ପାଠକ ପରେ ପ୍ରଦୀପଙ୍କ ସମ୍ପତ୍ତି ତଦନ୍ତ କରିବ ଇଡି
Advertisement

ପାଠକ ପରେ ପ୍ରଦୀପଙ୍କ ସମ୍ପତ୍ତି ତଦନ୍ତ କରିବ ଇଡି

 ଚାକିରି ଦେବା ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ଗିରଫ ହୋଇଥିବା ବିଧାୟକଙ୍କ ମାମଲାର ତଦନ୍ତ କରିବ ପ୍ରବର୍ତନ ନିର୍ଦେଶାଳୟ (Enforcement Directorate) ।

ପାଠକ ପରେ ପ୍ରଦୀପଙ୍କ ସମ୍ପତ୍ତି ତଦନ୍ତ କରିବ ଇଡି

ସରୋଜ ବେହେରା, ଭୁବନେଶ୍ବର: ଚାକିରି ଦେବା ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ଗିରଫ ହୋଇଥିବା ବିଧାୟକଙ୍କ ମାମଲାର ତଦନ୍ତ କରିବ ପ୍ରବର୍ତନ ନିର୍ଦେଶାଳୟ (Enforcement Directorate) । ପୂର୍ବରୁ ତାଙ୍କ ଭାବି ଜ୍ବାଇଁ ଆକାଶ ପାଠକଙ୍କ (Aakash Pathak) ଅମାପ ସମ୍ପତ୍ତି ମାମଲାର ତଦନ୍ତ ମଧ୍ୟ କରୁଛି ଇଡି । ପ୍ରଦୀପ ପାଣିଗ୍ରାହୀଙ୍କ (Pradeep Panigrahi) ମାମଲାରେ ଅଧିକ ତଥ୍ୟ ହାସଲ କରିବା ପାଇଁ ତାଙ୍କ ଆକାଉଣ୍ଟ ଥିବା ସମସ୍ତ ବ୍ୟାଙ୍କକୁ ଚିଠି ଲେଖିଛି ଇଡି । ଏହା ସହ ପ୍ରଦୀପ ଓ ତାଙ୍କ ସମ୍ପର୍କୀୟଙ୍କ ନାଁରେ ଥିବା ସମ୍ପତ୍ତିର ତାଲିକ ପାଇଁ ସବ-ରେଜିଷ୍ଟାରଙ୍କୁ ମଧ୍ୟ ଚିଠି ଲେଖିଛି ପ୍ରବର୍ତନ ନିର୍ଦେଶାଳୟ (Enforcement Directorate) । ମାମଲାର ତଦନ୍ତ କରିବା ସହ ଅଧିକ ତଥ୍ୟ ପାଇଁବା ପାଇଁ କ୍ରାଇମବ୍ରାଞ୍ଚରେ ରୁଜୁ ହୋଇଥିବା FIR ମଧ୍ୟ ଇଡି ମାଗିଥିବା ଜଣାପଡିଛି ।     

ଅଧିକ ପଢନ୍ତୁ:ପାଠ ପଢାଇଦେଲେ ପାଠକ, ବୁଝି ପାରିଲେନି ସରକାର !

ଆହୁରି ବଢିଲା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ (Pradeep Panigrahi) ପାଇଁ ଅଡୁଆ । ପ୍ରଦୀପଙ୍କ ନାଁରେ ଥିବା ସମ୍ପତ୍ତିର ତଦନ୍ତ ଆରମ୍ଭ କଲା ପ୍ରବର୍ତନ ନିର୍ଦେଶାଳୟ (ED) । ପ୍ରଦୀପଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା କାହାର, କିଏ କେଉଁ କାରଣ ପାଇଁ ୪ ମାସରେ ଅଢେଇ କୋଟି ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟକୁ (Account) ପଠାଇଥିଲା ତାହାର ତଦନ୍ତ ଆରମ୍ଭ କରିଛି ଇଡି (ED) । ଏଥିାପାଇଁ  ପ୍ରଦୀପଙ୍କ ଆକାଉଣ୍ଟ ଥିବା ସମସ୍ତ ବ୍ୟାଙ୍କକୁ ଚିଠି ଲେଖିଛି ପ୍ରବର୍ତନ ନିର୍ଦେଶାଳୟ । କେବଳ ବ୍ୟାଙ୍କ ଆକାଉଣ୍ଟ ନୁହଁ ପ୍ରଦୀପ ଓ ତାଙ୍କ ସମ୍ପର୍କୀୟଙ୍କ ନାଁରେ ଥିବା ଜମି ଓ ସମ୍ପତ୍ତିର ମଧ୍ୟ ଖୋଳତାଡ ଆରମ୍ଭ କରିଛି ଇଡି । ଏଥିପାଇଁ ଗଂଜାମ ସବ ରେଜିଷ୍ଟାରଙ୍କୁ ଚିଠି ଲେଖାଯାଇଛି । ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରି ପ୍ରବର୍ତନ ନିର୍ଦେଶାଳୟ ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକଙ୍କ ନାଁରେ ଥିବା ସମ୍ପତ୍ତିର ତଦନ୍ତ ଆରମ୍ଭ କରିଛି ପ୍ରବର୍ତନ ନିର୍ଦେଶାଳୟ । କେବଳ ସେତିକି ନୁହଁ ପ୍ରଦୀପଙ୍କ ବିରୋଧରେ ସୋରୋଡାରେ ଥିବା ଜମି ମାମଲାରେ ମଧ୍ୟ ଇଡି ତଦନ୍ତ ଆରମ୍ଭ କରିଛି ।ଏଥିପାଇଁ କ୍ରାଇମବ୍ରାଂଚରେ ପ୍ରଦୀପଙ୍କ ନାଁରେ ଥିବା FIR କପି ମାଗିଛି ଇଡି ।  

