Weather Update: ରାଜ୍ୟରୁ ଏବେ ଶୀତ ଗାଏବ ହୋଇଯାଇଛି।  ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ରହିଛି।  ରାତିରେ ଶୀତ ବଦଳ ଗରମ ଅନୁଭୂତ ହେଉଛି। ଦିନବେଳା ତାତି ୩୦ ଡିଗ୍ରୀ ଉପରେ ରହୁଛି। ଶନିବାର ଠାରୁ ରାତି ତାପମାତ୍ରା  ୨ ରୁ ୪ ଡିଗ୍ରୀ ଖସିବ ଓ ଥଣ୍ତା ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ, ୯ ରୁ ପାରଦ ଖସିବ ଓ ଥଣ୍ତା ବଢିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ବ୍ୟବସାୟରେ କ୍ଷତି ହେବା ସହ ସ୍ବାସ୍ଥ୍ୟରେ ଦେଖାଦେବ ସମସ୍ୟା! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?




ଆସନ୍ତା ୧୪ ତାରିଖରେ ବଙ୍ଗୋପସାଗରରେ  ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ଼. ସୁରେନ୍ଦ୍ର ନାଥ ପଶୁପାଳକ  କହିଛନ୍ତି। ସେ ଆହୁରି କହିଛନ୍ତି ଯେ,  ଦକ୍ଷିଣ ଆଭ୍ୟନ୍ତରିଣରେ ୯ ତାରିଖରୁ ରାତି ତାପମାତ୍ରା କମିବ। ୧୦ ତାରିଖରୁ ଉପକୂଳ ଓ ପଶ୍ଚିମ ଓଡି଼ଶାରେ ରାତି ତାପମାତ୍ରା ଖସିବ। ଆଜି ସ୍ବଳ୍ପ କୁହୁଡି ଅନୁଭୂତ ହୋଇପାରେ।  ଦକ୍ଷିଣ ଆଭ୍ୟନ୍ତରୀଣରେ ୮ ତାରିଖରୁ ସ୍ବଳ୍ପ କୁହୁଡି ଦେଖାଦେବ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ  ଆଜିଠାରୁ ରୁ ୯ ତାରିଖ  ମେଘୁଆ ପାଗ ରହିବ।  ଆଜି ଠାରୁ ଆଭ୍ୟନ୍ତରରେ ୮ ରୁ ୯ ତାରିଖ ଯାଏଁ ଦକ୍ଷିଣ ଆଭ୍ୟନ୍ତରୀଣରେ ଓ ୯ ରୁ  ୧୦ ଯାଏଁ  ପଶ୍ଚିମ ଓଡି଼ଶା ଓ ଆଭ୍ୟନ୍ତରୀଣରେ ପାଗ ଆଶିଂକ ମେଘୁଆ ରହିପାରେ।


ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହେବ। ୧୨ ତାରିଖରୁ ଏହା ଶ୍ରୀଲଙ୍କା  ଉପକୂଳ ଛୁଇଁପାରେ।  ୧୪ ରେ ଦକ୍ଷିଣ ପୂର୍ବ ବଙ୍ଗୋପାଗର ଓ ଦକ୍ଷିଣ ଆଣ୍ତାମାନ ସାଗରରେ ଲଘୁଚାପ ରୂପ ନେବ। ୪୮ ଘଣ୍ଟାରେ ଏହା ଅବପାତ ରୂପ ନେଇ ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡୁକୁ ମୁହାଁଇପାରେ ବୋଲି ସେ କହିଛନ୍ତି। ପଶ୍ଚିମାବାୟୁ ପ୍ରଭାବରେ ଏବେ ରାତି ତାପମାତ୍ରା ଅଧିକ ରହୁଛି। ପଶ୍ଚିମାବାୟୁ ପ୍ରଭାବରେ ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଖୋର୍ଦ୍ଧା, ଅନୁଗୁଳ,  ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରେ ଆଭ୍ୟନ୍ତରୀଣ ଓଡିଶା  ଓ ଉତ୍ତର ଓଡି଼ଶାରେ ବର୍ଷା ହେବ। କିଛି ସ୍ଥାନରେ କୂଆପଥର ବର୍ଷା ହୋଇପାରେ। ୯ରୁ ଥଣ୍ତା ବଢିବ। ୧୦ ଓ ୧୧ ରେ ଅଧିକ ଥଣ୍ତା ଅନୂଭୁତ ହେବ।