିଛି। ଗତ ଦୁଇ-ତିନି ଦିନ ହେଲା ୧୫ଟି ସହରରେ ଦିନର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିବା ଦେଖିବାକୁ ମିଳିଛି। ଗତକାଲି ୧୮ଟି ସହର ୩୫ ଡିଗ୍ରି ପାର୍‌ କରିଛି। ସୋନପୁର ସହର ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପ୍ରଭାବରେ ରାଜ୍ୟରେ ଗରମ ବଢିଛି। ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳ ଓଡିଶାରେ ସ୍ବାଭାବିକ ଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ସେହିପରି, ଟିଟିଲାଗଡ ଏବଂ ବୋଦ୍ଧରେ ୩୬ ଡିଗ୍ରୀ, ଝାରସୁଗୁଡାରେ ୩୫.୭ ଡିଗ୍ରୀ, ଭଦ୍ରକ ଏବଂ ଢେଙ୍କାନାଳରେ ୩୫.୬ ଡିଗ୍ରୀ, ଭବାନୀପାଟଣା, ନୟାଗଡ ଏବଂ ବଲାଙ୍ଗିରରେ ୩୫.୫ ଡିଗ୍ରୀ, କଟକ ଏବଂ ମାଲକାନାଗିରିରେ ୩୫.୪ ଡିଗ୍ରୀ, ଅନୁଗୋଳରେ ୩୫.୩ ଡିଗ୍ରୀ, ବାଲେଶ୍ୱର ଏବଂ ଯାଜପୁରରେ ୩୫.୨ ଡିଗ୍ରୀ ଓ ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।



ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୨୩ ଫେବୃଆରୀ ଅର୍ଥାତ୍ ଆଜି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ହଲକା ବର୍ଷା ହେବାର ସମ୍ଭାବନା ରହିଛି । ୨୪ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ ଏବଂ ରାୟଗଡ଼ା । ଏହି ଜିଲ୍ଲାର କିଛି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୨୯ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି।