ଆସନ୍ତା ବର୍ଷ ଜାନୁଆରୀରେ ନୂଆ ଦଳ ଗଠନ କରିବା ନେଇ ଜଣାଇଛନ୍ତି ଥଲାଇଭା ରଜନୀକାନ୍ତ।
Trending Photos
ଚେନ୍ନାଇ: ରାଜନୀତିରେ ପ୍ରବେଶ କରିବାକୁ ନେଇ ବାରମ୍ବାର ହେଉଥିବା ଚର୍ଚ୍ଚା ଉପରେ ଶେଷରେ ପୂ୍ର୍ଣ୍ଣଚ୍ଛେଦ ଟାଣିଛନ୍ତି ସାଉଥ ମେଗାଷ୍ଟାର (South Megastar) ରଜନୀକାନ୍ତ (Rajanikant) । ଚଳଚ୍ଚିତ୍ର ଦୁନିଆରେ ଥଲାଇଭା (Thalaiva) ନାଁରେ ପରିଚିତ ସେ। ରାଜନୀତିରେ ଆସିବାକୁ ନେଇ ଟ୍ୱିଟ ଯୋଗେ ନିଜର ପ୍ରତିକ୍ରିୟା ରଖିଛନ୍ତି ସେ।
ଆସନ୍ତା ବର୍ଷ ଜାନୁଆରୀରେ ନୂଆ ଦଳ ଗଠନ କରିବା ନେଇ ଜଣାଇଛନ୍ତି ଥଲାଇଭା ରଜନୀକାନ୍ତ। ଏନେଇ ଚଳିତ ମାସ ୩୧ ତାରିଖରେ ଔପଚାରିକ ଭାବେ ଘୋଷଣା କରାଯିବ। ଆମ ଦଳ ଜନ ସମର୍ଥନ ହାସଲ କରି ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ ସରକାର ଗଠନ କରିବ। ଆମେ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବୁ। ଆଗକୁ ଚମତ୍କାର ଘଟଣା ଘଟିବାକୁ ଯାଉଛି।
ରାଜନୀତିରେ ଆସିବାକୁ ନେଇ ତାମିଲ ସୁପରଷ୍ଟାର ଇସାରା ଦେବା ପରେ ଉତ୍ସାହିତ ହୋଇ ଉଠିଛନ୍ତି ରଜନୀକାନ୍ତଙ୍କ ସମର୍ଥକ। ଏନେଇ ଟ୍ୱିଟ କରି କହିଛନ୍ତି, "ଏବେ ନୁହେଁ ତ କେବେ ନୁହେଁ " (if not now, then never) । ତାଙ୍କର ଏହି ସ୍ଲୋଗାନକୁ ତାଙ୍କ ପ୍ରଶଂସକଙ୍କ ପକ୍ଷରୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଯାଉଛି।
ସୋମବାର ଅନୁଷ୍ଠିତ ହୋଇଥିବା ବୈଠକ ଉପରେ ମତ ରଖି ରଜନୀକାନ୍ତକ ସମ୍ପାଦକଙ୍କ ପକ୍ଷରୁ କୁହାଯାଇଛି ଖୁବଶୀଘ୍ର ସେ ଏ ବାବଦରେ ଘୋଷଣା କରିବେ। ବିଗତ କିଛି ଦିନ ଧରି ଥଲାଇଭା ନିଜର ଅନ୍ତରଙ୍ଗ ବନ୍ଧୁ ଏବଂ ସମର୍ଥକଙ୍କ ସହ ଯୋଗାଯୋଗରେ ଅଛନ୍ତି।
ଚେନ୍ନାଇସ୍ଥିତ ବାସଭବନ ଠାରେ ରଜନୀକାନ୍ତ ଗଣମାଧ୍ୟମରେ ରଖିଥିବା ପ୍ରତିକ୍ରିୟାରେ କହିଛନ୍ତି ସେ ଆସନ୍ତା ୨୦୨୧ ତାମିଲନାଡୁ ବିଧାନସଭା (Tamilnadu Election 2021) ନିର୍ବାଚନରେ ଅଂଶଗ୍ରହଣ କରିବେ। ଯଦିଓ ନିର୍ବାଚନ ପୂର୍ବରୁ ରାଜ୍ୟ ଗସ୍ତ କରିବା ନେଇ ଯୋଜନା କରିଥିଲି ହେଲେ କୋରୋନା ସଂକଟ କାରଣରୁ ଏହା ଅନେକାଂଶରେ ବାଧାପ୍ରାପ୍ତ ହୋଇଛି।
" ଏବେ ନୁହେଁ ତ କେବେ ନୁହେଁ " ନାରା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଆମେ ସରକାର ପରିବର୍ତ୍ତନ କରିବୁ। ରାଜନୀତିରେ ପରିବର୍ତ୍ତନ ହେବାକୁ ଯାଉଛି। ଉଭୟ ସରକାର ଓ ରାଜନୀତିରେ ପରିବର୍ତ୍ତନ ଆସିବ।
ଯଦି ମୁଁ ନିର୍ବାଚନରେ ବିଜୟୀ ହୁଏ ତାହେଲେ ଏହା ଲୋକଙ୍କ ଜିତ ହେବ। ହେଲେ ଯଦି ପରାଜୟ ହୁଏ ତାହେଲେ ଏହା ମୋର ବୋଲି ଧରାଯିବ। ମୁଁ ଖୁସି କାରଣ ମୋର ଜୀବନ ତାମିଲନାଡୁ ଲୋକଙ୍କ ସେବାରେ ଲାଗିଛି। ମୁଁ ସେମାନଙ୍କ ଲାଗି କାମ ଆରମ୍ଭ କରିଦେଇଛି। ସମର୍ଥନ ଦେବା ଲାଗି ଲୋକଙ୍କୁ ନିବେଦନ କରୁଛି।