Weather Update: ରାଜ୍ୟର କିଛି ସ୍ଥାନରେ ବର୍ଷା ହେଉଥିବା ବେଳେ ଆଉ କିଛି ସ୍ଥାନ ଶିଖିଲା ରହିଛି। ଏବେବି ରାଜ୍ୟରେ  ମୌମୁମୀ ସକ୍ରିୟ ରହିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ,  ବଙ୍ଗୋପସାଗର ମଧ୍ୟରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି।  ଏହାର ପ୍ରଭାବରେ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି।  ଏହି ବାୟୁ- ଉତ୍ତର ପଶ୍ଚିମ ଦିଗରୁ  ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ସହ ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ହେବା ଫଳରେ ୨୪ ଘଣ୍ଟା ମଧ୍ୟରେ  ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି  ଦକ୍ଷିଣ ଓ ଉତ୍ତର ଓଡିଶାର କିଛି ଜିଲ୍ଲାରେ  ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବିଶେଷକରି, ସମ୍ବଲପୁର, ଦେବଗଡ଼, ଝାରସୁଗୁଡା, ଅନୁଗୁଳ, ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର, ବରଗଡ ଓ ସୁନ୍ଦରଗଡ। 

 


 


 


 

କିନ୍ତୁ ଏବେ ରାଜ୍ୟରେ ଅନେକ ସ୍ଥାନରେ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି।  ଗତକାଲି କିଛି ସ୍ଥାନରେ ଗରମ  ଗୁଳୁଗୁଳି  ଅନୁଭୂତ ହେଉଥିବା ବେଳେ  ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ଥିଲା।  ସମ୍ବଲପୁରରେ ୩୬.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ଼ ହୋଇଥିଲା।  ସେହିପରି ରାଜଧାନୀ ଭୁବନେଶ୍ବରରେ୩୪.୮, କଟକରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିଲା।  ଏବଂ ଫୁଲବାଣୀରେ ସର୍ବନିମ୍ନ ୨୦.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ଼ ହୋଇଥିଲା। ସେପଟେ, ଦଶହରାରେ ପାଗ ମେଘୁଆ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ୧୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଫଳରେ ଦଶହରାରେ ଅନେକ ସ୍ଥାନରେ ବର୍ଷା ହୋଇପାରେ। ବର୍ତ୍ତମାନ ଓଡିଶା ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରକ୍ରିୟା ପ୍ରଭାବ ପଡିବ ନାହିଁ।