Weather Update: ରାଜ୍ୟରେ ଆହୁରି ୨ ଦିନ ଅସ୍ତବ୍ୟସ୍ତ କରି ଘନ କୁହୁଡି଼, ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି
![Weather Update: ରାଜ୍ୟରେ ଆହୁରି ୨ ଦିନ ଅସ୍ତବ୍ୟସ୍ତ କରି ଘନ କୁହୁଡି଼, ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି Weather Update: ରାଜ୍ୟରେ ଆହୁରି ୨ ଦିନ ଅସ୍ତବ୍ୟସ୍ତ କରି ଘନ କୁହୁଡି଼, ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି](https://hindi.cdn.zeenews.com/hindi/sites/default/files/styles/zm_500x286/public/2025/01/28/3631100-bdv.jpg?itok=643JmlHm)
Weather Update: ଶୀତ ଉଭାନ୍ ହୋଇ ଗଲାଣୀ। ଏବେ କାଁ ଭାଁ ଶୀତ କେଉଁଠି ଅନୁଭବ ହେଉଛି। ହାତ ଗଣତି କିଛି ସ୍ଥାନକୁ ଛାଡିଦେଲେ ବାକି ସବୁଠି ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ଉପରେ ରହୁଛି। ଆସନ୍ତା ୧ ତାରିଖରୁ ରାତି ତାପମାତ୍ରା ଆହୁରି ବଢିବ। ଶୀତ ପୂରା ଗାଏବ ହୋଇଯିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ଝାରୁସୁଗୁଡା ଓ ରାଉରକେଲାରେ ବି ରାତି ତାପମାତ୍ରା ସବୁଠୁ କମ୍ ୮ ଡିଗ୍ରୀ ଥିଲା।

ALSO READ: Today Horoscope: ଆଜି ମେଷ-ବୃଷ ସହ ଶୁଭଫଳ ପାଇବେ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର ?
ALSO READ: Viral Video: ଘର ଅଗଣାରୁ ଭାଇରାଲ୍ ହେଲା ସ୍କୁଲ୍ ଛାତ୍ରୀଙ୍କ ଏହି ଭିଡିଓ, ଦେଖନ୍ତୁ
ଆଜି ବିଶେଷକରି, ବାଲେଶ୍ବର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ , ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,ନୟାଗଡ, ଗଂଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝରରେ ଘନ କୁହୁଡି଼ ହୋଇପାରେ। ଉପକୂଳ ,ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡି଼ଶାର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବ। ଏହାସହ ବୁଧବାର ଗଂଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଘନ କୁହୁଡି଼ ଦେଖାଦେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଘନ କୁହୁଡି ଯୋଗୁ ଜନଜୀବନ ଅସ୍ତବ୍ୟବସ୍ତ । ଯାତାୟତରେ ଅସୁବିଧା ଭୋଗୁଛନ୍ତି ଯାତ୍ରୀ। ଘନ କୁହୁଡି ପାଇଁ ଘାଟି ଓ ଦୁର୍ଘଟଣା ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ରାଜ୍ୟକୁ ପ୍ରଚୁର ପରିମାଣରର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ କୁହୁଡି ମାତ୍ରା ବୃଦ୍ଧି ପାଉଛି ।