Weather Update: ରାଜ୍ୟରେ ଜାରି ରହିଛି ବର୍ଷା। ଆଗକୁ ଆସୁଛି ଆଉ ଏ-କ ଘୂର୍ଣ୍ଣିବଳୟ। ପାଣିପାଗ ବିଭାଗରୁ ମିଳିଥିବା ତାଜା ସୂଚାନ ଅନୁସାରେ, ଆସନ୍ତା ୩୧ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଘୂର୍ଣ୍ଣିବଳୟ ପ୍ରଭାବରେ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜି ବାଲେଶ୍ୱର,ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । 


COMMERCIAL BREAK
SCROLL TO CONTINUE READING

 



ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?


ସେହିପରି, ଆସନ୍ତାକାଲି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି । ସେସବୁ ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଦେବଗଡ଼, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା । ଏହିସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷାର ସମ୍ଭାବନା ରହିଛି । ତେଣୁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ଅନ୍ୟପକ୍ଷରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାପାଇଁ କୁହାଯାଇଛି । ସେହିପରି ଆସନ୍ତାକାଲିରୁ ୨ ତାରିଖ ଯାଏ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଗତ ୨୪ ଘଣ୍ଟାରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ୧୧୦ ମିମି ବର୍ଷା ହୋଇଛି।  ଯାଜପୁର ବରୀରେ ୮୭,କେନ୍ଦ୍ରାପଡା ଆଳିରେ ୪୫ ଓ କଟକରେ ୩୮ ମିମି ବର୍ଷା ରେକର୍ଡ଼ କରାଯାଇଛି।