Advertisement
Photo Details/zeeodisha/odisha2466591
photoDetails0hindi

Today Horoscope: ଏହି ୫ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

Horoscope Today 10 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୧୦ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12
ମେଷ: ଆଜିର ଦିନ ଏହି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ। କାର୍ଯ୍ୟ କ୍ଷତ୍ରରେ ଆସୁଥିବା ସମସ୍ତ ବାଧା ଦୂର ହେବ । ଚାକିରିରେ ଅଧିକାରୀ ବର୍ଗଙ୍କ ଅପେକ୍ଷା କରିବେ । ପୁରୁଣା ରୋଗରୁ ମୁକ୍ତି ପାଇ ପାରିବେ । ପତ୍ନୀ ଓ ପିଲାଙ୍କ ସହିତ ସମସ୍ତ ସମସ୍ୟା ବିଷୟରେ କଥାବାର୍ତ୍ତା କରନ୍ତୁ । କୁ -ସଂଗତିରୁ ଦୂରେଇ ରୁହନ୍ତୁ । ଫାଲତୁ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଭଲ ଜିନିଷକୁ ହିଁ ଗ୍ରହଣ କରନ୍ତୁ । କରଜ ନିଅନ୍ତୁ ନାହିଁ । କୌଣସି ବିବାଦରେ ବିଜୟ ମିଳିବ । ବ୍ୟବସାୟ ଭଲ ହୋଇପାରେ । କିଛି କାମ ଅଧିକ ବ୍ୟୟ ପ୍ରମାଣିତ ହେବ । ପ୍ରେମୀଙ୍କ ଲାଗି ଦିନଟି ଶୁଭ ରହିବ।    ALSO READ: Dussehra 2024: ଦଶହରାରେ ପଡୁଛି ୨ଟି ରାଜଯୋଗ, ଏହିସବୁ ରାଶିଙ୍କ ବଦଳିବ ଭାଗ୍ୟ, ମିଳିବ ଖୁସି ଖବର ସହ...

2/12
  ବୃଷ: ଆଜିର ଦିନ ଏ-ହି ରାଶିଙ୍କ ବେଶ୍ ଅନୁକୂଳ ରହିବ। ଜୀବନସାଥିଙ୍କ ସହିତ କ୍ବାଲିଟି ଟାଇମ୍ ବିତେଇବେ।  ନିଜର ମାତା ପିତାଙ୍କୁ ଖୁସି କରିବାରେ ସଫଳ ହେବେ ।  ଧାର୍ମିକ କାର୍ଯ୍ୟ କଳାପ ପ୍ରତି ମନ ବଳିବ। କୌଣସି ବି କାର୍ଯ୍ୟ କରିବା ପୂର୍ବରୁ ତାହା ବିଷୟରେ ବୁଝି ନିଅନ୍ତୁ । ନଚେତ୍ ସମସ୍ୟାରେ ପଡିବେ।  ଆବଶ୍ୟକ ଜିନିଷ ହଜି ପାରେ । ପାରିବ ବ୍ୟବପାରରେ ଲାଭ ମିଳିବ । ବାହାର କାମରେ ସଫଳତା ମିଳିପାରେ । କାହାର ସହଯୋଗ ପ୍ରାପ୍ତ ହେବ । ଘରର କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବେ। 

3/12
ମିଥୁନ: ଆଜି ଅତ୍ୟଧିକ କୌଣସି ବିଷୟକୁ ନେଇ ଆଲୋଚନା କରନ୍ତୁ ନାହିଁ । ଆକସ୍ମିକ ଧନ ଲାଭ ହୋଇପାରେ । ବନ୍ଧୁମାନେ ସନ୍ଧ୍ୟା ସମୟରେ କୌଣସି ଯୋଜନା କରି ପାରନ୍ତି । କାମ କାର୍ଯ୍ୟରେ ସଫଳ ନ ହେବା କାରଣରୁ ମନ ଅଶାନ୍ତି ରହିବ । ପରିବାରର ସୁଖମୟ ରହିବ । ଶତ୍ରୁଙ୍କୁ ହାନି ପହଞ୍ଚାଇବାକୁ ଚେଷ୍ଟା କରି ପାରନ୍ତି । ଦୁର୍ଘଟଣା ଦ୍ଵାରା ଶାରୀରିକ ହାନି ହୋଇପାରେ । ସାବଧାନ ରୁହନ୍ତୁ । କୌଣସି ପ୍ରକାରର ଝଗଡା କରନ୍ତୁ ନାହିଁ ।

