Yash Chawde's Record Knock: ନାଗପୁରରେ ଖେଳାଯାଉଥିବା ଅଣ୍ଡର -14 ଆନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ୧୩ ବର୍ଷୀୟ ୟଶ ଚାୱଡେ ଏକ ରେକର୍ଡ ବ୍ରେକ୍ ଇନିଂସ ଖେଳିଛନ୍ତି । ୟଶ ମାତ୍ର ୧୭୮ ବଲରେ ଅପରାଜିତ ୫୦୮ ରନ୍ ସ୍କୋର କରିଥିଲେ । ସେ ନିଜ ଇନିଂସରେ ମୋଟ ୯୯ ଟି ବାଉଣ୍ଡ୍ରି ମାରିଥିଲେ, ସେଥିମଧ୍ୟରୁ ୧୮ ଟି ଛକା ଓ ୮୧ ଚୌକା ସାମିଲ ରହିଛି । କୁହାଯାଉଛି ଯେ ଆନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଆରମ୍ଭ କରି ସ୍କୁଲ୍ କ୍ରିକେଟ୍ ପର୍ଯ୍ୟନ୍ତ କୌଣସି ସ୍ତର ଓ ଫର୍ମାଟରେ ୟଶ ହେଉଛନ୍ତି ଦଶମ ବ୍ୟାଟ୍ସମ୍ୟାନ୍ ଯିଏ 500+ ରନ୍ ସ୍କୋର କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ୟଶ ଚାୱଡେ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ସରସ୍ୱତୀ ବିଦ୍ୟାଲୟଙ୍କ ଅଧିନାୟକ । ଏଠାରେ ତାଙ୍କ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୦ ଓଭରରେ କୌଣସି ୱିକେଟ୍ ନ ହରାଇ ୭୧୪ ରନ୍ ସ୍କୋର କରିଥିଲା। ୟଶ ଚାୱଡେ (୫୦୮) ଙ୍କ ସହ ତାଙ୍କ ସାଥୀ ତିଲକ ୱାକୋଡେ ମଧ୍ୟ ୧୨୭ ରନର ଅପରାଜିତ ଇନିଂସ ଖେଳିଥିଲେ । ବାକି ରନ୍ ଅତିରିକ୍ତରୁ ଆସିଥିଲା।


୭୧୫ ରନର ଲକ୍ଷ୍ୟର ଜବାବରେ ସିଦ୍ଧେଶ୍ୱର ବିଦ୍ୟାଲୟ ଦଳ ମାତ୍ର ୫ ଓଭରରେ ୯ ରନ ପାଇଁ ୯ ୱିକେଟ୍ ହରାଇଥିଲା । ତାଙ୍କର ଜଣେ ବ୍ୟାଟ୍ସମ୍ୟାନ୍ ମଧ୍ୟ ଆହତ ଯୋଗୁଁ ରିଟାୟାର୍ଡ଼ ହର୍ଟ ହୋଇଥିଲେ । ଏହିପରି ଭାବେ ସରସ୍ୱତୀ ବିଦ୍ୟାଳୟ ଏହି ମ୍ୟାଚକୁ ରେକର୍ଡ ସ୍କୋର ଅର୍ଥାତ ୭୦୫ ରନରେ ଜିତି ନେଇଥିଲା ।



ରେକର୍ଡ ଅନୁଯାୟୀ, ୟଶ ଚାୱଡେ ସମସ୍ତ ବୟସ, ସ୍ତର ଏବଂ ଫର୍ମାଟର କ୍ରିକେଟର ଦଶମ ବ୍ୟାଟ୍ସମ୍ୟାନ୍, ଯିଏ ୫୦୦ ରନ୍ ଅତିକ୍ରମ କରିଛନ୍ତି । ଏହି ତାଲିକାରେ ପାଞ୍ଚ ଜଣ ଖେଳାଳି ଭାରତୀୟ ହୋଇଛ ନ୍ତି। ପ୍ରଣବ ଧନୱାଡେ (୧୦୦୯ ରନ୍), ପ୍ରିୟାଂଶୁ ମୋଲିୟା (୫୫୬ ରନ୍), ପୃଥ୍ୱୀ ଶ (୫୪୬ ରନ୍), ଡେଡି ହାବେୱାଲା (୫୧୫ ରନ୍) ଓ ୟଶ ଚାୱଡେ (୫୦୮ ରନ୍) ଏକ ଇନିଂସରେ ୫୦୦+ ରନ୍ ସଂଗ୍ରହ କରିଛନ୍ତି । ୧୫ ବର୍ଷରୁ କମ୍ ଆନ୍ତଃ ବିଦ୍ୟାଳୟ ଟୁର୍ନାମେଣ୍ଟରେ ୟଶ ଚାୱଡେ ଦ୍ୱିତୀୟ ସର୍ବାଧିକ ସ୍କୋରର ଅଟନ୍ତି । ଏହି କ୍ରମରେ ଶ୍ରୀଲଙ୍କାର ଚିରାଥ ସାଲେପୁରୁମାଙ୍କ ନାମ ଏକ ନମ୍ବରରେ ଅଛି । ଅଗଷ୍ଟ ୨୦୨୨ ରେ ଚିରାଥ ୫୫୩ ରନର ଅପରାଜିତ ଇନିଂସ ଖେଳିଥିଲେ ।


ଏହା ବି ପଢ଼ନ୍ତୁ: IND vs SL: ତୃତୀୟ ଦିନିକିଆରେ ଖେଳିବେ ସୁର୍ଯ୍ୟକୁମାର ଯାଦବ! ଟିମ୍ ଇଣ୍ଡିଆରୁ ଏହି ଫ୍ଲପ୍ ବ୍ୟାଟ୍ସମ୍ୟାନଙ୍କ କଟିବ ପତା


ଏହା ବି ପଢ଼ନ୍ତୁ: IND vs NZ: ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ଦିନିକିଆ ଓ ଟି-20 ଦଳର କମାଣ୍ଡ