Weather Update: ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ଯାଇଛି। ଆଉ ତା ସାଙ୍ଗକୁ କାଳବୈଶାଖିର ପ୍ରକୋପ ରାଜ୍ୟବାସୀଙ୍କୁ କଲବଲ କରୁଛି। ରାଜ୍ୟରେ ଆହୁରୀ ଦୁଇ ଦିନ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୨୪ଟି ଜିଲ୍ଲାରେ  କାଳ ବୈଶାଖି ପ୍ରଭାବରେ ବର୍ଷା, ପବନ, ବଜ୍ରପାତ ଆଶଙ୍କା ରହିଛି। କେତେକ ଜିଲ୍ଲାରେ ୩୦ ରୁ ୫୫ କିଲୋମିଟର ପର୍ଯ୍ୟନ୍ତ ପବନ ହେବାର ବି ସମ୍ଭାବନା ରହିଛି।  ଏନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ମଙ୍ଗଳବାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କଳାହାଣ୍ତି, ବଲାଙ୍ଗୀର ,ସୋନପୁର, ବୌଦ୍ଧ, ଅନୁଗୁଳ,ଢେଙ୍କାନାଳ, ନୟାଗଡ଼, ମୟୂରଭଂଜ, କେନ୍ଦୁଝର, ଯାଜପୁର ଜିଲ୍ଲାରେ ସ୍ଥାନେ ସ୍ଥାନେ କାଳବୈଶାଖି ପ୍ରଭାବରେ ୪୫ରୁ ୫୫ କିଲୋମିଟର ସହ ପବନ ହେବା ସହ ବଜ୍ରପାତର ଆଶଙ୍କା ରହିଛି। 


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?



କଟକ, ଗଂଜାମ, ନୟାଗଡ, କନ୍ଧମାଳ, ଖୋର୍ଦ୍ଧା ଓ ଢେଙ୍କାନାଳରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପରିମାଣ ୭୦ ମିଲି ମିଟରରୁ ୨୦୦ ମିମି ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି। ସେହିପରି, ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡା, ପୁରୀ, ଗଜପତି, ଜଗତସିଂହପୁର ଓ ଦେବଗଡରେ କାଳବୈଶାଖି ପ୍ରଭାବରେ ୩୦ ରୁ ୪୦ କିମି ପବନ ମାଡ଼ ହୋଇପାରେ। ୨୦ ତାରିଖରେ ଉପକୂଳ ଓଡ଼ିଶା ସହ ଦକ୍ଷିଣାଞ୍ଚଳରେ ହାଲୁକାରୁ ମଧ୍ୟମ ଧରମର ବର୍ଷା ହୋଇପାରେ। ଦକ୍ଷିଣର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି, ଆସନ୍ତା ୨୧ ଓ ୨୨ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ନ ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସୂଚନା ଯୋଗ୍ୟ, ସୋମବାର ଦିନ କେତେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ପାଗ ମେଘୁଆ ଥିଲା।  ଏଥିଯୋଗୁଁ ରାଜ୍ୟ ତମାମ୍ ତାପମାତ୍ରା କମିଛି।