4/12
  କର୍କଟ: କର୍ମକ୍ଷେତ୍ରରେ ଦିନଟି ଏତେ ଖାସ୍ ରହିବ ନାହିଁ। କୌଣସି ମହିଳା ସହ ସାକ୍ଷାତ ହୋଇପାରେ । ଯାହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । କୋର୍ଟ କଚେରୀ ମାମଲା ଆଗକୁ ବଢିବ ନାହିଁ । କାମର ଚିନ୍ତା ଆପଣଙ୍କ ମୁଣ୍ଡରେ ରହିବ । ଯେଉଁ କାରଣରୁ ପରିବାର ଓ ବନ୍ଧୁମାନଙ୍କ ପାଇଁ ସମୟ ବାହାର କରି ପାରିବେ ନାହିଁ । ଯେଉଁମାନେଙ୍କ ନୂଆ ନୂଆ ବିବାହ ହୋଇଛି।  ସେମାନେ ନିଜର ସାଥିଙ୍କ ଠାରୁ ବହୁତ ଖୁସି ପାଇବେ । କହିବାକୁ ଗଲେ ଦାମ୍ପତ୍ୟ ଜୀବନରେ ସୁଖମୟ ପରିସ୍ଥିତି ରହିବ ।

5/12
ସିଂହ:  ଆଜିକ ଦିନ ଏହି ରାଶିଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ବିଶେଷକରି, ପ୍ରେମୀ ପ୍ରେମିକାଙ୍କ ସମ୍ପର୍କରେ ବିବାଦ ଆସିପାରେ । ଯାତ୍ରା ପାଇଁ ସମୟ ଉପଯୁକ୍ତ ନୁହେଁ । ବ୍ୟାପାର କିମ୍ବା ଚାକିରିରେ ଯେତିକି ପରିଶ୍ରମ କରିବେ ସେଥିରେ ସେତିକି ଲାଭ ମିଳିବ । ଜୀବନର ଭରପୁର ଲାଭ ଉଠାନ୍ତୁ । ବନ୍ଧୁର ସାହାର୍ଯ୍ୟ ନିଅନ୍ତୁ । ଯୋଗ କରିବା ଦ୍ଵାରା ଆଧ୍ୟାତ୍ମିକ, ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରଖି ଆପଣଙ୍କ ହୃଦୟ ଓ ମସ୍ତିଷ୍କକୁ ଭଲ ରଖିବେ । ସଙ୍ଗୀତ ଇତ୍ୟାଦି ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ । ମାତା ପିତାଙ୍କ ସାହାର୍ଯ୍ୟ ଦ୍ଵାରା ଆର୍ଥିକ ଅସୁବିଧାରୁ ମୁକ୍ତି ପାଇ ପାରିବେ ।

6/12
  କନ୍ୟା:  ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ରହିବ। ବ୍ୟାପାରରେ ନୂଆ ଯୋଜନା ଦ୍ଵାରା ବ୍ୟାପାର କରିବେ । ମିତ୍ରଙ୍କ ଠାରୁ କିମ୍ବା ଭାଇ ଭଉଣୀଙ୍କ ଠାରୁ ସହଯୋଗ ମିଳିପାରେ । ଯଦି ଆପଣଙ୍କ ଯୋଜନା ବାହାର ବୁଲିବାର ହୋଇଥାଏ ତେବ ତାହା ବିଫଳ ହୋଇଯିବ । ନିଜର ଆୟ ଉପରେ ଧ୍ୟାନ ଦିଅନ୍ତୁ । ଉତସାହରେ ବୁଦ୍ଧି ଆସିପାରେ । ପାରିବାରିକ ସୁଖ ଶାନ୍ତି ମିଳିବ । ଆରାମ ଓ ମନୋରଞ୍ଜନ ଉପରେ ବ୍ୟୟ କରିବେ । ଆପଣଙ୍କ ପରିଜନ ଆପଣଙ୍କ ସାଥ ଦେବେ ।

7/12
ତୁଳା:  ଏହି ରାଶିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ। ସ୍ଥାୟୀ ସମ୍ପତ୍ତିରୁ ଲାଭ ପାଇବେ। କାରୋବାରରେ ଆଗକୁ ବଢିବ। ରୋଜଗାରରେ ବୁଦ୍ଧି ହେବ । ପାର୍ଟନର ସହଯୋଗ ମିଳିବ । ଅଟକିଥିବା କାର୍ଯ୍ୟ ପୁରା ହେବ । ଆପଣଙ୍କ ଆଦର ସମ୍ମାନ ହେବ । ଆଜି ଆପଣ ରୋମାଞ୍ଚକ କାର୍ଯ୍ୟ କରିବେ । ଆପଣ ଆଜି ନିଜ ଘର ପାଇଁ କୌଣସି ପ୍ରକାର ଦାମୀ ଜିନିଷ କ୍ରୟ କରିପାରନ୍ତି। ସନ୍ତାନ ତରଫରୁ ଶୁଭ ସମାଚାର ମିଳିପାରେ । ବ୍ୟାପାରରେ ନୂଆ ଅନୁବନ୍ଧ ହୋଇପାରେ । ଉତ୍ସାହର ସହିତ କାର୍ଯ୍ୟ କରିବେ । ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ । ନଚେତ୍ ହଇରାଣରେ ପଡିବେ।

