IND vs NZ: ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ଦିନିକିଆ ଓ ଟି-20 ଦଳର କମାଣ
Advertisement

IND vs NZ: ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ଦିନିକିଆ ଓ ଟି-20 ଦଳର କମାଣ

Team India Squad for NZ and AUS Series: ବିସିସିଆଇର ନୂତନ ଚୟନ କମିଟି ଜାନୁଆରୀ ୧୮ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଓ ଟି-20 ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରିଛି । ଏହା ବ୍ୟତୀତ ବିସିସିଆଇର ନୂତନ ଚୟନ କମିଟି ମଧ୍ୟ ଫେବୃଆରୀ ୯ରୁ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ।

IND vs NZ:  ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ଦିନିକିଆ ଓ ଟି-20 ଦଳର କମାଣ

Team India Squad for NZ and AUS Series: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ଚୟନ କମିଟି ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ଜାନୁଆରୀ ୧୮ରୁ ଫେବୃଆରୀ ୧ ପର୍ଯ୍ୟନ୍ତ ଭାରତକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଓ ଟି-20 ସିରିଜ୍ ଖେଳିବାର ଅଛି । ଏହା ପରେ ଟିମ୍ ଇଣ୍ଡିଆକୁ ଫେବୃଆରୀ ୯ରୁ ମାର୍ଚ୍ଚ ୨୨ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାରି ମ୍ୟାଚ୍ ଟେଷ୍ଟ ସିରିଜ୍ ଓ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବାର ଅଛି ।

ଚେତନ ଶର୍ମାଙ୍କ ନେତୃତ୍ୱରେ ବିସିସିଆଇର ନୂତନ ଚୟନ କମିଟି ଜାନୁଆରୀ ୧୮ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଓ ଟି-20 ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରିଛି । ଏହା ବ୍ୟତୀତ ବିସିସିଆଇର ନୂତନ ଚୟନ କମିଟି ମଧ୍ୟ ଫେବୃଆରୀ ୯ରୁ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି । 

ଏଠାରେ କହି ରଖୁଛୁ ଯେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାକୁ ଅଧିନାୟକ କରାଯାଇଥିବାବେଳେ ଦିନିକିଆ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଟିମ୍ ଇଣ୍ଡିଆର କମାଣ ଦିଆଯାଇଛି । ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ମିଳିଛି ।

ନ୍ୟୁଜିଲ୍ୟାଣ୍ଡ ଦଳର ଭାରତ ଗସ୍ତ

ଦିନିକିଆ ସିରିଜ

ଜାନୁଆରୀ ୧୮ରେ ପ୍ରଥମ ଦିନିକିଆ ହାଇଦ୍ରାବାଦରେ ଖେଳାଯିବ । ଏହା ପରେ ଜାନୁଆରୀ ୨୧ରେ ଦ୍ୱିତୀୟ ଦିନିକିଆ ରାୟପୁରରେ ଖେଳାଯିବ । ସେହିପରି ଜାନୁଆରୀ ୨୪ରେ ତୃତୀୟ ଦିନିକିଆ ଇନ୍ଦୌରରେ ଖେଳାଯିବ ।

ଟି-20 ସିରିଜ

ଅନ୍ୟପଟେ ଜାନୁଆରୀ ୨୭ରେ ପ୍ରଥମ ଟି-20 ମ୍ୟାଚ୍ ରାଞ୍ଚିରେ ଖେଳାଯିବ । ଜାନୁଆରୀ ୨୯ରେ ଦ୍ୱିତୀୟ ଟି-20 ମ୍ୟାଚ୍ ଲକ୍ଷ୍ନୌରେ ଖେଳାଯିବ ଓ ଫେବୃଆରୀ ୧ରେ ତୃତୀୟ ତଥା ଶେଷ ଟି-20 ଅହମ୍ମଦାବାଦରେ ଖେଳାଯିବ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କଲେ ଘୋଷଣା, ମାତ୍ର ୫୫ ଟଙ୍କା ପ୍ରତି ଲିଟର ମିଳିବ ପେଟ୍ରୋଲ; ପଢ଼ନ୍ତୁ ପୂରା ଖବର

ଅଧିକ ପଢ଼ନ୍ତୁ:-OMG! ଯଦି ଏହି ଦିନ ନ ଗାଧୋଇବେ ତ ଆପଣ ସାତ ଜନ୍ମ ପର୍ଯ୍ୟନ୍ତ ରହିବେ ଦରିଦ୍ର

ଅଧିକ ପଢ଼ନ୍ତୁ:-ଏୟାରଟେଲର ସବୁଠାରୁ ଦମଦାର୍ ପ୍ଲାନ୍; କେବଳ ୨୮୦ ଟଙ୍କାରେ ବର୍ଷସାରା ଫ୍ରି ଟକଟାଇମ୍, OTT, SMS ଏବଂ ଡାଟା ବି ମିଳିବ ମାଗଣା

ଅଧିକ ପଢ଼ନ୍ତୁ:-ପ୍ରସିଦ୍ଧ ଅଭିନେତାଙ୍କ ଖୁଲାସା, 'ନିଜ ଭାଇଙ୍କ ସହ ଲିଭ୍-ଇନରେ ରହୁଛନ୍ତି ମୋ ପତ୍ନୀ, ଯିଏ କନ୍ୟାଦାନ କରିଛନ୍ତି ତାଙ୍କ ସହ...'