Weather Update: ଭୁବନେଶ୍ୱର: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଅନୁଯାୟୀ ୨ ତାରିଖ ବେଳକୁ ପଶ୍ଚିମବଙ୍ଗର ଉତ୍ତରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ପରବର୍ତ୍ତି ତିନି ଦିନରେ ଏହା ବାଂଲାଦେଶ ଓ ଉତ୍ତରପୂର୍ବ ଭାରତରେ ବର୍ଷା କରାଇବ। ଅକ୍ଟୋବର ୬ ତାରିଖ ବେଳକୁ ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଆନ୍ଧ୍ର ଓ ତେଲଙ୍ଗାନା ମୁହାଁ ହୋଇ ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରରେ ବର୍ଷା ହୋଇପାରେ। 


COMMERCIAL BREAK
SCROLL TO CONTINUE READING

 



ସେହିପ ୬ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପୂର୍ବ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପ୍ରାକ ଆକଳନ କହୁଛି ଯେ ଏହା ଦ୍ୱାରା ତାମିଲନାଡ଼ୁରେ ବର୍ଷା କରାଇବ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ କମ ବର୍ଷା ରହିବ। ଦିନର ତାପମାତ୍ରା ଅଧିକ ଅନୁଭୂତ ହେବ। ତେବେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଅଧିକ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଓଡ଼ିଶାରେ ସମୁଦାକ ବର୍ଷା ପରିମାଣ ୨୦ ରୁ ୨୫ ମିମି ହେବାର ସମ୍ଭାବନା ରହିଛି। 


ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିବା ସହ କାଁଭାଁ ସ୍ଥାନରେ ବର୍ଷା ହୋଇପାରେ। ୩ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢିବ। ତେବେ ବର୍ତ୍ତମାନ ସୁଦ୍ଧାରେ ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ୪୧ ମିମି ବର୍ଷା ହୋଇଥିବା ବେଳେ ଭଦ୍ରକରେ ୨୬.୯, ନୂଆପଡ଼ାରେ ୨୪.୪, ମାଲକାନଗିରିର ଚିତ୍ରକୋଣ୍ଡାରେ ୧୧, ନୟାଗଡ଼ର ବରମୂଳରେ ୧୦.୨, କନ୍ଧମାଳ ଜିଲ୍ଲାର ଚକାପାଦରେ ୧୦.୨ ମିମି ବର୍ଷା ହୋଇଛି।