Weather Update: ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ, ପ୍ରଭାବରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
Weather Update: ପୁଣି ଭିଜିବ ଓଡି଼ଶା। ଆଜି ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା କେତେ ଘନୀଭୂତ ହେବ ସେନେଇ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ।
Weather Update: ପୁଣି ଭିଜିବ ଓଡି଼ଶା। ଆଜି ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା କେତେ ଘନୀଭୂତ ହେବ ସେନେଇ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ। ମୁଖ୍ୟତଃ ଏହି ଲଘୁଚାପର ପ୍ରଭାବ ତାମିଲନାଡୁ ଉପରେ ଅଧିକ ରହିବ। ହେଲେ ନଭେମ୍ବର ଦ୍ବିତୀୟ ସପ୍ତାହରେ ଉପକୂଳ ଓଡି଼ଶାର ସ୍ଥାନେ ସ୍ଥାନେ ବର୍ଷା ନେଇ ପୂର୍ବାଆକଳନ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ସମ୍ଭାବ୍ୟ ଲଘୁଚାପ ଟି ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଏନେଇ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକଳନ କରିଛି।
ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ?
ସମ୍ଭାବ୍ୟ ଅବପାତଟି ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଆନ୍ଧ୍ର ପ୍ରଦେଶ କିମ୍ବା ତାମିଲନାଡୁ ମୁହାଁଇବା ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡି଼ଶା ଉପକୂଳ ଓ ଦକ୍ଷିଣ ଉପକୂଳ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜ୍ୟର ପାଗ କେତେକ ଜିଲ୍ଲାରେ ମୁଖ୍ୟତଃ ଶୁଖିଲା ରହିବ। ଏବଂ ୯ ତାରିଖ ଯାଏଁ କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଜି ଓ ଆସନ୍ତାକାଲି ଗଞ୍ଜାମ , ପୁରୀ ସମେତ ଉପକୂଳ ଓଡିଶା ସମେତ ମୟୂରଭଂଜ, ରାୟଗଡା , କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।
ଗତ ମାସ ୨୫ ତାରିଖରେ ବାତ୍ୟା ଦାନା ଓଡି଼ଶାରେ ତାଣ୍ତବ ରଚିଥିଲା। କେନ୍ଦ୍ରାପଡାର ଭିତରକନିକା ଏବଂ ଭଦ୍ରକର ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସିଭିୟର ସାଇକ୍ଲୋନ୍ ଭାବେ ସ୍ଥଳଭାଗ ମୁହାଁ ହୋଇଥିବାରୁ ବର୍ଷା ଓ ପବନର ବେଗ ବୃଦ୍ଧି ପାଇଥିଲା। ସ୍ଥଳଭାଗ ଛୁଇଁବା ପରେ ସାରା ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପ୍ରଚଣ୍ଡ ପବନ ବହିବା ଆରମ୍ଭ ହୋଇଥିଲା । ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିଥିଲା। ହେଲେ ବାତ୍ୟା 'ଦାନା' ସ୍ଥଳଭାଗ ଛୁଇଁବା ପୂର୍ବରୁ ଉପକୂଳ ଓଡ଼ିଶାରେ ପ୍ରକୋପ ଦେଖାଇଥିଲା ।