Weather Update: ରାଜ୍ୟରେ ଜାରି ରହିଛ ବର୍ଷା । ଆସନ୍ତା ୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ  ଏକ ଲଘୁଚାପ ସୃଷ୍ଟି ହୋଇପାରେ।  କିନ୍ତୁ ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ନାହିଁ। ଓଡିଶା ସମେତ ପୂର୍ବ ଭାରତରେ ଅବପାତ ସୃଷ୍ଟିର ସମ୍ଭାବନା ମାତ୍ର ୧୦ରୁ ୨୦ ପ୍ରତିଶତ ରହିବ ବୋଲି ଭାରତୀୟ ପାଣିପାଗ ଆକଳନ କରିଛି। ଆଇଏମଡିର ଏସନିଇପି ଜିଏଫଏସ୍ ଓ ଇସିଏମଡବ୍ଲୁଏଫ ମଡେଲର ଆକଳନ କହୁଛି , ଅକ୍ଟୋବରର ପ୍ରଥମ ସପ୍ତାହ ବା ୬ ତାରିଖ ରେ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। 

 


 


 

ତେବେ, ଆଇଏମଡିର ଜିଏଫଏସ୍ ମଡେଲ୍ ଅନୁସାରେ, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ୫ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଇଏମଡିର ଏକାଧିକ ମଡେଲ୍ ଅନୁସାରେ, ଅକ୍ଟୋବର ପ୍ରଥମ ସପ୍ତାହରେ ଦେଶର ପଶ୍ଚିମ ଭାଗରେ  ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ୪୦ ରୁ ୬୦ ପ୍ରତିଶତ।  

 

ସେପଟେ, ଗତ ୨୪ ଘଣ୍ଟାରେ ରାଜ୍ୟର ଆଭ୍ୟନ୍ତରୀଣ  ଓ ଉପକୂଳ ଓଡିଶା ସମେତ ଉତ୍ତର ଓଡିଶାରେ ଲଗାଣ ବର୍ଷା ହୋଇଥିଲେ। ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ। ଆଜି ଉତ୍ତର ଓଡି଼ଶାରେ କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।  କିଛି ସ୍ଥାନରେ ଘଡ଼ଘଡି ସହ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଏନେଇ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା ଭଦ୍ରକ, ମୟୂରଭଂଜ, ବାଲେଶ୍ବର, ସୁନ୍ଦରଗଡ ଓ କେନ୍ଦୁଝର।