ଅଧିକ ପଢନ୍ତୁ: ନିର୍ବାଚନ ଲଢିବେ ରଜନୀକାନ୍ତ! ନୂଆ ବର୍ଷରେ ଦଳ ଘୋଷଣା

ପ୍ରଦୀପ ପାଣିଗ୍ରାହୀ ତାଙ୍କ ସମୁଦି ଓ ଭାବି ଜ୍ବାଇଁକୁ ନେଇ ବର୍ତମାନ ସୁଦ୍ଧା ୪ଟି ତଦନ୍ତକାରୀ ସଂସ୍ଥ୍ୟା ଭିଜିଲାନ୍ସ, କ୍ରାଇମବ୍ରାଂଚ, ପ୍ରବର୍ତନ ନିର୍ଦେଶାଳାୟ ଓ ଆୟକର ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି । ଏ ମଧ୍ୟରେ କମିଶନରେଟ ପୋଲିସରେ ମଧ୍ୟ ଆକାଶ ଓ ଅଭୟକାନ୍ତଙ୍କ ନାଁରେ ଠକେଇ ମାମଲା ରୁଜୁ ହୋଇଛି । ଏଭଳି ପରିସ୍ଥିତିରେ ଆଗକୁ ପ୍ରଦୀପଙ୍କ ଆକାଉଣ୍ଟକୁ ୪ ମାସରେ ଆସିଥିବା ଅଢେଇ କୋଟି ଟଙ୍କାକୁ ନେଇ ସସପେନ୍ସ ଜାରି ରହିଛି । ପ୍ରଦୀପଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟରେ ଥିବା ରବୀନ୍ଦ୍ର ସାହୁ, ସୂର୍ଯ୍ୟ ଫିଲିଂ ଷ୍ଟେସନ୍, କମ୍ଭୁପାଣି ସାହୁ ଓ ଗୁରୁମୂର୍ତ୍ତି ଅଏଲ କମ୍ପାନୀ ପଛରେ ରହିଥିବା ଲୋକଙ୍କୁ ନେଇ ଏବେ ବି ପ୍ରଶ୍ନ ଉଠିବାରେ ଲାଗିଛି । 

ଅଧିକ ପଢନ୍ତୁ: ମାଦକ ଦ୍ରବ୍ୟ ତାଲିକାରୁ ହଟିଲା ଭାଙ୍ଗ !

ମିଳିଥିବା ସୁଚନା ମୁତାବକ ପ୍ରଦୀପ ପାଣିଗ୍ରାହୀଙ୍କ ଭଣଜା ହେଉଛନ୍ତି ରବୀନ୍ଦ୍ର । ଯିଏ ପ୍ରଦୀପଙ୍କ ଆକାଉଣ୍ଟକୁ ପଠାଇଛନ୍ତି ୪୦ ଲକ୍ଷ ଟଙ୍କା । ସେଭଳି ମଦ ବ୍ୟବସାୟୀଙ୍କ ସହ କୌଣସି ସମ୍ପର୍କ ନ ଥିବା ବେଳେ ପ୍ରଦୀପଙ୍କ ଆକାଉଣ୍ଟକୁ ମଦ ବେପାରୀ ତଥା ସୂର୍ଯ୍ୟା ଫିଲିଂ ଷ୍ଟେଶନ ମାଲିକ ମଧ୍ୟ ପ୍ରଦୀପଙ୍କୁ ଦେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । କିରୋସିନ ଠକେଇରେ ନାଁ ଥିବା ଏନ ଛବିଲାଲ ପାତ୍ର ମଧ୍ୟ ପ୍ରଦୀପଙ୍କୁ କାହିଁକି ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି ତାହା ଏବେ ଯାଏ ସ୍ପଷ୍ଟ ହୋଇପାରିନାହିଁ । ଯାହାକୁ ନେଇ ସ୍ଥାନୀୟ ଅଂଚଳର ଅନେକ ନେତା ପ୍ରଶ୍ନ ଉଠାଇଛନ୍ତି । ଯାହା ପାଖରେ କିଛି ବର୍ଷ ତଳେ ଟଙ୍କା ନ ଥିଲା ସେ ଏବେ ଲକ୍ଷ ଲକ୍ଷ ଟଙ୍କା କେଉଁଠୁ ଆଣି ପ୍ରଦୀପଙ୍କୁ ଦେଇଛନ୍ତି ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବର୍ତମାନ ଯେଉଁ ସବୁ ମାମଲା ରୁଜୁ ହୋଇଛି । ସେଥିରୁ ବାହାରିବା ଆଗକୁ ପ୍ରଦୀପଙ୍କ ପାଇଁ କାଠିକର ପାଠ ହେବ । ଯଦିଓ ପ୍ରଦୀପ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି ତଥାପି ବର୍ତମାନ ଯାଏ ସେ କୌଣସି ଗୋଟାଏ ଅଭିଯୋଗରେ ନିଜେ ନିର୍ଦୋଶ ବୋଲି ପ୍ରଣାକ ଛିଡା କରିପାରିନାହାନ୍ତି । ପରିସ୍ଥିତି ଏଭଳି ରହିଲେ ଆଗକୁ ପ୍ରଦୀପ ପ୍ରାଣିଗ୍ରାହୀଙ୍କ ପାଇଁ ଅଡୁଆ ସାଂଘାତିକ ପରିଣାମ କରିବ ।