Mammoths could come back: 


COMMERCIAL BREAK
SCROLL TO CONTINUE READING

କ୍ଲୋନିଂ ଆଉ କଳ୍ପ ବିଜ୍ଞାନର କାହାଣୀ ହୋଇ ରହି ନାହିଁ । ଏହା କେବେଠାରୁ ବାସ୍ତବତାର ରୂପ ନେଇଛି । ଯଦି ଆପଣ ହଲିଉଡ୍ ଫିଲ୍ମ ଜୁରାସିକ୍ ପାର୍କ୍ ଦେଖିଥିବେ ତେବେ ଜାଣିଥିବେ କେମିତି ବୈଜ୍ଞାନିକ ମାନେ କୋଟିକୋଟି ବର୍ଷ ତଳେ ଲୋପ ପାଇଥିବା ଡାଇନୋସରକୁ ଗୋଟିଏ ଜୀବାଶ୍ମର ଡିଏନଏରୁ ପୁଣି ଜୀବିତ କରି ପାରିଛନ୍ତି । ଆଉ ୫ ବର୍ଷ ପରେ ଠିକ ସେମିତି ହେବାକୁ ଯାଉଛି । ୧୦ ହଜାର ବର୍ଷ ତଳେ ଲୋପ ପାଇଯାଇଥିବା ବିଶାଳକାୟ ହାତୀ ‘ମାମୁଥ’ପୁଣି ଜୀବିତ ହେବାକୁ ଯାଉଛି । ଏଠି କହି ରଖୁଛୁ ଯେ,ମାମୁଥ୍ ହାତୀ ପ୍ରଜାତିର ଏକ ବିଶାଳକାୟ ଲୋମଶ ଦୈତ୍ୟ ଥିଲା । ହିମଯୁଗରେ ଏହା ପୃଥିବୀ ଉପରେ ରାଜ୍ କରୁଥିଲା । କିନ୍ତୁ ଜଳବାୟୁ ପରିବର୍ତ୍ତନ ସହିତ ମାମୁଥ ପୃଥିବୀ ପୃଷ୍ଠରୁ ଅଦୃଷ୍ୟ ହୋଇଯାଇଥିଲା । ଆଣ୍ଟାର୍ଟିକାର ବରଫରୁ ମାମୁଥର ସୁରକ୍ଷିତ ଶରୀରର ଅବଶିଷ୍ଟାଂଶ ମିଳିଥିଲା । ଏଥିରୁରୁ ମିଳିଥିବା ଜେନେଟିକ୍ ସାମଗ୍ରୀକୁ ଏସୀୟ ହାତୀମାନଙ୍କ DNA ସହିତ ମିଶ୍ରଣ କରି ବୈଜ୍ଞାନିକମାନେ ଏହି ପ୍ରାଣୀର ଜିନ୍ ସେଟ୍ ସୃଷ୍ଟି କରିବାକୁ ଆଶା ରଖନ୍ତି । ଏସୀୟ ହାତୀମାନଙ୍କ ଗଠନ ମାମୁଥର ନିକଟତର ବୋଲି ବିବେଚନା କରାଯାଏ । ତେଣୁ  ଏସୀୟ ହାତୀଙ୍କୁ ମାମୁଥ ଡିଏନଏ ମିଶ୍ରଣ ପାଇ ଚୟନ କରାଯାଇଛି।


ବୈଜ୍ଞାନିକମାନେ ଏସୀୟ ହାତୀମାନଙ୍କର DNA ସହିତ ମାମୁଥର ଜିନକୁ ମିଶାଇ ଏକ ନୂତନ ପ୍ରାଣୀ ସୃଷ୍ଟି କରିବେ । ଜିନୋମ ପୁନଃନିର୍ମାଣ ହେବା ପରେ ମାମୁଥ ଭ୍ରୁଣକୁ ସରୋଗେଟ୍ ହାତୀ ଗର୍ଭରେ ପ୍ରତ୍ୟାରୋପଣ କରାଯାଇ ନୂଆ ମାମୁଥକୁ ସୃଷ୍ଟି କରାଯାଇ ପାରିବ ବୋଲି ବୈଜ୍ଞାନିକଙ୍କ ବିଶ୍ୱାସ ।ବୈଜ୍ଞାନିକମାନଙ୍କ ବିଶ୍ୱାଯେ,ଏହି ପ୍ରୟୋଗରୁ ଯେଉଁ  ନୂତନ ପ୍ରାଣୀ ଜନ୍ମ ହେବ ତା’ମଧ୍ଯରେ ମାମୁଥର ସମସ୍ତ ଜୈବିକ ଗୁଣ ରହିବ ।  ଯାହାକୁ ଥଣ୍ଡା ପ୍ରତିରୋଧୀ ହାତୀ କୁହାଯାଇପାରେ । ବାୟୋଟେକ୍ କମ୍ପାନୀ କଲୋସାଲ୍ ବାୟୋ ସାଇନ୍ସର ବୈଜ୍ଞାନିକମାନେ ୨୦୨୮ ସୁଧା ମାମୁଥକୁ ପୁନଃସୃଷ୍ଟି କରିପାରିବେ ବୋଲି ବିଶ୍ୱାସ କରନ୍ତି


ପ୍ରଶ୍ନଘେରରେ ଦାବି


କଲୋସାଲ୍ ବାୟୋ ସାଇନ୍ସର ଏହି ଦାବିକୁ ନେଇ କିନ୍ତୁ ପ୍ରଶ୍ନ ଉଠିଛି ।  କାରଲେଟନ୍ ୟୁନିଭରସିଟିର ଜୋସେଫ୍ ବେନେଟ୍ କହିଛନ୍ତି ଯେ ମୁଁ କ୍ଲୋନିଂ ବିରୁଦ୍ଧରେ ନୁହେଁ କିନ୍ତୁ କ୍ଲୋନିଂ ସଂରକ୍ଷଣ ସମସ୍ୟାର ସମାଧାନ କରେ ନାହିଁ। ସଂରକ୍ଷଣ ସମସ୍ୟାର ସମାଧାନ କିମ୍ବା ଜଳବାୟୁ ପରିବର୍ତ୍ତନର ସମାଧାନ ଭାବରେ  ଏହାକୁ ଉପସ୍ଥାପନ କରାଯିବାକୁ ମୁଁ ବିରୋଧ କରୁଛି ।


ମାମୋଥ୍ ବିଲୁପ୍ତ ହେବାନେଇ କୁହାଯାଏ ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ୧୦ ହଜାର ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ। ଏହି ବିଲୁପ୍ତ ପ୍ରାଣୀମାନଙ୍କର ସମ୍ପୂର୍ଣ୍ଣ ସଂରକ୍ଷିତ ନମୁନାଗୁଡିକ ଆଣ୍ଟାର୍ଟିକାର ବରଫ ପୋତି ହୋଇଥିବା ଅଞ୍ଚଳରେ ବୈଜ୍ଞାନିକମାନେ ପାଇଥିଲେ ।