8/12
ବିଛା:  ଆଜି କର୍ଯ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ରହିବ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ। ପ୍ରତ୍ୟକ କ୍ଷେତ୍ରରେ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି।

9/12
  ଧନୁ : ନିଜ ପରିବାର ସହିତ ଆପଣ ଅଧିକ ସମୟ ଅତିବାହିତ କରିବେ। ବୟସ୍କ ଲୋକମାନଙ୍କ ପ୍ରେମ ଓ ଆଶୀର୍ବାଦ ମିଳିବ । କୌଣସି ପ୍ରଭାବଶାଳି ବ୍ୟକ୍ତିଙ୍କ ମାର୍ଗଦର୍ଶନ ଓ ସହଯୋଗ ପ୍ରାପ୍ତ ହେବ । ବୁଦ୍ଧିମାନର ସହ ନିବେଶ କରନ୍ତୁ । ସନ୍ତାନ ତରଫରୁ ଶୁଭ ସମାଚାର ମିଳିବ । ନିବେଶ ଇତ୍ୟାଦିରେ ଲାଭ ମିଳିବ । ପ୍ରାପ୍ତ ହୋଇଥିବା ଟଙ୍କା ଆପଣଙ୍କ ଆଶା ଅନୁସାରେ ହେବ ନାହିଁ । ପ୍ରେମରେ ମାମଲାରେ କିଛି ପରିବର୍ତ୍ତନ ନଜର ଆସି ପାରେ ।

10/12
  ମକର : ଆଜିର ଦିନଟି ଏହି ରାଶିଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। ବନ୍ଧୁଙ୍କ ଠାରୁ ସହଯୋଗ ମିଲିବ ନାହିଁ । ଶତ୍ରୁ ପକ୍ଷ ହାବି ରହିବେ । ନ ପଢି କୌଣସି ବି କାଗଜପତ୍ର ଉପରେ ହସ୍ତାକ୍ଷର କରନ୍ତୁ ନାହିଁ । ଘରେ ଚିନ୍ତାର ପରିବେଶ ରହିବ । ଶାରିରୀ ସମସ୍ୟା ରହିପାରେ । ଖରାପ ସମୟ ଅଛି । ଖର୍ଚ ଉପରେ କାବୁ ରଖିବାକୁ ଚେଷ୍ଟା କରନ୍ତୁ ଓ କେବଳ ଜରୁରୀ ଜିନିଷ ହିଁ କ୍ରୟ କରନ୍ତୁ । ମନୋରଞ୍ଜର ଅବସର ପ୍ରାପ୍ତ ହେବ । ଉତ୍ସାହବର୍ଧକ ସୂଚନା ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆୟରେ ବୁଦ୍ଧି ହୋଇପାରେ ।

11/12
କୁମ୍ଭ :  ଆଜି ବ୍ୟାପାର ଆପଣ କୌଣସି ଭୁଲ ନିଷ୍ପତି ନେବା ଦ୍ଵାରା ଆପଣଙ୍କୁ ଆର୍ଥିକ କ୍ଷତି ହୋଇପାରେ । ଡୁବି ଯାଇ ଥିବା ଟଙ୍କା ମିଳିବାର କମ ସମ୍ଭାବନା ଅଛି । କାହା ସାହିତ ବି ଝଗଡା କରନ୍ତୁ ନାହିଁ । କିନ୍ତୁ ଶତ୍ରୁ ପରାସ୍ତ ହେବେ । ନୂଆ କାର୍ଯ୍ୟ ମିଳିବ । ଭରପୁର ପ୍ରୟାସ ଦ୍ଵାରା ନିଶ୍ଚିତ ରୂପରେ ସଫଳ ହେବେ । ଗୁରୁଜନମାନଙ୍କ ସ୍ଵାସ୍ଥ୍ୟର ଚିନ୍ତା ରହିବ । ସବୁଦିନ ବ୍ୟାୟମ କରନ୍ତୁ । ଆଜିର ଦିନରେ ଊର୍ଜା ଦ୍ଵାରା ଭରପୁର ରହିବେ ।

12/12
ମୀନ:  ଆଜିର ଦିନ ଏତେ ଶୁଭ ରହିବ ନାହିଁ। କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ସମାଧାନର ଚିନ୍ତା ମନକୁ ସାମୟିକ ବିବ୍ରତ କରିପାରେ। ବନ୍ଧୁଙ୍କ ମାଧ୍ୟମରେ ଅଭିଳଷିତ ଜିନିଷ ପାଇପାରିବେ। ତରବରିଆ ଯାତ୍ରାକରନ୍ତୁ ନାହିଁ , ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ । ରଚନାତ୍ମକ କାମ, ପରିବହନ, ବ୍ୟବସାୟ ସକାଶେ ଦିନଟି ବହୁତ ଭଲ ।